www.samajalive.in
Saturday, December 6, 2025
26.1 C
Bhubaneswar

କରୋନା ନିୟମ ଉଲ୍ଲଙ୍ଘନ ; ବନ୍ଧୁଙ୍କ ସହ ଘରେ କଲେ ପାର୍ଟୀ , ଜୋରିମାନା ୯ ଲକ୍ଷ

ବ୍ରିଟେନ : ବର୍ତ୍ତମାନ କରୋନା ପଜିଟିଭ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଥିବାରୁ ସଠିକ ଭାବେ କରୋନା ନିୟମ ମାନି ରହିବା ପାଇଁ ପରାମର୍ଶ ଦିଆଯାଇଛି। ମାତ୍ର ବାରମ୍ବାର ଲୋକେ ଏହାକୁ ଉଲ୍ଲଙ୍ଘନ କରିବାକୁ ଲାଗିଛନ୍ତି। ଜଣେ ୧୯ ବର୍ଷର ଛାତ୍ର ନିଜ ଘରେ ୫୦ ଜଣଙ୍କ ସହ ବନ୍ଧୁମିଳନ ( ପାର୍ଟୀ ) କରୁଥିଲେ। ଏହି କାରଣରୁ ସେ କରୋନା ନିୟମକୁ ଉଲ୍ଲଙ୍ଘନ କରିଥିବାରୁ ତାଙ୍କୁ ୯ ଲକ୍ଷ ଟଙ୍କା ଜୋରିମାନା ଦେବାକୁ ନିଷ୍ପତ୍ତି ନିଆଯାଇଛି। ଘଟଣାଟି ଗତ ଶୁକ୍ରବାରର।
ଛାତ୍ରଙ୍କ କହିବା ଅନୁଯାୟୀ, ସେ କେବଳ ୨୫ ଜଣଙ୍କୁ ନିମନ୍ତ୍ରଣ କରିଥିଲେ ମାତ୍ର ୫୦ ଜଣ ଆସିଥିଲେ। ଏହି ଘଟଣା ବ୍ରିଟେନର ନଟିଂହାମ୍‍ ର। ପୁଲିସ ଉକ୍ତ ଛାତ୍ରଙ୍କ ଘରେ ପହଞ୍ଚିବା ବେଳେ ସେଠାରେ ୫୦ ଜଣ ଥିଲେ।
ପୁଲିସ ଅଧିକାରୀଙ୍କ କହିବା ଅନୁଯାୟୀ, ଛାତ୍ର ଜଣଙ୍କୁ ପ୍ରଥମେ ପାର୍ଟୀ ବନ୍ଦ କରିବାକୁ ଚେତାବନୀ ଦେଇଥିଲେ ମାତ୍ର ପରେ ତାଙ୍କୁ ଜୋରିମାନା ଦେବାକୁ ନିଷ୍ପତ୍ତି ନିଆଯାଇଥିଲା। ଛାତ୍ର ଜଣଙ୍କ ଜୋରିମାନା ଦେବା ପାଇଁ ରାଜି କି ନାହିଁ ସେନେଇ କୌଣସି ସ୍ପଷ୍ଟ ଭାବେ ଜଣାଇ ନାହାନ୍ତି।
ବ୍ରିଟେନରେ କରୋନା ମହାମାରୀ ପାଇଁ ନୂତନ ନିୟମ ଲାଗୁ ପରେ ଏହି ଘଟଣା ଘଟିଥିବା ଜଣାପଡ଼ିଛି। ନୂଆ ନିୟମ ଅନୁଯାୟୀ, ଏଠାରେ କୌଣସି ବ୍ୟକ୍ତି ଗୋଟିଏ ସମୟରେ ୬ ରୁ ଅଧିକ ଲୋକଙ୍କ ସହ ଦେଖାସାକ୍ଷାତ କରି ପାରିବେ ନାହିଁ।
ମିଳିଥିବା ସୂଚନା ଅନୁଯାୟୀ, ଛାତ୍ର ଜଣଙ୍କ ଯେଉଁଠାରେ ପାର୍ଟୀ କରୁଥିଲେ , ସେଠାରେ ସେ  ମୋଟ ୬ ଜଣ ଅନ୍ୟ ଛାତ୍ରଙ୍କ ସହ ରହୁଥିଲେ। ଜଣେ ଛାତ୍ରଙ୍କ କହିବା ଅନୁଯାୟୀ ସେମାନେ ଭାବିଥିଲେ ଏକ ଛୋଟ ପାର୍ଟି କରିବେ। ମାତ୍ର ଯେଉଁମାନଙ୍କୁ ନିମନ୍ତ୍ରଣ ଦିଆଯାଇଥିଲା ସେମାନେ ନିଜ ସହ ଅନ୍ୟମାନଙ୍କୁ ନେଇ ଆସିଥିଲେ। ଏହାସହ ଯଦି ଛାତ୍ର ଜଣଙ୍କ ଜୋରିମାନା ନ ଦିଅନ୍ତି ତେବେ ତାଙ୍କୁ କୋର୍ଟରେ ଯିବାକୁ ପଡ଼ିବ ବୋଲି ଜଣାପଡ଼ିଛି।

 

Hot this week

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

Related Articles

Popular Categories