www.samajalive.in
Monday, December 8, 2025
13.1 C
Bhubaneswar

ୱାକଫ ସଂଶୋଧନ ବିଲ୍ ସମୀକ୍ଷା କମିଟି, ସଦସ୍ୟ ରହିବେ ୨୧ ଜଣ

ଡେସ୍କ: ୱାକଫ ସଂଶୋଧନ ବିଲ୍ ୨୦୨୪ର ସମୀକ୍ଷା ସଂକ୍ରାନ୍ତରେ ଗୃହର ଯୁଗ୍ମ କମିଟିକୁ ୨୧ ଜଣ ସଦସ୍ୟଙ୍କୁ ମନୋନୀତ କରିବା ପାଇଁ ଆଜି ଲୋକସଭାରେ ଏକ ସଂକଳ୍ପ ପାରିତ ହୋଇଛି। ଜଗଦମ୍ବିକା ପାଲ, ନିଶିକାନ୍ତ ଦୁବେ, ତେଜସ୍ୱୀ ସୂର୍ଯ୍ୟ, ଦିଲ୍ଲୀପ ସାଇକିଆ, ଗୌରବ ଗୋଗୋଇ, ଇମ୍ରାନ ମାସୁଦ, ମହମ୍ମଦ ଜାଭେଦ, କଲ୍ୟାଣ ବାନାର୍ଜୀ ଓ ଅସଦୁଦ୍ଦିନ ଓୱେସି ଏହାର ସଦସ୍ୟ ଅଛନ୍ତି। ଏହି କମିଟିରେ ରାଜ୍ୟସଭାର ୧୦ ଜଣ ସଦସ୍ୟ ମଧ୍ୟ ରହିଛନ୍ତି। ଲୋକସଭାରେ ପ୍ରସ୍ତାବ ଆଗତ କରି ସଂସଦୀୟ ଓ ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ କହିଛନ୍ତି ଯେ ଲୋକସଭାର ପରବର୍ତ୍ତୀ ଅଧିବେଶନର ପ୍ରଥମ ସପ୍ତାହର ଶେଷ ଦିନରେ କମିଟି ଏହାର ରିପୋର୍ଟ ଦାଖଲ କରିବ।

ମିଳିତ ସଂସଦୀୟ କମିଟିରେ ଏହାର ୧୦ ଜଣ ସଦସ୍ୟଙ୍କୁ ସାମିଲ କରିବା ପାଇଁ ରାଜ୍ୟସଭାରେ ଏକ ସଂକଳ୍ପ ପାରିତ ହୋଇଥିଲା। ବ୍ରଜଲାଲ, ସଞ୍ଜୟ ସିଂ, ରାଧା ମୋହନ ଦାସ ଅଗ୍ରୱାଲ ଏବଂ ଭି ବିଜୟ ସାଇ ରେଡ୍ଡୀ ପ୍ରମୁଖ ଏହାର ସଦସ୍ୟ ଅଛନ୍ତି।

Hot this week

ଯାତ୍ରୀଙ୍କୁ ଟିକଟ ଅର୍ଥ ଫେରାଇଲା ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନ ଉଡାଣ ବାତିଲ ବାବଦକୁ ଇଣ୍ଡିଗୋ ଏୟାର ଲାଇନ୍ସ...

ଅଡ଼ୁଆରେ ପ୍ରଫୁଲ୍ଲ, ରାଜନୈତିକ ଭବିଷ୍ୟତ ନେଇ କଳ୍ପନାଜଳ୍ପନା

ଭୁବନେଶ୍ବର : ଦୁଇପୁଅ ପଦ୍ମ ଧରିବା ପରେ ପୂର୍ବତନ ମନ୍ତ୍ରୀ ତଥା...

ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ଘଟଣାରେ କାର୍ଯ୍ୟାନୁଷ୍ଠାନ: ୩ବରିଷ୍ଠ ଅଧିକାରୀ ନିଲମ୍ବିତ

ପାଣାଜୀ: ଗୋଆର ଏକ ନାଇଟ୍‌ କ୍ଳବରେ ରବିବାର ଘଟିଥିବା ଅଗ୍ନିକାଣ୍ଡରେ ୨୫ଜଣଙ୍କ...

ମଣ୍ଡଳ, ମାଇତି ସାଙ୍ଗିଆରେ ରହୁଛନ୍ତି ସନ୍ଦିଗ୍ଧ ବାଂଲାଦେଶୀ

କେନ୍ଦ୍ରାପଡ଼ା : ପାଞ୍ଚ ହଜାର ଟଙ୍କା ଦେଲେ ଭୋଟର ତାଲିକାରେ ଚଢ଼ୁଛି...

କପ୍‌ ୩୦- ଆଶା ଓ ନିରାଶା

ସମ୍ପ୍ରତି ବିଶ୍ୱ ଜଳବାୟୁ ପରିବର୍ତ୍ତନର କ୍ରମବର୍ଦ୍ଧିଷ୍ଣୁ ବିନାଶକାରୀ ପ୍ରଭାବର ସମ୍ମୁଖୀନ ହେଉଥିବା...

Related Articles

Popular Categories