www.samajalive.in
Wednesday, December 10, 2025
26.1 C
Bhubaneswar

ମୋଦୀଙ୍କ ପରୀକ୍ଷା ପେ ଚର୍ଚ୍ଚା – ରେକର୍ଡ ସଂଖ୍ୟକ ଛାତ୍ରଛାତ୍ରୀଙ୍କ ପଞ୍ଜିକରଣ

ଡେସ୍କ: ଜାନୁଆରୀ ୨୯ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସପ୍ତମ ପରୀକ୍ଷା ପେ ଚର୍ଚ୍ଚା କାର୍ଯ୍ୟକ୍ରମ ପାଇଁ ୨ କୋଟି ୨୬ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ପଞ୍ଜିକରଣ କରିଛନ୍ତି, ଯାହାକି ଏକ ରେକର୍ଡ। ଗତ ମାସ ଡିସେମ୍ବର ୧୨ରୁ ଚଳିତ ବର୍ଷ ଜାନୁୟାରୀ ୧୨ ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମରେ ଭାଗ ନେବାକୁ ଶିକ୍ଷା ମନ୍ତ୍ରଣାଳୟ ଷଷ୍ଠରୁ ଦ୍ୱାଦଶ ଶ୍ରେଣୀର ଛାତ୍ରଙ୍କ ଠାରୁ ମାଇଁ ଗଭ ପୋର୍ଟାଲରେ ଅନଲାଇନ୍ ଆବେଦନ ଆମନ୍ତ୍ରଣ କରିଥିଲା। ମନ୍ତ୍ରଣାଳୟ କହିଛି ଯେ ମାଇଁ ଗଭ ପୋର୍ଟାଲରେ ପ୍ରାପ୍ତ ପ୍ରଶ୍ନ ଆଧାରରେ ଦୁଇ ହଜାର ପଚାଶ ଜଣ ଅଂଶଗ୍ରହଣକାରୀଙ୍କୁ ଚୟନ କରାଯିବ। ଏହି ଅଂଶଗ୍ରହଣକାରୀମାନଙ୍କୁ ଏକ ସ୍ୱତନ୍ତ୍ର କିଟ୍ ଯୋଗାଇ ଦିଆଯିବ। ଏହି କିଟରେ ପ୍ରଧାନମନ୍ତ୍ରୀଙ୍କ ପୁସ୍ତକ – ପରୀକ୍ଷା ୱାରିୟର୍ସର ହିନ୍ଦୀ ଏବଂ ଇଂରାଜୀ ସଂସ୍କରଣ ସହିତ ଏକ ପ୍ରମାଣପତ୍ର ଦିଆଯିବ।

ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଦିବସ-ଲାଗିବ ସର୍ବବୃହତ୍‌‌ ଭାସମାନ ପରଦା

- Advertisement -

ଚଳିତ ବର୍ଷ ଚାରି ହଜାରରୁ ଅଧିକ ଛାତ୍ରଛାତ୍ରୀ ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା କରିବେ। ଏହି କାର୍ଯ୍ୟକ୍ରମ ଦିଲ୍ଲୀର ଭାରତ ମଣ୍ଡପମରେ ଅନୁଷ୍ଠିତ ହେବ। ପରୀକ୍ଷା ପେ ଚର୍ଚ୍ଚା କାର୍ଯ୍ୟକ୍ରମରେ ଶ୍ରୀ ମୋଦୀ ଭାରତ ତଥା ବିଦେଶର ଛାତ୍ର, ଅଭିଭାବକ ଏବଂ ଶିକ୍ଷକମାନଙ୍କ ସହ ବିଦ୍ୟାଳୟ ପରେ ପରୀକ୍ଷା ଚାପରୁ ମୁକ୍ତି ଏବଂ ଜୀବନ ବିଷୟରେ ଆଲୋଚନା କରିଥାନ୍ତି। ଛାତ୍ରଛାତ୍ରୀମାନଙ୍କ ପାଇଁ ଚାପମୁକ୍ତ ପରିବେଶ ସୃଷ୍ଟି କରିବା ଲକ୍ଷ୍ୟରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହେଉଛି।

Hot this week

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

ଇଣ୍ଡିଗୋ ଅଚଳାବସ୍ଥା : ୧୧ଟି ବିମାନବନ୍ଦରରେ କ୍ଷେତ୍ର ଯାଞ୍ଚ ପାଇଁ ଡିଜିସିଏ ନିର୍ଦ୍ଦେଶ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋର ଉଡାଣ କ୍ଷେତ୍ରରେ ବଡ଼ ଧରଣର...

Related Articles

Popular Categories