www.samajalive.in
Monday, December 8, 2025
13.1 C
Bhubaneswar

ବୋଥ୍ରା ଦେଇଥିବା କଣ୍ଟ ପୂରିଲା : ଅପରାଧୀଙ୍କ ଟେର୍ ପାଉନି ଏସ୍ଆଇଟି

ନୟାଗଡ଼ : ବହୁ ଚର୍ଚ୍ଚିତ ପରୀ ହତ୍ୟା ମାମଲାରେ ତଦନ୍ତ ଭାର ରାଜ୍ୟ ସରକାର ଏସ୍ଆଇଟିକୁ ଦେଇଛନ୍ତି। ଏସ୍ଆଇଟି ପକ୍ଷରୁ ଗ୍ରାମର ବିଭିନ୍ନ ବ୍ୟକ୍ତିଙ୍କୁ ପଚରାଉଚରା ଜାରି ରହିଛି। ଇତିମଧ୍ୟରେ ଏସ୍ଆଇଟି ମୁଖ୍ୟ ଅରୁଣ ବୋଥ୍ରା ଏହି ହତ୍ୟାକାଣ୍ଡର ରହସ୍ୟ ଉନ୍ମୋଚନ ପାଇଁ ଦେଇଥିବା ଦୁଇ ସପ୍ତାହର ମହଲତ ଶେଷ ହୋଇଛି। ଫଳରେ ଏସଆଇଟି ତଦନ୍ତର ଅଗ୍ରଗତି ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ବିଭିନ୍ନ ସମୟରେ ଏସ୍ଆଇଟି ତଦନ୍ତକୁ ନେଇ ନାନା ବିବାଦୀୟ କଥା ଉଠୁଛି। କିଛି ଦିନ ତଳେ ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରାଙ୍କ ଭିଡିଓର ଭାଇରାଲ ହୋଇଥିଲା। ଯେଉଁଥିରେ ସେ କାହାକୁ ଧମକ ଦେଉଥିବା ଶୁଣିବାକୁ ମିଳିଥିଲା। ତେବେ ଭିଡିଓ ସତ୍ୟତା ଏବେବି ସନ୍ଦେହ ଘେରରେ।

- Advertisement -

ଅନ୍ୟପକ୍ଷରେ ପରୀ ପଡ଼ିଶା ଘରର ଜଣେ +୩ ଛାତ୍ର ଏସ୍ଆଇଟି ବିରୋଧରେ ଅଭିଯୋଗ ଆଣିଥିଲେ। ତାଙ୍କୁ ୫ ଲକ୍ଷ ଟଙ୍କା ନେଇ ଦୋଷ ସ୍ବୀକାର କରିବାକୁ ପୁଲିସ ଚାପ ପକାଉଥିବା ଛାତ୍ର ଜଣକ କହିଥିଲେକହିଥିଲେ। ଏସ୍ଆଇଟି ମୁଖ୍ୟଙ୍କର ତଦନ୍ତ କରିବାର ଅଧିକାର ନାହିଁ ବୋଲି ବିଜେପି ଓ କଂଗ୍ରେସ ମଧ୍ୟ ପ୍ରଶ୍ନ ଉଠାଇଥିଲେ। ଏ ସବୁ ଭିତରେ ବିବାଦୀୟ ହୋଇପଡ଼ିଥିବା ଏସ୍ଆଇଟି କେବେ ଏହି ହତ୍ୟାକାଣ୍ଡ ଉପରୁ ପର୍ଦା ଉଠାଉଛି ତାହାକୁ ବ୍ୟଗ୍ରତାର ସହ ଅପେକ୍ଷା କରିଛନ୍ତି ରାଜ୍ୟବାସୀ।

Hot this week

ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ଘଟଣାରେ କାର୍ଯ୍ୟାନୁଷ୍ଠାନ: ୩ବରିଷ୍ଠ ଅଧିକାରୀ ନିଲମ୍ବିତ

ପାଣାଜୀ: ଗୋଆର ଏକ ନାଇଟ୍‌ କ୍ଳବରେ ରବିବାର ଘଟିଥିବା ଅଗ୍ନିକାଣ୍ଡରେ ୨୫ଜଣଙ୍କ...

ମଣ୍ଡଳ, ମାଇତି ସାଙ୍ଗିଆରେ ରହୁଛନ୍ତି ସନ୍ଦିଗ୍ଧ ବାଂଲାଦେଶୀ

କେନ୍ଦ୍ରାପଡ଼ା : ପାଞ୍ଚ ହଜାର ଟଙ୍କା ଦେଲେ ଭୋଟର ତାଲିକାରେ ଚଢ଼ୁଛି...

କପ୍‌ ୩୦- ଆଶା ଓ ନିରାଶା

ସମ୍ପ୍ରତି ବିଶ୍ୱ ଜଳବାୟୁ ପରିବର୍ତ୍ତନର କ୍ରମବର୍ଦ୍ଧିଷ୍ଣୁ ବିନାଶକାରୀ ପ୍ରଭାବର ସମ୍ମୁଖୀନ ହେଉଥିବା...

ଚିନ୍ତାକଳ୍ପ : ମରଣଜୟୀ

ସାତ ସମୁଦ୍ର ତେର ନଈ ସେପାରିରୁ ଭାରତକୁ ଆସିଥିଲେ ବ୍ୟବସାୟ ଉଦ୍ଦେଶ୍ୟରେ।...

ସମ୍ପାଦକୀୟ : ଭାରତ-ରୁଷିଆ ସମ୍ପର୍କ

କେବଳ ରାଜନୀତିକ ବନ୍ଧୁତ୍ବରେ ସୀମିତ ନ ରହୁ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ...

Related Articles

Popular Categories