ପାରଳାଖେମୁଣ୍ଡି : ନକଲି ସୁନା ବନ୍ଧକ ରଖି ବ୍ୟାଙ୍କରୁ ୪୦ ଲକ୍ଷ ୭୫ ହଜାର ଟଙ୍କା ଋଣ ନେଇଥିବା ୧୧ ଜଣଙ୍କୁ ପାରଳାଖେମୁଣ୍ଡି ପୁଲିସ ଗିରଫ କରିଛି । ପାରଳାଖେମୁଣ୍ଡି ସ୍ଥିତ ବ୍ୟାଙ୍କ ଅଫ ଇଣ୍ଡିଆ ଶାଖାରେ କାର୍ଯ୍ୟରତ ସୁନାରି ଓ ଅଭିଯୁକ୍ତମାନେ ମିଳିମିଶି ଏଭଳି ଠକେଇ କରିଥିଲେ । ବ୍ୟାଙ୍କ୍ ପକ୍ଷରୁ ସୁନା ଯାଞ୍ଚ ବେଳେ ଏହି ନକଲି କାରବାର ଧରାପଡିଥିଥିଲା। ବ୍ୟାଙ୍କ କର୍ତ୍ତୃପକ୍ଷ ପାରଳାଖେମୁଣ୍ଡି ଆଦର୍ଶ ଥାନାରେ ଅଭିଯୋଗ କରିବା ପରେ ପୁଲିସ ନକଲି ସୁନା ଦେଇ ଋଣ ନେଇଥିବା୧୨ ଜଣକ ନାମରେ ମାମଲା ରୁଜୁ କରି ତଦନ୍ତ କରିଥିଲା। ସେଥିରୁ ୧୧ ଜଣ ଅଭିଯୁକ୍ତକୁ ଆଜି ଗିରଫ କରାଯାଇଥିବା ପୁଲିସ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛି ।
Popular Categories



