ପ୍ରଦୀପ ପାଣିଗ୍ରାହୀଙ୍କ ନାଁରେ ୩ ହଜାର ପୃଷ୍ଠାର ଭିଜିଲାନ୍ସ ଚାର୍ଜସିଟ୍
ଡେସ୍କ : ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ବିରୁଦ୍ଧରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଭୁବନେଶ୍ୱର ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟରେ ଚାର୍ଜସିଟ୍ ଦାଖଲ କରାଯାଇଛି। ୩ ହଜାର ପୃଷ୍ଠାର ଏହି ଚାର୍ଜସିଟ୍ରେ ମୋଟ୍ ୯ କୋଟି ୧୮ ଲକ୍ଷ ୧୩ ହଜାର ଟଙ୍କାର ଆୟବର୍ହିଭୂତ ସମ୍ପତ୍ତି ଥିବା ଉଲ୍ଲେଖ କରାଯାଇଛି। ଏହି ଚାର୍ଜସିଟ୍ରେ ପ୍ରଦୀପ ପାଣିଗ୍ରାହୀ ଓ ତାଙ୍କ ପତ୍ନୀଙ୍କ ନାମ ଉଲ୍ଲେଖ ଥିବା ଭିଜିଲାନ୍ସ କହିଛନ୍ତି। ସୂଚନାଯୋଗ୍ୟ, ୨୦୨୧ ଅକ୍ଟୋବର ମାସରେ ବିଧାୟକ ପ୍ରଦୀପ ପାଣିଗ୍ରାହୀ ଘରେ ଭିଜିଲାନ୍ସ ରେଡ୍ ହୋଇଥିଲା।
Comments are closed.