www.samajalive.in
Saturday, December 6, 2025
26.1 C
Bhubaneswar

୩୭ବର୍ଷର ମଇତାପୁର ଦୁର୍ଗା ପୂଜା ଓ ରାବଣ ପୋଡି

ସିମୁଳିଆ : ବାଲେଶ୍ବର ଜିଲ୍ଲା ସିମୁଳିଆ ବ୍ଳକ ମଇତାପୁର ଗ୍ରାମୀଣ ପରିବେଶରେ ପାଳିତ ହୋଇଥାଏ ଶାରଦୀୟ ଦୁର୍ଗାପୂଜା ଉତ୍ସବ। କିଛି ଦିନ ପାଇଁ ଗାଁର ରୂପ ବିଭିନ୍ନ ସହରଠାରୁ କୌଣସି ଗୁଣରେ କମ ନ ଥାଏ ଏହି ପୂଜା। ମାଙ୍କ ମୂର୍ତ୍ତି ଠାରୁ ଆରମ୍ଭ କରି ବିରାଟ ତୋରଣ ସାଙ୍ଗକୁ ଆଲୋକମାଳା ଗୁଡ଼ିକ ରାତିର ନିଦ ହଜାଇ ଦିନର ଭ୍ରମ ସୃଷ୍ଟି କରିଥାଏ। ଉପାନ୍ତରେ ଅବସ୍ଥିତ ଏହି ପୂଜା ୧୯୮୭ ମସିହାରୁ ଆରମ୍ଭ ହୋଇ ଦୀର୍ଘ ୧୦ବର୍ଷ କଳସ ପୂଜା ପରେ ଆରମ୍ଭ ହୋଇଥିଲା ମା ଦୁର୍ଗାଙ୍କ ମୂର୍ତ୍ତି ପୂଜା। ୩୭ବର୍ଷରେ ପଦାର୍ପଣ କରିଥିବା ଏହି ପୂଜା ସମାଜସେବୀ ତଥା ଶିକ୍ଷାବିତ ବିଷ୍ଣୁମୋହନ ମହାନ୍ତିଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଗଣପର୍ବ ପାଳିତ ହେଉଛି। ବର୍ଷା ସତ୍ତ୍ୱେ ଏହି ପୂଜାର ମାନ ବୃଦ୍ଧି ପାଇଁ ସାଂସ୍କୃତିକ କାର୍ଯ୍ୟକ୍ରମ ହିସାବରେ ମେଲୋଡି କାର୍ଯ୍ୟକ୍ରମ ଓ ରାବଣ ପୋଡି ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ପୂଜା ବିଲ୍ଵ ବରଣ ଠାରୁ ଆରମ୍ଭ ହୋଇ ଦଶହରା ପର୍ୟ୍ୟନ୍ତ ମହାଡମ୍ବରେ ରୀତିନୀତି ପୂର୍ବକ ପୂଜା ସମ୍ପର୍ଣ୍ଣ ହୋଇଥାଏ । ଏକ ସ୍ଥାୟୀ ପୂଜା ମଣ୍ଡପରେ ମା ଦୁର୍ଗାଙ୍କ ମୃଣ୍ମୟୀ ମୂର୍ତ୍ତି ସ୍ଥାପିତ ହେବା ସଙ୍ଗେ ସଙ୍ଗେ ପାର୍ଶ୍ଵ ଦେବାଦେବୀ ସ୍ଥାପନ କରାଯାଇଥାଏ । ଏହା ବ୍ୟତୀତ ବିଭିନ୍ନ ପୌରାଣିକ ଓ ବିଜ୍ଞାନ ଆଧାରରେ କୁଞ୍ଜମାନ ନିର୍ମିତ ହୋଇଥିଲା।ପୂଜା ମଣ୍ଡପ ସମ୍ମୁଖରେ ୬୦ଫୁଟ ରୁ ଉର୍ଦ୍ଧ୍ବ ଏକ ସୁ ଉଚ୍ଚ ସୁଦୃଶ୍ୟ ତୋରଣ ନିର୍ମିତ ଦର୍ଶକ ମନ ମୋହିଥିଲା। ଅନୁଷ୍ଠିତ ଉତ୍ସବରେ ସତ୍ୟର ବିଜୟ ଓ ଅଧର୍ମ ଉପରେ ଧର୍ମର ବିଜୟକୁ ଉପଜିବୀ କରି ବିଜୟା ଦଶମୀରେ ରାବଣ ପୋଡି ମହୋତ୍ସବ ଅନୁଷ୍ଠିତ ହୋଇଥିଲା। ରାବଣ ପୋଡ଼ି ଉତ୍ସବକୁ ଦେଖିବା ପାଇଁ ଭଦ୍ରକ ଓ ବାଲେଶ୍ବର ଜିଲ୍ଲାର ୨୫ ହଜାରରୁ ଉର୍ଦ୍ଧ୍ବ ଲୋକ ଏକତ୍ରିତ ହୋଇଥିଲେ । ଦଶମୀ ସନ୍ଧ୍ୟାରେ ଦେବୀଙ୍କ ଭାଷାଣି ଉତ୍ସବ ଓ ରାବଣ ପୋଡି ଉତ୍ସବ ପାଳନ କରାଯାଇଛି। ପ୍ରତିବର୍ଷ ଭଳି ଶାନ୍ତି ଶୃଙ୍ଖଳା ନିମନ୍ତେ ପ୍ରଶାସନ ନିୟମକୁ ମଧ୍ୟ ଧ୍ୟାନ ଦିଆଯାଇଛି ।

Hot this week

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

Related Articles

Popular Categories