www.samajalive.in
Saturday, December 13, 2025
26.1 C
Bhubaneswar

ପାଲାକାରଙ୍କୁ ଚିନ୍ତା ଚେତନା ବୈଶାଖୀ ସମ୍ମାନ

ଚୌଦ୍ୱାର : ସୁପ୍ରତିଷ୍ଠିତ ପାଲାକାର ତଥା ଟାଙ୍ଗୀ-ଚୌଦ୍ୱାର ବ୍ଲକ୍ ସତ୍ୟ ସନାତନ ଭାଗବତ ପ୍ରଚାର ସମିତିର ସଭାପତି ଉତ୍କଳ ପ୍ରତିଭା ସିଦ୍ଧେଶ୍ୱର ନାୟକଙ୍କୁ ମର୍ଯ୍ୟାଦାଜନକ ଚିନ୍ତା ଚେତନା ବୈଶାଖୀ ସମ୍ମାନରେ ସମ୍ମାନିତ କରାଯାଇଛି । ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ ଚିନ୍ତା ଚେତନା ଆନୁକୁଲ୍ୟରେ ଭୁବନେଶ୍ୱରସ୍ଥିତ ରବୀନ୍ଦ୍ର ମଣ୍ଡପରେ ଆୟୋଜିତ ୪୫ତମ ଜାତୀୟ ବୈଶଖୀ ସମ୍ମାନ ମହୋତ୍ସବରେ ପାଲା ଗାୟନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଶ୍ରୀ ନାୟକଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି । ଉଲ୍ଲେଖଯୋଗ୍ୟଯେ ଭାଗବତର ପ୍ରଚାର ଓ ପ୍ରସାର, ଗ୍ରାମେ ଗ୍ରାମେ ଭାଗବତ ଟୁଙ୍ଗୀ ପ୍ରତିଷ୍ଠା ଓ ପୁନରୁଦ୍ଧାର, ପରିବେଶ ସୁରକ୍ଷା, ବୃକ୍ଷ ରୋପଣ, ସମାଜସେବା ଅଦି କାର୍ଯରେ ଆଜକୁ ୨ ଦଶନ୍ଧିଧରି ଶ୍ରୀ ନାୟକ ଉଲ୍ଲେଖନୀୟ କାର୍ଯ୍ୟ କରିବା ସହିତ ପାଲା ଗାୟନ ପାଇଁ ବହୁ ସମ୍ମାନରେ ସମ୍ମାନିତ ହୋଇଛନ୍ତି । ତାଙ୍କର ଏହି ସମ୍ମାନ ପ୍ରାପ୍ତିରେ ସ୍ଥାନୀୟ ଅଞ୍ଚଳର ବହୁ ସଂସ୍କୃତି ପ୍ରେମୀ ତାଙ୍କୁ ଶୁଭେଚ୍ଛା ପ୍ରଦାନ କରିଛନ୍ତି ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories