www.samajalive.in
Thursday, December 11, 2025
23.1 C
Bhubaneswar

ଓରନ୍ଦାରେ ନବେଢା ଯାଦବ ସମାଜର ବୈଠକ

ଗୁରୁଡିଝାଟିଆ : ଓରନ୍ଦାର ସମ୍ଭେଶ୍ୱର ମନ୍ଦିର ପରିସରରେ ନବେଢା ଯାଦବ ସମାଜର ଏକ ବୈଠକ ଅନୁଷ୍ଠିତ ହୋଇଛି । ଉତ୍କଳ ଯାଦବ ସମାଜ ମହାସଭାର କାର୍ଯ୍ୟକାରୀ ସଭାପତି ସୁବାଷ ବେହେରା ଏଥିରେ  ମୁଖ୍ୟ ଅତିଥି ଭାବରେ ଯୋଗଦେଇ ସମାଜ ପରିବର୍ତ୍ତନରେ ଯାଦବମାନଙ୍କ ଭୂମିକା ବେଶ ଗୁରୁତ୍ୱପୂର୍ଣ୍ଣ ବୋଲି କହିବା ସହ ପୌରାଣିକ ପୃଷ୍ଠାକୁ ଉନ୍ମୋଚନ କଲେ ଯାଦବମାନେ ସର୍ବଦା ସତ୍ୟ, ନ୍ୟାୟ ଓ ଧର୍ମର ପ୍ରତିଷ୍ଠା ସହ ସମାଜରେ ମାନବବାଦର ପ୍ରଚାର ପାଇଁ ସର୍ବଦା ଉଦ୍ୟମରତ ବୋଲି କହିଥିଲେ। ତେଣୁ ଯାଦବମାନେ ସମବେତ ହୋଇ ଦେଶ ଗଠନରେ ନିଜକୁ ସମାଲି କରିବା ପାଇଁ କହିଥିଲେ । ଏହି ବୈଠକରେ ଗୁରୁ ଚରଣ ପ୍ରଧାନ, ରାମକୃଷ୍ଣ ବେହେରା, କୈଳାସ ଚନ୍ଦ୍ର ଦାସ, ଲୋକନାଥ ବେହେରା, ରାଜେନ୍ଦ୍ର ଖିଲାର, ବିଭୂ ଦାସ, ସନ୍ତୋଷ କୁମାର ବେହେରା ପ୍ରମୁଖ ଅତିଥି ଭାବରେ ଯୋଗଦେଇ ଯାଦବମାନଙ୍କ ବିଭିନ୍ନ ସମାସ୍ୟା ସଂପର୍କରେ ଆଲୋକପାତ କରିଥିଲେ।ଜ୍ୟୋତିପ୍ରସାଦ ପରିଡାଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ବୈଠକରେ ରଣଜିତ୍ ପ୍ରଧାନ,କୃତିବାସ ବେହେରା, ବିଶ୍ୱଜିତ୍ ଦାସ, ଉଦୟନାଥ କାଳିଆ, ସୁଧାକର ପ୍ରଧାନ, ଗଗନ ବେହେରା, ଅଭିରାମ ପ୍ରଧାନ, ପ୍ରହଲ୍ଲାଦ କାଳିଆ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ।

Hot this week

ଆଉ ୧୨ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା: ସ୍ଥିତି ସମୀକ୍ଷା କଲେ ଉପମୁଖ୍ୟମନ୍ତ୍ରୀ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଆଉ ୧୨ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା।...

ଦ୍ବିତୀୟ ଟି୨୦ ଆଜି; ୨-୦ ଲକ୍ଷ୍ୟରେ ଭାରତ

ନ୍ୟୁ ଚଣ୍ଡିଗଡ଼ : ନ୍ୟୁ ଚଣ୍ଡିଗଡ଼ ବା ମୁଲାନ୍‌ପୁର ଷ୍ଟାଡିୟମ୍‌ରେ କୌଣସି...

ରେଳ ଚଳାଚଳ ମାର୍ଗରେ ପୁନଃସଂଶୋଧନ

ଭୁବନେଶ୍ୱର : ଖୋର୍ଦ୍ଧା ରୋଡ ଡିଭିଜନ ଅନ୍ତର୍ଗତ ରାଜ ଆଠଗଡ଼ ଏବଂ...

ଗୃହରୁ ମିଳିଥିବା ୧୬,୫୦୦ ଟଙ୍କା ନେବାକୁ ହାତ ଟେକିଲେ ୧୨ ସଦସ୍ୟ

ପାକିସ୍ତାନ ନ୍ୟାସନାଲ ଆସେମ୍ବ୍ଲିରେ ଲଜ୍ଜାକର ଘଟଣା ଇସଲାମାବାଦ : ପାକିସ୍ତାନ ନ୍ୟାସନାଲ ଆସେମ୍ବ୍ଲିରେ...

ଦିଲ୍ଲୀ ବିସ୍ଫୋରଣ : ଆଉ ଜଣେ ଡାକ୍ତର ଗିରଫ

ନୂଆଦିଲ୍ଲୀ : ଦିଲ୍ଲୀ ଲାଲକିଲା ବିସ୍ଫୋରଣ ଘଟଣାରେ ଏନଆଇଏ ଜାମ୍ମୁ-କାଶ୍ମୀରର ବାରମୂଲାରୁ...

Related Articles

Popular Categories