ଆବଶ୍ୟକ ସାମଗ୍ରୀ :
ପନିର -୨୦୦ଗ୍ରାମ୍
ଆଳୁ(ସିଝା) -୨ଟି
ଅଦା – ଅଧା ଇଞ୍ଚ
ଲୁଣ – ସ୍ୱାଦ ଅନୁସାରେ
କଞ୍ଚା ଲଙ୍କା -୧ଟି
ତେଲ (ଛାଣିବା ପାଇଁ)
ସଜାଇବା ପାଇଁ :
ଦହି – ୪କପ୍
ମିଠା ଚଟଣି – ୧କପ୍
ଜିରା ଗୁଣ୍ଡ – ୨ଚାମଚ
ଲଙ୍କା ଗୁଣ୍ଡ – ୧ଚାମଚ
କଳା ଲୁଣ – ୧ଚାମଚ
ଧନିଆ ପତ୍ର
ପ୍ରସ୍ତୁତି ପ୍ରଣାଳୀ :
ପନିର ବରା ଚାଟ୍ ବନାଇବା ପାଇଁ ପ୍ରଥମେ ଗୋଟିଏ ପାତ୍ରରେ ଆଳୁ,ପନିରକୁ ମିଶାଇ ଭଲ ଭାବରେ ଚକଟି ଦିଅନ୍ତୁ। ସେହି ମିଶ୍ରଣରେ ଛେଚା ହୋଇଥିବା ଅଦା,ଲୁଣ,କଞ୍ଚା ଲଙ୍କା ମିଶାଇ ଭଲ ଭାବରେ ଚକଟି ୫ମିନିଟ୍ ପର୍ୟ୍ୟନ୍ତ ଛାଡ଼ି ଦିଅନ୍ତୁ। ୫ମିନିଟ୍ ପରେ ମିଶ୍ରଣରୁ ଅଳ୍ପ କିଛି ନେଇ ବରା ପରି ଗୋଲ କରି ଦିଅନ୍ତୁ।ଗ୍ୟାସରେ କଡେଇ ବସାଇ ତେଲ ପକାଇ ଗରମ କରନ୍ତୁ। ତେଲ ଗରମ ହୋଇଯିବା ପରେ ଗୋଲ କରିଥିବା ବରା ଗୁଡ଼ିକୁ ଛାଣନ୍ତୁ। ସୁନେଲୀ ରଙ୍ଗ ହେବା ପରେ ବରା ଗୁଡ଼ିକୁ ବାହାର କରି ଦିଅନ୍ତୁ।ଗୋଟିଏ ପାତ୍ରରେ ଛଣା ହୋଇଥିବା ପନୀର ବରା ନିଅନ୍ତୁ। ତା ଉପରେ କଳା ଲୁଣ,ଜିରା ଗୁଣ୍ଡ,ଲଙ୍କା ଗୁଣ୍ଡ,ମିଠା ଚଟଣି,ଦହି ପକାନ୍ତୁ। ତା ଉପରେ ଧନିଆ ପତ୍ର ପକାଇ ସଜାଇ ଦିଅନ୍ତୁ। ବର୍ତ୍ତମାନ ପ୍ରସ୍ତୁତ ହୋଇଗଲା ପନିର ବରା ଚାଟ୍ ।



