www.samajalive.in
Saturday, December 13, 2025
14.1 C
Bhubaneswar

ଚାନ୍ଦା ସଂଗ୍ରହ କରି ୧୫୦ ବର୍ଷ ପୁରୁଣା ପୁଷ୍କରିଣୀର ପଙ୍କୋଦ୍ଧାର

ରେଙ୍ଗାଲି: ରେଙ୍ଗାଲି ବ୍ଲକର ଲପଙ୍ଗା ଗ୍ରାମରେ ଥିବା ଦାସ ବନ୍ଧ ନାମକ ପ୍ରାୟ ୧୫୦ ବର୍ଷ ପୂରାତନ ପୁଷ୍କରିଣୀ ଜରାଜୀର୍ଣ୍ଣ ଅବସ୍ଥାରେ ପଡିରହିଥିଲା। ପୂର୍ବତନ ବ୍ଲକ ଅଧ୍ୟକ୍ଷ ତଥା ସମିତି ସଭ୍ୟ କିରଣ ବେହେରା, ମୁକୁନ୍ଦ ବେହେରା, ନରୋତ୍ତମ ବେହେରା, ଜିତେନ୍ଦ୍ର ଦାସ, ମନୋଜ ଦାସ ପ୍ରମୁଖ ସଚେତନ ନାଗରିକଙ୍କ ତତ୍ତ୍ଵାବଧାନରେ ଚାନ୍ଦା ସଂଗ୍ରହ କରାଯାଇ ଆଜି ଉକ୍ତ ପୁଷ୍କରିଣୀର ପଙ୍କୋଦ୍ଧାର କାର୍ଯ୍ୟ ଆରମ୍ଭ କରାଯାଇଛି। ବରିଷ୍ଠ ନାଗରିକ ତଥା ବ୍ଳକର ପୂର୍ବତନ ବିଜେଡି ସଭାପତି ମୁକୁନ୍ଦ ବେହେରା ପଙ୍କୋଦ୍ଧାର କାର୍ଯ୍ୟର ଶୁଭ ଦେଇଥିଲେ। ଏହି ପ୍ରଶଂସନୀୟ ସମ୍ପାଦନ କରାଇଥିବା ସଚେତନ ନାଗରିକଙ୍କ କାର୍ଯ୍ୟ ଗ୍ରାମବାସୀଙ୍କ ଦ୍ବାରା ପ୍ରଶଂସିତ ଏବଂ ସ୍ବାଗତ କରାଯାଉଛି। ଏହାଦ୍ୱାରା ଗ୍ରାମବାସୀଙ୍କ ସ୍ନାନ ଶୌଚ ଆଦି ସମସ୍ୟା ଦୂର ହେବାରେ ସହାୟକ ସହିତ ଗାଈ ଗୋରୁ ଆଦି ପଶୁସମ୍ପଦ ପକ୍ଷୀମାନଙ୍କର ତୃଷାନିବାରଣରେ ଏହା ସହାୟକ ହେବ ବୋଲି ମତ ପ୍ରକାଶ ପାଉଛି।

Hot this week

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

Related Articles

Popular Categories