www.samajalive.in
Monday, December 8, 2025
24.1 C
Bhubaneswar

ସାମ୍ନାକୁ ଆସିଲା ‘ପଙ୍ଗା’ର ନୂଆ ପୋଷ୍ଟର: ଜାଣନ୍ତୁ କେବେ ଆସିବ ଟ୍ରେଲର

ମୁମ୍ବଇ: ବଲିଉଡ଼ ଅଭିନେତ୍ରୀ କଙ୍ଗନା ରାଣାୱତ୍‍ଙ୍କ ଅଭିନୀତ ଆଗାମୀ ଚଳଚ୍ଚିତ୍ର ‘ପଙ୍ଗା’ର ନୂଆ ପୋଷ୍ଟର ଶନିବାର ସାମ୍ନାକୁ ଆସିଛି। ଟ୍ରେଡ଼୍‍ ଆନାଲିଷ୍ଟ ତରଣ ଆଦର୍ଶ ସାମାଜିକ ଗଣମାଧ୍ୟମରେ ଏହି ପୋଷ୍ଟର ଶେୟାର କରିବା ସହ ଚଳଚ୍ଚିତ୍ର ସମ୍ବନ୍ଧୀୟ ଜରୁରୀ ସୂଚନା ପ୍ରଦାନ କରିଛନ୍ତି।

- Advertisement -

ପୋଷ୍ଟରରେ କଙ୍ଗନା ଏକ ଛୋଟ ପିଲା, ନୀନା ଗୁପ୍ତା ଓ ଜସୀ ଗିଲ୍‍ଙ୍କ ସହ ବସିଥିବା ଦେଖିବାକୁ ମିଳିଛି। ଉପରେ ଲେଖା ହୋଇଛି, ‘ଯିଏ ସ୍ୱପ୍ନ ଦେଖନ୍ତି ସେ ପଙ୍ଗା ନିଅନ୍ତି’। ଫକ୍ସ ଷ୍ଟାର ଷ୍ଟୁଡିଓ ଦ୍ୱାରା ପ୍ରଯୋଜିତ ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଭାର ଅଶ୍ୱିନୀ ଆୟର ତିୱାରୀ ବହନ କରିଛନ୍ତି। ପୋଷ୍ଟରରେ ଜସୀ ଗିଲ୍‍ ଭିନ୍ନ ଅବତାରରେ ନଜର ଆସିଛନ୍ତି।
‘ପଙ୍ଗା’ର ଟ୍ରେଲର ୨୩ ଡିସେମ୍ବରରେ ରିଲିଜ୍‍ ହେବ ଓ ୨୪ ଜାନୁଆରୀରେ ଏହି ଚଳଚ୍ଚିତ୍ର ପରଦାକୁ ଆସିବ ବୋଲି ତରଣ ସୂଚନା ଦେଇଛନ୍ତି।

Hot this week

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

Related Articles

Popular Categories