www.samajalive.in
Saturday, December 13, 2025
21.1 C
Bhubaneswar

ପଣସୁଧା ଗୋଷ୍ଠୀ ସଂଘର୍ଷ ଓ ପୁଲିସ ଭ୍ୟାନ୍ ପୋଡ଼ି ଘଟଣାରେ କାର୍ଯ୍ୟାନୁଷ୍ଠାନ : ସବଇନିସପେକ୍ଟର ମନୋଜ୍ ପଣ୍ଡା ନିଲମ୍ବିତ

ବାଲିଚନ୍ଦ୍ରପୁର : ଯାଜପୁର ଜିଲା ବାଲିଚନ୍ଦ୍ରପୁର ଥାନା ଅନ୍ତର୍ଗତ ପଣସୁଧା ଗୋଷ୍ଠୀ ସଂଘର୍ଷ ଘଟଣାରେ ବିବାଦୀୟ ହୋଇପଡିଥିବା ତଥା କାର୍ଯ୍ୟରେ ଅବହେଳା ନେଇ ସବ୍ଇନିସପେକ୍ଟର ମନୋଜ ପଣ୍ଡାଙ୍କୁ ଶୁକ୍ରବାର ନିଲମ୍ବିତ କରାଯାଇଛି। ସବ୍ଇନସପେକ୍ଟର ଶ୍ରୀ ପଣ୍ଡାଙ୍କୁ ନିଲମ୍ବିତ କରାଯାଇଥିବା ନେଇ ଯାଜପୁର ଜିଲା ଆରକ୍ଷୀ ଅଧିକ୍ଷକ ରାହୁଲ୍ ପି.ଆର ‘ସମାଜ’କୁ ସୂଚନା ଦେଇଛନ୍ତି। ପଣସୁଧା ଗୋଷ୍ଠୀ ସଂଘର୍ଷ ଘଟଣାରେ କାର୍ଯ୍ୟାନୁଷ୍ଠାନ ସ୍ୱରୁପ ଏସ.ଆଇ ଶ୍ରୀ ପଣ୍ଡାଙ୍କୁ ଗତ ମାର୍ଚ୍ଚ ମାସ ୨୮ ତାରିଖରେ ବାଲିଚନ୍ଦ୍ରପୁର ଥାନାରୁ କାଳିଆପାଣି ଥାନାକୁ ବଦଳି କରାଯାଇଥିଲା। ଏଠାରେ ସୂଚନା ଯୋଗ୍ୟ ଯେ ବାଲିଚନ୍ଦ୍ରପୁର ଥାନା ଅନ୍ତର୍ଗତ ପଣସୁଧା ମାତା ମଠ ନିକଟସ୍ଥ ବଜାରରେ ଗୋଷ୍ଠୀ ସଂଘର୍ଷ ଘଟିବା ସହ ଦୁଇଟି ପୁଲିସ୍ ଭ୍ୟାନ୍‌କୁ ପୋଡ଼ି ଦିଆଯାଇଥିଲା। ଗୋଷ୍ଠି ସଂଘର୍ଷ ଓ ପୁଲିସ ଭ୍ୟାନ୍ ପୋଡ଼ି ସମୟରେ ଘଟଣା ସ୍ଥଳରେ ଏସ.ଆଇ ଶ୍ରୀ ପଣ୍ଡା ଉପସ୍ଥିତ ଥିଲେ। ପରିସ୍ଥିତିକୁ ସଠିକ୍ ପରିଚାଳନା କିମ୍ବା ସମ୍ଭାଳିବାରେ ଏସ. ଆଇ ଶ୍ରୀ ପଣ୍ଡାଙ୍କ ଅବହେଳା ନେଇ ପୁର୍ବରୁ ଚର୍ଚ୍ଚା ହୋଇ ଆସୁଥିଲା।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ

ସମାଜ ନ୍ୟୁଜ ଡେସ୍କ- ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ...

ସମ୍ମାନର ସହିତ ମୃତ୍ୟୁର ଅଧିକାର! -ଇଚ୍ଛାମୃତ୍ୟୁ ପାଇଁ ସୁପ୍ରିମକୋର୍ଟରେ ଆବେଦନ

ନୂଆଦିଲ୍ଲୀ - ଗାଜିଆବାଦର ବାସିନ୍ଦା ଅଶୋକ ରାଣା ଏବଂ ନିର୍ମଳା ରାଣା...

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

Related Articles

Popular Categories