www.samajalive.in
Thursday, December 11, 2025
15.1 C
Bhubaneswar

ମାମଲା ରୁଜୁ ହେବାରୁ ଦୁଷ୍କର୍ମ ପୀଡ଼ିତାଙ୍କ ବାପାଙ୍କୁ ହତ୍ୟା କଲା ଅଭିଯୁକ୍ତ

ଜୟପୁର: ରାଜସ୍ଥାନର ପାଲୀ ଜିଲାରେ ଜଣେ ଦୁଷ୍କର୍ମ ଅଭିଯୁକ୍ତ ପୀଡ଼ିତାଙ୍କ ପିତାଙ୍କୁ ହତ୍ୟା କରିବା ସହ ତାଙ୍କ ମାଆ ଓ ଭାଇଙ୍କୁ ଆକ୍ରମଣ କରି ଆହତ କରିଛି। ଅଭିଯୁକ୍ତ ମଧ୍ୟ ଆଘାତ ପ୍ରାପ୍ତ ହୋଇ ଚିକିତ୍ସିତ ଥିବା ପୁଲିସ ସୂଚନା ଦେଇଛି। ଅଭିଯୁକ୍ତ ନାଁରେ ଦୁଷ୍କର୍ମ ମାମଲା ରୁଜୁ ହେବା ପରେ ଉତ୍ୟକ୍ତ ହୋଇ ସେ ପୀଡ଼ିତାଙ୍କ ପିତାଙ୍କୁ ହତ୍ୟା କରିଥିବା ଜଣାପଡ଼ିଛି।

ପୁଲିସର କହିବାନୁସାରେ, ଜିଲାର ସାଦଡ଼ି ଥାନାରେ ଧନ୍ନାରାମ ନାମକ ବ୍ୟକ୍ତି ବିରୁଦ୍ଧରେ ୧୦ ନଭେମ୍ବରରେ ଦୁଷ୍କର୍ମ ଅଭିଯୋଗରେ ମାମଲା ରୁଜୁ କରାଯାଇଥିଲା। ପୀଡ଼ିତା ଅଭିଯୋଗ କରିଥିଲେ ଯେ, ଧନ୍ନାରାମ ତାଙ୍କୁ ନାସିକ ନେଇ ସେଠାରେ ଦୁଷ୍କର୍ମ କରିଥିଲା। ପୁଲିସ ଉପ ଅଧୀକ୍ଷକ ହିମାଂଶୁ ଜାଙ୍ଗିଡ଼୍‍ ମଙ୍ଗଳବାର ସୂଚନା ଦେଇଛନ୍ତି ଯେ, ଦୁଷ୍କର୍ମର୍ ମାମଲାରେ ଫେରାର୍‍ ଥିବା ଅଭିଯୁକ୍ତ ରବିବାର ବିଳମ୍ବିତ ରାତିରେ ଉନ୍ଦରଥଲ ଗାଁରେ ଥିବା ପୀଡ଼ିତାଙ୍କ ଘରେ ପଶିଥିଲା ଓ ତାଙ୍କ ପିତାଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲା। ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା। ଇତି ମଧ୍ୟରେ ପିତାଙ୍କୁ ରକ୍ଷା କରିବାକୁ ଆସିଥିବା ପୀଡ଼ିତାଙ୍କ ମାଆ ଓ ଭାଇଙ୍କୁ ମଧ୍ୟ ସେ ଆକ୍ରମଣ କରିଥିଲା। ଯଦ୍ୱାରା ଦୁହେଁ ଆହତ ହୋଇଥିଲେ।

- Advertisement -

ଅପର ପକ୍ଷରେ, ଏହି ମାମଲାର ତଦନ୍ତରେ ଅବହେଳା କରିଥିବା ଅଭିଯୋଗରେ ସାଦଡ଼ି ଥାନା ଅଧିକାରୀ ରାଜଦୀପେନ୍ଦ୍ର ସିଂହଙ୍କୁ ନିଲମ୍ବିତ କରାଯାଇଥିବା ପୁଲିସ ସୂଚନା ଦେଇଛି। ଏହା ସହିତ ପୀଡ଼ିତାଙ୍କୁ ପୁଲିସ ପକ୍ଷରୁ କଡ଼ା ସୁରକ୍ଷା ପ୍ରଦାନ କରାଯାଇଛି।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories