www.samajalive.in
Sunday, December 14, 2025
26.1 C
Bhubaneswar

ବିଦେଶରେ ନିଜକୁ ଭାରତୀୟ ବୋଲି ପରିଚୟ ଦିଅନ୍ତି ପାକିସ୍ତାନୀ: ସାର୍ଥକ ଆହୁଜା

ସମାଜ ଡିଜିଟାଲ ଡେସ୍କ: ପାକିସ୍ତାନୀମାନେ ବିଦେଶରେ ନିଜ ଦେଶର ପରିଚୟ ଦେବାକୁ ଲଜ୍ଜିତ ଅନୁଭବ କରନ୍ତି। ସେମାନେ ଅନେକ ସମୟରେ ନିଜକୁ ଭାରତୀୟ ବୋଲି ଉପସ୍ଥାପନ କରିଥାଆନ୍ତି। ଅନେକ ପାକିସ୍ତାନୀ ଏଭଳି କରନ୍ତି ବୋଲି କହିଛନ୍ତି ଇଣ୍ଡିଆନ ଇନଭେଷ୍ଟମେଣ୍ଟ ବ୍ୟାଙ୍କର ସାର୍ଥକ ଆହୁଜା। ସେ ସାମାଜିକ ଗଣମାଧ୍ୟମ ଲିଙ୍କ୍‌ଡଇନରେ ଏକ ପୋଷ୍ଟ ଜରିଆରେ ଏହା କହିଛନ୍ତି।

ଏକ ଘଟଣାର ଉଦାହରଣ ଦେଇ ସାର୍ଥକ କହିଛନ୍ତି, ସେ ଥରେ ନ୍ୟୁୟର୍କରେ ଗୋଟିଏ ହୋଟେଲକୁ ଯାଇଥିଲେ। ସେଠାରେ ଜଣେ କର୍ମଚାରୀ ଥିଲେ, ଯିଏକି ଦକ୍ଷିଣ ଏସୀୟ ନାଗରିକ ପରି ଜଣାପଡ଼ୁଥିଲେ। କିନ୍ତୁ କର୍ମଚାରୀ ଜଣକ  ନିଜକୁ ଗୁଜରାଟର ବାସିନ୍ଦା ବୋଲି ପରିଚୟ ଦେଇଥିଲେ। ତେଣୁ ସେ ଭାବିଥିଲେ ଯେ ପାକିସ୍ତାନରେ ବୋଧହୁଏ ଗୁଜରାଟ ବୋଲି କିଛି ସ୍ଥାନ ରହିଛି।

- Advertisement -

ସାର୍ଥକ ଆହୁର କହିଛନ୍ତି ଯେ, ସେ ତାଙ୍କ ଗସ୍ତ ସମୟରେ ଅନେକ ଥର ଲକ୍ଷ୍ୟ କରିଛନ୍ତି ଯେ ପାକିସ୍ତାନୀମାନେ ବାହାରେ ନିଜର ଦେଶର ପରିଚୟ ଦେବାକୁ କୁଣ୍ଠାବୋଧ କରନ୍ତି। ପାକିସ୍ତାନ ବିଷୟରେ ନକାରାତ୍ମକ ଧାରଣା ରହିଥିବାରୁ ସେମାନେ କୌଣସି ପ୍ରକାର ଅପ୍ରୀତିକର ପରିସ୍ଥିତିକୁ ଏଡ଼ାଇବା ଲାଗି ନିଜକୁ ଭାରତୀୟ ବୋଲି କହିଥାଆନ୍ତି।

Hot this week

ଧାନ କଟା ମେସିନରେ କଟିଗଲେ ଯୁବଚାଷୀ

ସମାଜ ଲାଇଭ ଡେସ୍କ :ବାଲେଶ୍ଵର ରେ ଧାନକଟା ମେସିନ୍ ରେ  କଟି...

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

Related Articles

Popular Categories