www.samajalive.in
Saturday, December 6, 2025
19.1 C
Bhubaneswar

ବନ୍ୟାରେ ବେହାଲ ପାକିସ୍ତାନ; ୧,୩୫୦ ଜଣଙ୍କ ମୃତ୍ୟୁ, ଭୁଶୁଡ଼ିଛି ୨୨୦ରୁ ଅଧିକ ପୋଲ

ଇସଲାମବାଦ: ପାକିସ୍ତାନରେ ଏବେ ବି ବନ୍ୟାର ବିଭୀଷିକା ଜାରି ରହିଛି । ଯେଉଁ ଆଡେ ଚାହିଁଲେ ସବୁଠି ଦିଶୁଛି ପାଣି ଆଉ ପାଣି । ବର୍ତ୍ତମାନ ବନ୍ୟା ସଙ୍କଟ ଭିତରେ ଗତି କରୁଛି ପାକିସ୍ତାନ । ବନ୍ୟାର ଦୁର୍ଦ୍ଦଶା କୋଟି କୋଟି ଲୋକ ଭୋଗୁଥିବା ବେଳେ ଶହଶହ ଲୋକଙ୍କ ଜୀବନ ମଧ୍ୟ ଯାଉଛି । ପାକିସ୍ତାନର ଲୋକମାନେ ଏହି ସମସ୍ୟା ସହ କ୍ରମାଗତ ଭାବରେ ସଂଘର୍ଷ କରୁଛନ୍ତି । ଗତ କିଛି ଦିନ ହେବ ବନ୍ୟା ପରିସ୍ଥିତି ପାକିସ୍ତାନରେ ବ୍ୟାପକ କ୍ଷୟକ୍ଷତି ଘଟାଇଛି । ପ୍ରବଳ ବର୍ଷା ଓ ବନ୍ୟା ଯୋଗୁଁ ପଡୋଶୀ ଦେଶ ପାକିସ୍ତାନରେ ଏପର‌୍ୟ୍ୟନ୍ତ ଏକ ହଜାରରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି ।

ପାକିସ୍ତାନ ବିପର୍ଯ୍ୟୟ ପରିଚାଳନା ବିଭାଗ ଏନେଇ ତଥ୍ୟ ପ୍ରଦାନ କରିଛି । ବିପର୍ଯ୍ୟୟ ପରିଚାଳନା କହିଛି କି, ଚଳିତ ବର୍ଷର ବନ୍ୟା ଯୋଗୁଁ ୧,୩୫୦ ଜଣଙ୍କ ମୃତ୍ୟୁ ଘଟିଛି । ୫ କୋଟି ଲୋକ ବନ୍ୟା ଯୋଗୁଁ ପ୍ରଭାବିତ ହୋଇଛନ୍ତି । କେବଳ ୯୦ ଲକ୍ଷ ଗୃହପାଳିତ ପଶୁଙ୍କ ମୃତ୍ୟୁ ଘଟିଛି । ୧୦ଲକ୍ଷ ଘର ବନ୍ୟା ଯୋଗୁ ଭାଙ୍ଗି ଯାଇଛି । ୨୨୦ରୁ ଅଧିକ ପୋଲ ଭୁଶୁଡ଼ିପଡ଼ିଛି । ଦେଶର ୯୦ଧ ଫସଲ ନଷ୍ଟ ହୋଇଛି । ବନ୍ୟା ପାଇଁ ପାଖାପାଖି ପାକିସ୍ତାନର ୮୦ କୋଟିରୁ ଊର୍ଦ୍ଧ୍ଵ ଟଙ୍କା ସମ୍ପତ୍ତି ନଷ୍ଟ ହୋଇଛି ।

- Advertisement -

ପାକିସ୍ତାନ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ ଜୁନ୍ ୧୪ ପରଠାରୁ ପ୍ରବଳ ବର୍ଷା ହେତୁ ଅନେକ ଜିଲ୍ଲା ଜଳବନ୍ଦୀ ହୋଇଥିଲା । ଏହି କାରଣରୁ ଏଯାଏଁ ପ୍ରାୟ ୧,୩୫୦ ଲୋକଙ୍କର ମୃତ୍ୟୁ ହୋଇଛି । ଅନେକ ଲୋକ ଆହତ ମଧ୍ୟ ହୋଇଛନ୍ତି । ବନ୍ୟାକୁ କିଛି ଦିନ ବିତିଯାଇଥିଲେ ମଧ୍ୟ ପାକିସ୍ତାନରେ ବନ୍ୟା ପରିସ୍ଥିତି ନିୟନ୍ତ୍ରଣ ହୋଇନାହିଁ । ଲୋକମାନେ ଖାଦ୍ୟ ଓ ପିଇବା ପାଣିପାଇଁ ଡହଳବିକଳ ହେଉଛନ୍ତି ।

Hot this week

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

Related Articles

Popular Categories