www.samajalive.in
Sunday, December 14, 2025
14.1 C
Bhubaneswar

ପାକିସ୍ତାନକୁ ଶକ୍ତିଶାଳୀ କ୍ଷପଣାସ୍ତ୍ର ଟ୍ରାକିଂ ସିଷ୍ଟମ ବିକିଲା ଚୀନ

ନୂଆଦିଲ୍ଲୀ : ଭାରତକୁ ଘେରିବା ପାଇଁ ଆତଙ୍କବାଦୀ ରାଷ୍ଟ୍ର ପାକିସ୍ତାନକୁ ଚୀନର ସମର୍ଥନ କାହାକୁ ଅଛପା ନାହିଁ । ମୁମ୍ବଇ ୨୬/୧୧ ଆତଙ୍କବାଦୀ ଆକ୍ରମଣ ଘଟଣାର ମାଷ୍ଟରମାଇଣ୍ଡ ତଥା ଜୈସ ଇ ମହମ୍ମଦର ମୁଖ୍ୟ ହାଫିଜ ସଇଦକୁ ଚୀନ ସୁରକ୍ଷା ଯୋଗାଇ ଆସୁଛି । ଚୀନ-ପାକିସ୍ତାନ ଆର୍ଥିକ କରିଡ଼ର (ସିପିଇସି) ପରେ ଏବେ ଆଉ ପାଦେ ଆଗେଇ ଦୁଇ ଦେଶ ସାମରିକ ସମ୍ପର୍କକୁ ମଜଭୁତ କରିଛନ୍ତି । ଏ କ୍ରମରେ ଚୀନ ଆତଙ୍କବାଦୀ ରାଷ୍ଟ୍ର ପାକିସ୍ତାନକୁ ଏକ ଶକ୍ତିଶାଳୀ କ୍ଷପଣାସ୍ତ୍ର ଟ୍ରାକିଂ ସିଷ୍ଟମ ବିକ୍ରି କରିଛି । ଭାରତ ଦ୍ୱାରା ଗୁରୁବାର ବ୍ରହ୍ମୋସ କ୍ଷପଣାସ୍ତ୍ର ପରୀକ୍ଷଣ ପରେ ଏହି ରାଜିନାମା କଥା ପଦାକୁ ଆସିଛି ।

ବେଜିଂ ଏବଂ ଇସଲାମାବାଦ ମଧ୍ୟରେ ହୋଇଥିବା ଏହି ରାଜିନାମା ଉପରେ ଭାରତ ତୀକ୍ଷ୍ଣ ଦୃଷ୍ଟି ରଖିଛି । ଏହି ରାଜିନାମା ପରେ ପାକିସ୍ତାନ ନିଜ ବହୁମୁଖୀ କ୍ଷପଣାସ୍ତ୍ର ବିକାଶ କାର୍ଯ୍ୟକ୍ରମକୁ ଅଧିକ ମଜଭୁତ କରିପାରିବ । ସାଉଥ ଚାଇନା ମର୍ଣ୍ଣି ପୋଷ୍ଟରେ ପ୍ରକାଶିତ ଏକ ରିପୋର୍ଟ ଅନୁସାରେ କ୍ଷପଣାସ୍ତ୍ର ଟ୍ରାକିଂ ସିଷ୍ଟମ କେତେ ଟଙ୍କାରେ ବିକ୍ରି ହୋଇଛି ସେ ତଥ୍ୟ ଉପଲବ୍ଧ ନାହିଁ । ରିପୋର୍ଟ ଅନୁସାରେ ପାକିସ୍ତାନ ସେନା ଏହି ସିଷ୍ଟମକୁ ଗୋଟିଏ ଫାୟାରିଂ ରେଂଜ ନିକଟରେ ବ୍ୟବହାର କରିବା ଆରମ୍ଭ କରିଛି । ଏହାସହ ପାକିସ୍ତାନ ସେନା ନୂଆ କ୍ଷପଣାସ୍ତ୍ର ବିକଶିତ ପ୍ରକ୍ରିୟା ବି ଆରମ୍ଭ କରିଛି ।

- Advertisement -

ଚାଇନିଜ ଏକାଡେମୀ ଅଫ ସାଇନ୍ସେସ୍‌ (ସିଏଏସ୍‌)ର ଜଣେ ଗବେଷକ ଏହି ସୂଚନା ଦେଇଛନ୍ତି । ଚୀନର ଏଭଳି ପଦକ୍ଷେପ ଦ୍ୱାରା ଭାରତ-ଚୀନ ସମ୍ପର୍କରେ ତିକ୍ତତା ଆସିବ ବୋଲି ଆଶଙ୍କା କରାଯାଉଛି। ଏକ ଆତଙ୍କବାଦୀ ରାଷ୍ଟ୍ରକୁ ଚୀନ ସମ୍ବେଦନଶୀଳ କ୍ଷପଣାସ୍ତ୍ର ଟ୍ରାକିଂ ସିଷ୍ଟମ ବିକ୍ରି କରିବା ବିଶ୍ୱହିତ ପାଇଁ କ୍ଷତିକାରକ ବୋଲି ରକ୍ଷା ବିଶେଷଜ୍ଞମାନେ ମତବ୍ୟକ୍ତ କରିଛନ୍ତି । ଚୀନର ଏକ ଦଳ ୩ ମାସ ପାକିସ୍ତାନରେ ରହି ଟ୍ରାକିଂ ସିଷ୍ଟମ ପରିଚାଳନାର ପ୍ରଶିକ୍ଷଣ ଦେଇଥିବା ସୂଚନା ମିଳିଛି । ରହଣୀ ସମୟରେ ଚୀନର ପ୍ରଶିକ୍ଷକ ଦଳକୁ ପାକିସ୍ତାନରେ ଭିଆଇପି ଅଭ୍ୟର୍ଥନା ଦିଆଯାଇଥିଲା ।

ଏହି ଶକ୍ତିଶାଳୀ କ୍ଷପଣାସ୍ତ୍ର ସିଷ୍ଟମ ଉଚ୍ଚଶକ୍ତି ସମ୍ପନ୍ନ ଟେଲିସ୍କୋପ, ଦ୍ରୁତ ଗତିରେ ଯାଉଥିବା ବସ୍ତୁକୁ ଟ୍ରାକ୍‌ କରିବା କ୍ଷେତ୍ରରେ ଉପଯୋଗୀ ଶକ୍ତିଶାଳୀ କ୍ୟାମେରା, ସ୍ୱଂୟଭାବେ ଗତି କରୁଥିବା ବସ୍ତୁକୁ ଉତ୍ତୋଳନ କରିପାରୁଥିବା କେନ୍ଦ୍ରୀୟ କମ୍ପ୍ୟୁଟର ସିଷ୍ଟମକୁ ନେଇ ଗଠିତ। ଏହି ସିଷ୍ଟମ ଦ୍ୱାରା ଆକାଶରେ କ୍ଷପଣାସ୍ତ୍ରକୁ ଟ୍ରାକ୍‌ କରି ମାରି ଖସାଇଦେବା ଅତି ସହଜ ହେବ ।

Hot this week

ପଶ୍ଚିମବଙ୍ଗରେ ଏସଆଇଆର ପ୍ରଭାବ

ମମତାଙ୍କ ନିର୍ବାଚନମଣ୍ଡଳୀରେ ବାଦ ପଡିଛନ୍ତି ୪୪ ହଜାର ଭୋଟର କଲକାତା : ନିର୍ବାଚନ...

ଆଜି ଭାରତ-ପାକିସ୍ତାନ ମ୍ୟାଚ: କରିବେନି କରମର୍ଦ୍ଦନ!

ସମାଜ ଡିଜିଟାଲ ଡେସ୍କ: ଆଜି ଭାରତ ଏବଂ ପାକିସ୍ତାନ ମଧ୍ୟରେ ୧୯...

ଦିଲ୍ଲୀରେ ରାଜ୍ୟ କଂଗ୍ରେସର ତୁଙ୍ଗନେତା

ମୋକିମଙ୍କ ଚିଠି ଉପରେ ଆସନ୍ତା ସପ୍ତାହରେ ପଦକ୍ଷେପ ଭୁବନେଶ୍ବର : ରାହୁଲଙ୍କ ଡାକରାରେ...

ସାମ୍ସ ପୋର୍ଟାଲରେ ଅପ୍‌ଡେଟ୍ ହେଉନି ଉପସ୍ଥାନ

ଖିଲାପୀ ତାଲିକାରେ ୨ ହଜାରରୁ ଊର୍ଦ୍ଧ୍ବ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଭୁବନେଶ୍ବର :...

ଅଧିନାୟକ-ଉପଅଧିନାୟକଙ୍କ ଖରାପ ପ୍ରଦର୍ଶନ; ୧୫ ଇନିଂସରେ ୫୦ଛୁଇଁ ନାହାଁନ୍ତି

ସମାଜ ଡିଜିଟାଲ ଡେସ୍କ: ଭାରତୀୟ ଟି-୨୦ ଦଳର ଅଧିନାୟକ ସୂର୍ଯ୍ୟକୁମାର ଯାଦବ...

Related Articles

Popular Categories