www.samajalive.in
Sunday, December 7, 2025
23.1 C
Bhubaneswar

ଡମପଡା-ଚନ୍ଦକା ବନଖଣ୍ଡରେ ପକ୍ଷୀଗଣନା, ୬୨ ପ୍ରଜାତିର ୨୧,୯୪୮ ପକ୍ଷୀ

ବାଙ୍କୀ: ଚଳିତ ବର୍ଷ ଡମପଡା-ଚନ୍ଦକା ବନଖଣ୍ଡରେ ପକ୍ଷୀ ଗଣନା କାର୍ଯ୍ୟ ଶନିବାର ଦିନ ଅନୁଷ୍ଠିତ ହୋଇଯାଇଛି। ଏହି ପକ୍ଷୀ ଗଣନା କାର୍ଯ୍ୟରେ ଡମପଡ଼ା ବନାଞ୍ଚଳର ୫ଟି ସ୍ଥାନରେ ୫ଟି ଟିମ୍‌ ମାଧ୍ୟମରେ ୬୨ ପ୍ରଜାତିର ୧୯,୪୦୮ ପକ୍ଷୀ ଗଣନା କରାଯାଇଥିବା ବେଳେ ଚନ୍ଦକାର ବିଭିନ୍ନ ଅଞ୍ଚଳରେ ୨୫୪୦ ପକ୍ଷୀ ଗଣନା ହୋଇଛନ୍ତି। ଉଭୟ ଅଞ୍ଚଳରେ ମୋଟ ୨୧,୯୪୮ ପକ୍ଷୀ ଗଣନା ହୋଇଛନ୍ତି। ଏ ନେଇ ଓାଇଲ୍ଡ ଲାଇଫ ଡିଭିଜନ ପକ୍ଷରୁ ସୂଚନା ମିଳିଛି। ଡମପଡା ବ୍ଲକ ଅନ୍ତର୍ଗତ କୁଶପଙ୍ଗୀ ପାଟ୍ଟ, ପାଥପୁର ପାଟ୍ଟ, ଗୟଳବାଙ୍କ ଜାରିଆନାଳ, ମହାନଦୀର ଉପରମୁଣ୍ଡ ଓ ମହାନଦୀର ତଳ ମୁଣ୍ଡରେ ଯଥାକ୍ରମେ ୫ଟି ଟିମରେ ୩୫ଜଣ କର୍ମଚାରୀ ପକ୍ଷୀଗଣନା କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ। ଏ.ସି.ଏ.ଫ ରମାକାନ୍ତ ନାୟକ,ରେଞ୍ଜର ଅଶୋକ ଦାସ,ଫରେଷ୍ଟର ରାକେଶ ସ୍ୱାଇଁ,ଅବୈତନିକ ପ୍ରାଣିତତ୍ୱାବଧାରକ ସୁରେଶ ଚନ୍ଦ୍ର ତ୍ରିପାଠୀ ଏବଂ ୫ଜଣ ପକ୍ଷୀ ବିଶେଷଜ୍ଞ ଦଳରେ ସାମିଲ ହୋଇଥିଲେ। ବନପାଳ ସଞ୍ଜୀବ ବେହେରା,ପ୍ରମୋଦ କୁମାର ରାଉତ,ନୀଲୁଲତା ବେହେରା ଓ ମୋହନ ମାରାଣ୍ଡି ଯଥାକ୍ରମେ ନିଜ ଅଂଚଳ ଦାୟିତ୍ୱରେ ପକ୍ଷୀଗଣନା କାର୍ଯ୍ୟରେ ସହଯୋଗ କରିଥିଲେ। ସ୍ୱାମ୍ପ ହେନ୍, କମନଟିଲ, କଟନ ଟିଲ୍, ଗାଡଓାଲ୍, ନର୍ଦନପିଣ୍ଟେଲ, ନର୍ଦନ ଶୋଭଲର, କମନ୍ଟିଲ୍, ରିଭର ଲାଓପିଂ, କମନ୍ପୁଚାଡ,କମନ୍ ସାଣ୍ଟପିପର,ରେଡ୍ସ୍ୟାନ,ପର୍ଣ୍ଣହର୍ଣ୍ଣ ପ୍ରମୁଖ ୬୨ ପ୍ରଜାତିର ପକ୍ଷୀ ଦୃଶ୍ୟମାନ ହୋଇଥିଲେ।

Hot this week

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

Related Articles

Popular Categories