www.samajalive.in
Saturday, December 6, 2025
19.1 C
Bhubaneswar

ପାକିସ୍ତାନର କାରସାଦି ଧରାପଡ଼ିଲା; ଠିକ୍‌ ସମୟରେ ଅଭିନନ୍ଦନଙ୍କୁ ନ ଫେରାଇବା ପଛରେ କାରଣ ଥିଲା ପ୍ରୋପାଗଣ୍ଡା ଭିଡିଓ

ନୂଆଦିଲ୍ଲୀ: ଭାରତୀୟ ବାୟୁସେନାର ୱିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ଦ୍ଧମାନଙ୍କୁ ଶୁକ୍ରବାର ରାତିରେ ପାକିସ୍ତାନ ଭାରତକୁ ଫେରାଇଲା। ହେଲେ ଏଥିପାଇଁ ବହୁ ସମୟ ବିଳମ୍ବ କରିଥିଲା। ଏହା ପଛର କାରଣ ହେଉଛି ପ୍ରୋପାଗଣ୍ଡା ଭିଡିଓ। ପାକିସ୍ତାନ ଅଭିନନ୍ଦନଙ୍କୁ ନିର୍ଦ୍ଦିଷ୍ଟ ସମୟରେ ଭାରତ ନ ଛାଡ଼ି ତାଙ୍କଠାରୁ ଜବରଦସ୍ତି ଏକ ଭିଡିଓ ଶୁଟ୍‌ କରିଥିଲା। ଅଭିନନ୍ଦନଙ୍କୁ ଛାଡ଼ିବା ପୂର୍ବରୁ ପାକିସ୍ତାନ ତାଙ୍କଠାରୁ ଜୋର ଜବରଦସ୍ତି କିଛି ବୟାନ ରେକର୍ଡ କରିବା ସହ ତାହାର ଭିଡିଓ ଭାଇରାଲ କରିଥିଲା।

କୁହାଯାଉଛି ଯେ, ଭାରତୀୟ ବାୟୁସେନାର ବିମାନ ଆକ୍ରମଣ ପରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଉତ୍ତେଜନା ବଢ଼ିଥିବାବେଳେ ସେହି ଦେଶର ନାଗରିକ ଅଭିନନ୍ଦନଙ୍କ ମୁକ୍ତି ସପକ୍ଷରେ ନ ଥିଲେ। କିନ୍ତୁ ବିଭିନ୍ନ ମହଲରୁ ଚାପ ପଡ଼ିବା ପରେ ପାକିସ୍ତାନ ଅଭିନନ୍ଦନଙ୍କୁ ଫେରାଇବାକୁ ନିଷ୍ପତ୍ତି ନେଇଥିଲା। ଏହାକୁ ନିଜ ଦେଶବାସୀ ବିରୋଧ କରୁଥିବାବେଳେ ସେମାନଙ୍କ ମତକୁ ପ୍ରଭାବିତ କରିବା ଲାଗି ପାକିସ୍ତାନ ଭିଡିଓଟି ଜାରି କରିଥିଲା। ଅଭିନନ୍ଦନ ଭାରତକୁ ଆସିବା ପୂର୍ବରୁ ଏହି ଭିଡିଓ ପାକିସ୍ତାନୀ ବୈଦ୍ୟୁତିକ ଗଣମାଧ୍ୟମରେ ପ୍ରସାରିତ ହୋଇଥିଲା। ଫଳରେ ଯେଉଁ ସମୟରେ ଅଭିନନ୍ଦନଙ୍କୁ ପାକିସ୍ତାନ ଭାରତକୁ ହସ୍ତାନ୍ତର କରିବାକୁ ଘୋଷଣା କରିଥିଲା, ସେହି ସମୟରେ ତାହା ନ କରି ଏଭଳି ନାଟକବାଜି ଚଳାଇଥିଲା।

- Advertisement -

ମାତ୍ର ଦେଢ଼ ମିନିଟର ଉକ୍ତ ଭିଡିଓକୁ ୧୫ରୁ ୧୭ ଥର ନିଜ ଇଚ୍ଛା ଅନୁସାରେ ଏଡିଟ୍‌(କଟାକଟି) କରାଯାଇଛି, ଯେଉଁଥିରେ ପାକିସ୍ତାନର ନାଗରିକଙ୍କୁ ପ୍ରଭାବିତ କରିବା ଭଳି ତଥ୍ୟ ରହିଛି। ଏହି ପ୍ରୋପାଗଣ୍ଡା(ଅନ୍ୟକୁ ପ୍ରଭାବିତ କରିବା ଭଳି ମତ) ଭିଡିଓକୁ ଭାଇରାଲ କରି ନିଜ ଦେଶବାସୀଙ୍କ ନିକଟରେ ଏବଂ ବିଶ୍ଵସ୍ତରରେ ପାକ୍‌ ନିଜର ଭାବମୂର୍ତ୍ତି ସଜାଡ଼ିବାକୁ ଉଦ୍ୟମ କରିଛି। ଅଭିନନ୍ଦନଙ୍କୁ ଚାପରେ ରଖି ଏହି ଭିଡିଓ ପ୍ରସ୍ତୁତ କରାଯାଇଥିବା ସ୍ପଷ୍ଟ ହେଉଥିବାବେଳେ ପାକିସ୍ତାନର ଏଭଳି ହୀନ ଉଦ୍ୟମକୁ ବିଭିନ୍ନ ମହଲରେ ସମାଲୋଚନା କରାଯାଇଛି।

Hot this week

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

Related Articles

Popular Categories