www.samajalive.in
Saturday, December 13, 2025
14.1 C
Bhubaneswar

ପାକ୍ ପ୍ରଧାନମନ୍ତ୍ରୀଙ୍କ ପତ୍ତା ମିଳୁନି, ଦେଶରେ ଗୃହ ଯୁଦ୍ଧ ଆରମ୍ଭ !

ସମାଜ ଡିଜିଟାଲ ଡେସ୍କ: ଭାରତର ଘନ ଘନ ଆକ୍ରମଣ ପରେ ପାକିସ୍ତାନ ଥରହର ହୋଇଛି। ସେନା ମୁଖ୍ୟ ଅସିମ ମୁନିର ସାମ୍ନାକୁ ଆସୁ ନ ଥିବାବେଳେ ଏବେ ପାକ୍‌ ପ୍ରଧାନମନ୍ତ୍ରୀଙ୍କ ପତ୍ତା ମିଳୁ ନାହିଁ। ପ୍ରଧାନମନ୍ତ୍ରୀ ଶେହଓ୍ବାଜ ସରିଫ କେଉଁଠି ରହିଛନ୍ତି ତାହା ଜଣାପଡ଼ି ନାହିଁ। ସରିଫଙ୍କ ସହିତ ଯୋଗାଯୋଗ ହୋଇପାରୁ ନ ଥିବା ଜଣାପଡ଼ିଛି। ତେବେ ସରିଫ ବଙ୍କରରେ ଆତ୍ମଗୋପନ କରିଥିବା କୁହାଯାଉଛି।

ସେପଟେ ଦେଶରେ ଏକପ୍ରକାର ଗୃହଯୁଦ୍ଧ ପରିସ୍ଥିତି ସୃଷ୍ଟି ହୋଇଛି। ସେନାରେ ବିଦ୍ରୋହ ଦେଖାଦେଇଥିବାବେଳେ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଜେଲରୁ ମୁକୁଳାଇବାକୁ ଦାବି ହୋଇଛି। ଇମ୍ରାନଙ୍କ ସମର୍ଥକମାନେ ରାସ୍ତାକୁ ଓହ୍ବାଇ ତାଙ୍କୁ ମୁକ୍ତ କରିବାକୁ ଦାବି କରିଛନ୍ତି। ପାକ୍ ସରକାର ଦୁର୍ବଳ ହୋଇପଡ଼ିଥିବାବେଳେ ଇମ୍ରାନଙ୍କୁ ଜେଲରୁ ମୁକୁଳାଇବା ଲାଗି ସମର୍ଥକମାନଙ୍କ ପାଇଁ ଏହା ଏକ ସୁଯୋଗ ବୋଲି କୁହାଯାଉଛି। ଇମ୍ରାନଙ୍କ ସମର୍ଥକମାନଙ୍କ ଆନ୍ଦୋଳନ ଧୀରେ ଧୀରେ ଉଗ୍ର ରୂପ ନେବାର ସମ୍ଭାବନା ରହିଛି।

Hot this week

ସାବଧାନ, ଅଣ୍ଡା ଖାଇଲେ ହେଉଛି କ୍ୟାନସର!

ଶୀତ ଋତୁରେ ଅଧିକାଂଶ ଲୋକ ଅଣ୍ଡା ଖାଆନ୍ତି। ଅଣ୍ଡାରେ ପ୍ରୋଟିନ୍, କ୍ୟାଲସିୟମ୍...

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

Related Articles

Popular Categories