www.samajalive.in
Saturday, December 6, 2025
26.1 C
Bhubaneswar

ପାକିସ୍ତାନ କ୍ରିକେଟ୍‌ ଦଳର ମୁଖ୍ୟ ପ୍ରଶିକ୍ଷକ ଦୌଡ଼ରେ ମିସ୍‌ବା

ଇସଲାମାବାଦ୍‌ : ପାକିସ୍ତାନ କ୍ରିକେଟ୍ ଦଳର ମୁଖ୍ୟ ପ୍ରଶିକ୍ଷକ ଦୌଡରେ ସାମିଲ ହୋଇଛନ୍ତି ପୂର୍ବତନ ଅଧିନାୟକ ମିସ୍‌ବା-ଉଲ୍‌-ହକ୍‌। ସୂଚନାଥାଉକି ଇଂଲଣ୍ଡ​‌ରେ ଖେଳାଯାଉଥିବା କ୍ରିକେଟ୍ ବିଶ୍ବକପ୍‌ରେ ପାକିସ୍ତାନ ଦଳର ନୈରାଶ୍ୟଜନକ ପ୍ରଦର୍ଶନ ପରେ ମୁଖ୍ୟ ପ୍ରଶିକ୍ଷକ ମିକି ଆର୍ଥରଙ୍କ କାର୍ଯ୍ୟକାଳ ନ ବଢ଼ାଇବାକୁ ପିସିବି ନିଷ୍ପତ୍ତି ନେଇଥିଲା। ମିକି ଆର୍ଥର ବାଦ୍‌ ପଡିଥିବାରୁ ତାଙ୍କ ସ୍ଥାନରେ ନୂଆ ମୁଖ୍ୟ ପ୍ରଶିକ୍ଷକ ନିଯୁକ୍ତ କରିବାକୁ ଯାଉଛି ପିସିବି। ସ୍ଥାନୀୟ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁଯାୟୀ ମୁଖ୍ୟ ପ୍ରଶିକ୍ଷକ ଦୌଡ଼ରେ ମିସ୍‌ବା-ଉଲ୍‌-ହକ୍‌ ଅନ୍ୟମାନଙ୍କ ଠାରୁ ଆଗୁଆ ଅଛନ୍ତି।
୪୫ ବର୍ଷୀୟ ମିସ୍‌ବା ପାକିସ୍ତାନ ତରଫରୁ ୭୫ଟି ଟେଷ୍ଟ ଓ ୧୬୨ଟି ଦିନିକିଆ ମ୍ୟାଚ୍‌ ଖେଳିଛନ୍ତି। ୨୦୧୦ ସ୍ପଟ୍‌ ଫିକ୍ସିଂ ବିବାଦ ପରେ ପାକିସ୍ତାନ ଦଳର ଛବି ଖରାପ ହୋଇଥିଲା। ସେହି ସମୟରେ ମିସ୍‌ବା ପାକିସ୍ତାନ ଦଳର ନେତୃତ୍ବ ନେଇ ଦଳକୁ ମଜଭୁତ କରି ଗଢ଼ି ତୋଳିବାରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ।

Hot this week

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

Related Articles

Popular Categories