www.samajalive.in
Saturday, December 6, 2025
19.1 C
Bhubaneswar

୧୦ଦିନରେ ସମସ୍ତ ଧାନ ଉଠିବାକୁ ମିଳିଲା ପ୍ରତିଶ୍ରୁତି

ପଦ୍ମପୁର: ବରଗଡ଼ ଜିଲାରେ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟାକୁ ଅଢେଇ ମାସରୁ ଅଧିକ ସମୟ ବିତିଲାଣି। ମାତ୍ର ଧାନ ବିକ୍ରି ସମସ୍ୟା ସମାଧାନ ହୋଇପାରିନାହିଁ। ଚାଷୀମାନଙ୍କ ପାଖରେ ଧାନ ରହିଛି, ବିକ୍ରି ଶେଷ ନ ଥିବାବେଳେ ବିଭିନ୍ନ ମଣ୍ଡି ଗୁଡିକୁ ବନ୍ଦ କରି ଦିଆଯାଇଛି। ଚାଷୀଙ୍କୁ ମିଳିଥିବା ଟୋକନ ଅବଧି ମଧ୍ୟ ସରି ବସିଛି। ଫଳରେ ଚାଷୀମାନେ ଧାନ ବିକ୍ରି କରି ନ ପାରି ବହୁ ଅସୁବିଧାର ସମ୍ମୁଖିନ ହୋଇଛନ୍ତି। ତେଣୁ ପୂର୍ବ ସୂଚନା ଅନୁସାରେ ସୋମବାର ରାଜବୋଡାସମ୍ବର କୃଷକ ସଂଗଠନ ନେତୃତ୍ୱରେ ଚାଷୀମାନେ କନସିଂହା ଛକରେ ଧାନ ବୋଝେଇ ଟ୍ରାକ୍ଟର ରଖି ପଦ୍ମପୁର- ସୋହେଲା ରାସ୍ତାକୁ ଅବରୋଧ କରିଥିଲେ। ଚାଷୀଙ୍କ ପାଖରେ ରହିଥିବା ସମସ୍ତ ଧାନକୁ କିଣିବା ପାଇଁ ସେମାନେ ଦାବି କରିଥିଲେ।

 

- Advertisement -

ରାସ୍ତାର ଉଭୟ ପାର୍ଶ୍ବରେ ଶତାଧିକ ଗାଡି ଅଟକି ରହିଥିଲା। ଯାତାୟତ ବାଧା ପ୍ରାପ୍ତ ହୋଇଥିଲା। ସମସ୍ତ ଚାଷିଙ୍କ ଧାନ ଉଠିବା ବ୍ୟବସ୍ଥା ନ ହେବା ପର୍ଯ୍ୟନ୍ତ କୃଷକ ସଂଗଠନ ରାସ୍ତାରୋକରୁ ବିରତ ହେବେ ନାହିଁ ବୋଲି ସ୍ପଷ୍ଟ ଭାବରେ ଜଣାଇ ଦେଇଥିଲେ। ଉପ ଜିଲ୍ଲାପାଳ ତନ୍ମୟ କୁମାର ଦରୱାନ, ଯୋଗାଣ ଅଧିକାରୀ ଶମ୍ଭୁପ୍ରସାଦ ହରିପାଳ, ଅତିରିକ୍ତ ତହସିଲଦାର ସରୀତା ଗୁପ୍ତା, ଥାନା ଅଧିକାରୀ ମାନସ ରଞ୍ଜନ ପ୍ରଧାନ ଚାଷୀଙ୍କ ଧାରଣାସ୍ଥଳରେ ପହଞ୍ଚିଥିଲେ। ଚାଷୀନେତା ରମେଶ ମହାପାତ୍ର, ଅଶୋକ ସାହୁ, ରୋହିତ ପ୍ରଧାନ, କୈଲାସ ବାରିକ, ଭୁଜ ସାହୁ, ଅଜିତ ବିଶ୍ବାଳ, ଶତୃଘ୍ନ ତ୍ରିପାଠୀ, ପ୍ରଶାନ୍ତ ପ୍ରଧାନ, ରାଜୀବ ମିଶ୍ର, ଲିଙ୍ଗରାଜ ଗଡତିଆ, ବାଞ୍ଛାନିଧି ନାୟକ, ହେମସାଗର ସାହୁ ଓ ଅନ୍ୟଚାଷୀମାନଙ୍କ ସହ ଆଲୋଚନା କରିଥିଲେ। ୧୦ଦିନ ମଧ୍ୟରେ ସମସ୍ତ ଚାଷିଙ୍କ ଧାନ କିଣାଯିବ ବୋଲି ଅଧିକାରୀମାନେ ପ୍ରତିଶୃତି ଦେଇଥିଲେ। ଏହାପରେ ଚାଷୀମାନେ ଧର୍ମଘଟ ପ୍ରତ୍ୟାହାର କରିଥିଲେ। ତେବେ ସମସ୍ତ ଚାଷିଙ୍କ ଧାନ ନ ଉଠିଲେ ଆନ୍ଦୋଳନ ତୀବ୍ର କରାଯିବ ବୋଲି ପ୍ରଶାସନକୁ ଚେତାବନି ଦିଆଯାଇଛି।

Hot this week

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

Related Articles

Popular Categories