www.samajalive.in
Monday, December 8, 2025
14.1 C
Bhubaneswar

ଖରିଫ ଧାନ ସଂଗ୍ରହ : ମାସେ ବଢ଼ିଲା ଚାଷୀ ପଞ୍ଜୀକରଣ ସମୟସୀମା

ଭୁବନେଶ୍ୱର : ରାଜ୍ୟରେ ଖରିଫ ଧାନସଂଗ୍ରହ ବରଗଡ଼ ଜିଲାରୁ ଆରମ୍ଭ ହୋଇଛି। ଜିଲାର ୩୫ଟି ମଣ୍ଡିରେ ୧୧୩୬ଜଣ ଚାଷୀ ଧାନ ବିକ୍ରି କରିଛନ୍ତି। ଜିଲାରେ ୬୯, ୩୨୦ କ୍ୱିଣ୍ଟାଲ ଧାନ ସଂଗ୍ରହ କରାଯାଇଥିବା ଖାଦ୍ୟ ଯୋଗାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଚାଷୀ ପଞ୍ଜୀକରଣ ଲକ୍ଷ୍ୟଧାର୍ଯ୍ୟ ପାଇଁ ସରକାର ପଞ୍ଜୀକରଣ ସମୟସୀମା ତୃତୀୟ ଥର ପାଇଁ ବୃଦ୍ଧି କରିଛନ୍ତି। ଗୁରୁବାର ପର୍ଯ୍ୟନ୍ତ ଚାଷୀ ପଞ୍ଜୀକରଣ ପାଇଁ ସମୟ ରଖାଯାଇଥିବା ବେଳେ ଏହାକୁ ଆଉ ଏକମାସ ଅର୍ଥାତ ଡିସେମ୍ବର ୧୫ ତାରିଖ ପର୍ଯ୍ୟନ୍ତ ବଢ଼ାଯାଇଛି।
ସୂଚନାଯୋଗ୍ୟ ଯେ ଖରିଫ ଧାନସଂଗ୍ରହ ପାଇଁ ୧୫ଲକ୍ଷ ଚାଷୀଙ୍କ ପଞ୍ଜୀକରଣ କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି। ଏପର୍ଯ୍ୟନ୍ତ ପ୍ରାୟ ୧୨ ଲକ୍ଷ ଚାଷୀ ଧାନ ବିକ୍ରି ପାଇଁ ପଞ୍ଜୀକରଣ କରିଛନ୍ତି। ଗତବର୍ଷ ତୁଳନାରେ ପଞ୍ଜୀକରଣ ହାର ଅଧିକ ଥିଲେ ମଧ୍ୟ ଅଧିକ ସଂଖ୍ୟାରେ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ଧାନସଂଗ୍ରହ ପ୍ରକ୍ରିୟାରେ ସାମିଲ କରିବାକୁ ପଞ୍ଜୀକରଣ ସମୟସୀମା ବୃଦ୍ଧି କରାଯାଇଥିବା ବିଭାଗ ପକ୍ଷରୁ କୁହାଯାଇଛି।
ଏଥର ଖରିଫରେ ୪୪ଲକ୍ଷ ମେଟ୍ରିକ ଟନ ଧାନ ସଂଗ୍ରହ ପାଇଁ ଲକ୍ଷ୍ୟ ରଖାଯାଇଛି। ବରଗଡ଼ରେ ଧାନସଂଗ୍ରହ ଆରମ୍ଭ ହୋଇଥିବା ବେଳେ ନଭେମ୍ବର ୧୬ରୁ ଡିସେମ୍ବର ୩୧ ମଧ୍ୟରେ କଳାହାଣ୍ଡି, ବଲାଙ୍ଗୀର, କୋରାପୁଟ, ସମ୍ବଲପୁର, ସୁବର୍ଣ୍ଣପୁର, ନୂଆପଡ଼ା, ବାଲେଶ୍ୱର, ଭଦ୍ରକ, ଦେବଗଡ଼, ଢ଼େଙ୍କାନାଳ, ଯାଜପୁର, କେନ୍ଦୁଝର, ରାୟଗଡ଼ା, ଅନୁଗୋଳ, ଗଜପତି, ଖୋର୍ଦ୍ଧା, କେନ୍ଦ୍ରାପଡ଼ା ଓ ନୟାଗଡ଼ ଜିଲାରେ ଧାନସଂଗ୍ରହ କରାଯିବ। ଜିଲାସ୍ତରୀୟ ଧାନସଂଗ୍ରହ କମିଟି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories