ସୁଆଣ୍ଡୋ : ପୁରୀଜିଲା ସାକ୍ଷୀଗୋପାଳ ନିୟନ୍ତ୍ରିତ ବଜାର କମିଟି ପକ୍ଷରୁ ମାଳତୀପାଟପୁର ନଡ଼ିଆ ବଜାର ପ୍ରାଙ୍ଗଣରେ ଶୁକ୍ରବାର ଧାନମଣ୍ଡି ଖୋଲିଛି । ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ମହେଶ୍ଵର ମହାନ୍ତି ପ୍ରଦୀପ ପ୍ରଜ୍ବଳନ କରି ନଡ଼ିଆ ବାଡେଇ ଆନୁଷ୍ଠାନିକ ଭାବେ ଧାନ ସଂଗ୍ରହର ଶୁଭାରମ୍ଭ କରିଥିଲେ । ଧାନ ବିକ୍ରି କରିବାର ୭୨ ଘଣ୍ଟା ମଧ୍ୟରେ ଚାଷୀଙ୍କ ଆକାଉଣ୍ଟରେ ଟଙ୍କା ଜମା କରା ଯିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଅଛି ବୋଲି ମନ୍ତ୍ରୀ ଶ୍ରୀ ମହାନ୍ତି କହିଥିଲେ । ଆଜି ୧୮୦ କ୍ବିଣ୍ଟାଲ ଧାନ କ୍ୱିଣ୍ଟାଲ ପ୍ରତି ୧୭୫୦ ଟଙ୍କା ଦରରେ ମିଲର ମାନେ କିଣିଥିଲେ । ଏହି କାର୍ଯ୍ୟକ୍ରମରେ ଉପଜିଲ୍ଲାପାଳ ଭବତାରଣ ସାହୁ ସମବାୟ ବ୍ୟାଙ୍କ ସଂପାଦକ ବିଧୁଭୁଷଣ ଦାସ ପୁରୀ ନିମାପଡା ସମବାୟ ବ୍ୟାଙ୍କ ସଭାପତି ସତ୍ୟବାଦୀ ମହାପାତ୍ର ସାକ୍ଷୀଗୋପାଳ ନିୟନ୍ତ୍ରିତ ବଜାର କମିଟିର ନିୟନ୍ତ୍ରକ କମଳ କୁମାର ଆଚାର୍ଯ୍ୟ ପ୍ରମୁଖ ବିଭାଗୀୟ କର୍ମଚାରୀ ମାନଙ୍କ ସହ ଶତାଧିକ ଚାଷୀ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ ।
Popular Categories



