www.samajalive.in
Wednesday, December 10, 2025
18.1 C
Bhubaneswar

‘କମ୍ପ୍ୟୁଟର ସମ୍ପଦ’ର ନୀରିକ୍ଷଣ ଯୋଜନାରେ କେନ୍ଦ୍ର

ନୂଆଦିଲ୍ଲୀ : ସାମାଜିକ ଗଣମାଧ୍ୟମକୁ ନିୟନ୍ତ୍ରଣ କରିବାର ଯୋଜନା କରି ବିଫଳ ହୋଇଥିବା କେନ୍ଦ୍ର ସରକାର ଏବେ ସାଧାରଣ ଲୋକଙ୍କ କମ୍ପ୍ୟୁଟରକୁ ନିରୀକ୍ଷଣ ଯୋଜନା କରିଛନ୍ତି। ଏଥିକ୍ରମେ ଯେକୌଣସି କମ୍ପ୍ୟୁଟରର ତଥ୍ୟ ସରବରାହ ମାର୍ଗ ଅବରୋଧ, ତଥ୍ୟଭିତ୍ତିକ କୋଡ୍‍ ସୁସ୍ପଷ୍ଟ କରିବା ତଥା ତାହାକୁ ନିୟନ୍ତ୍ରଣ କରିବା ନିମନ୍ତେ ୧୦ଟି ସୁରକ୍ଷା ଏବଂ ଗୁଇନ୍ଦା ସଂସ୍ଥାକୁ ନିର୍ଦେଶ ଦିଆଯାଇଥିବା ନେଇ ସ୍ୱରାଷ୍ଟ୍ର ମନ୍ତ୍ରାଳୟ ପକ୍ଷରୁ ଗୁରୁବାର ନୋଟିସ ଜାରି କରାଯାଇଛି। କିନ୍ତୁ କେନ୍ଦ୍ର ସରକାରଙ୍କ ଏହି ପଦକ୍ଷେପକୁ ବିରୋଧୀ ଦଳ ପକ୍ଷରୁ ତୀବ୍ର ବିରୋଧ କରାଯାଇଛି। ଏହାଦ୍ୱାରା ବ୍ୟକ୍ତିଗତ ଅଧିକାରୀ, ନାଗରିକ ସ୍ୱତନ୍ତ୍ରତା ଏବଂ ବ୍ୟକ୍ତିଗତ ସ୍ୱାଧୀନତାର ଉଲ୍ଲଙ୍ଘନ ହେବ। ଏଥିସହ ସାମୁହିକ ଇଲେକ୍‍ଟ୍ରୋନିକ ନିରୀକ୍ଷଣ ପାଇଁ ଦ୍ୱାର ଉନ୍ମୁକ୍ତ ହେବ ବୋଲି ବିରୋଧୀ ଦଳଗୁଡିକ ଅଭିଯୋଗ କରିଛନ୍ତି। ଅନ୍ୟପଟେ କେନ୍ଦ୍ର ସରକାର ନିଜ ନିଷ୍ପତ୍ତିକୁ ଯଥାର୍ଥ ଦର୍ଶାଇଛନ୍ତି। ସ୍ପଷ୍ଟୀକରଣ ଦେବାକୁ ଯାଇ ସ୍ୱରାଷ୍ଟ୍ରମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ ସଦ୍ୟ ଜାରି କରାଯାଇଥିବା ନିର୍ଦେଶନାମାରେ କମ୍ପ୍ୟୁଟରଗୁଡିକ ଉପରେ ଦୃଷ୍ଟି ରଖିବା ନେଇ କାହାରିକୁ କୌଣସି ନୂତନ କ୍ଷମତା ପ୍ରଦାନ କରାଯାଇନାହିଁ। ବରଂ ୨୦୦୯ରେ କଂଗ୍ରେସ ନେତୃତ୍ୱାଧୀନ ୟୁପିଏ ସରକାର ସମୟରେ ପ୍ରସ୍ତୁତ ନିୟମ ଅନୁସାରେ ‘ପ୍ରାଧିକରଣ ନିର୍ଦେଶନାମା’ ପୁନଃ ଜାରି କରାଯାଇଛି। ଦେଶର ନିରାପତ୍ତା ଦୃଷ୍ଟିରୁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି ବୋଲି କେନ୍ଦ୍ର ଅର୍ଥମନ୍ତ୍ରୀ କହିଛନ୍ତି।
ଉଲ୍ଲେଖ ଯେ ସୂଚନା ପ୍ରଯୁକ୍ତି ଆଇନ ଅଧିନରେ ‘କମ୍ପ୍ୟୁଟର ସମ୍ପଦ’ ଅର୍ଥାତ୍‍ କମ୍ପ୍ୟୁଟର, ଲ୍ୟାପଟପ ଏବଂ ଟାବଲେଟ ସମେତ ସ୍ମାର୍ଟଫୋନ୍‍ ଓ ସ୍ମାର୍ଟଘଣ୍ଟାକୁ ବୁଝାଏ। ଯେକୌଣସି ‘କମ୍ପ୍ୟୁଟର ସମ୍ପଦ’ରେ ପ୍ରସ୍ତୁତ ହୋଇଥିବା, ପଠାଯାଇଥିବା, ଗ୍ରହଣ କରାଯାଇଥିବା ଅଥବା ସଂରକ୍ଷିତ ଥିବା ସୂଚନା ପର୍ଯ୍ୟନ୍ତ ପହଞ୍ଚିବା ଲାଗି ୧୦ଟି ସୁରକ୍ଷା ତଥା ଗୁଇନ୍ଦା ସଂସ୍ଥାକୁ କ୍ଷମତା ପ୍ରଦାନ ନେଇ କେନ୍ଦ୍ର ସରକାର ଏହି ନିର୍ଦେଶନାମା ଜାରି କରିଛନ୍ତି। କେନ୍ଦ୍ର ସରକାରଙ୍କ ଏହି ନିର୍ଦେଶ ଦ୍ୱାରା ଏହି ସବୁ ସାମଗ୍ରୀରେ ଥିବା ତଥ୍ୟ ପର୍ଯ୍ୟନ୍ତ ପହଞ୍ଚିବା ଲାଗି ଉକ୍ତ ୧୦ ସଂସ୍ଥାଗୁଡିକୁ ଉକ୍ତ ଉପକରଣରର ମାଲିକଙ୍କ ସହାୟତାର ଆବଶ୍ୟକ ପଡିବ ନାହିଁ। ଏହି ସଂସ୍ଥାର କୌଣସି ଅଧିକାରୀ ଯଦି କୌଣସି ବ୍ୟକ୍ତିଙ୍କୁ ତାଙ୍କ କମ୍ପ୍ୟୁଟର ଅଥବା ମୋବାଇଲ ଭଳି ଉପକରଣ ହସ୍ତାନ୍ତର କରିବାକୁ କୁହନ୍ତି ତା’ହେଲେ ତାହା ନିଶ୍ଚିତ ଭାବେ ପାଳନ କରିବାକୁ ହେବ ଅନ୍ୟଥା ସମ୍ପୃକ୍ତ ବ୍ୟକ୍ତି ୭ ବର୍ଷ କାରାଦଣ୍ଡାଦେଶ କିମ୍ବା ଜୋରିମାନାରେ ଦଣ୍ଡିତ ହେବେ। ସେହିଭଳି ସେବା ପ୍ରଦାନକାରୀମାନଙ୍କୁ ୩ ବର୍ଷ କରାଦଣ୍ଡ ଅଥବା ଜୋରିମାନା ଭୋଗିବାକୁ ହେବ।
କେନ୍ଦ୍ରର ନିଷ୍ପତ୍ତି ବିରୋଧରେ ବିରୋଧୀ ଦଳଗୁଡିକ ରାଜ୍ୟସଭାରେ ଶୁକ୍ରବାର ତୀବ୍ର ପ୍ରତିବାଦ କରିଛନ୍ତି। ଗୃହରେ ଜେଟଲୀ କହିଛନ୍ତି କଂଗ୍ରେସ ଦେଶର ନିରାପତ୍ତା ସହିତ ଖେଳ ଖେଳୁଛି। ଆଇଟି ଆଇନ-୨୦୦୦ ଅନୁସାରେ ଦେଶର ଗୁଇନ୍ଦା ବିଭାଗ, ର’ (ରିସର୍ଚ୍ଚ ଆଣ୍ଡ ଆନାଲିସିସ୍‍), ପ୍ରବର୍ତ୍ତନ ନିର୍ଦେଶାଳୟ, ସିବିଆଇ ଏବଂ ଦିଲ୍ଲୀ ପୁଲିସ ସହିତ ୧୦ ସଂସ୍ଥା ଯେକୌଣସି କମ୍ପ୍ୟୁଟର ସମ୍ପଦରେ ଥିବା ତଥ୍ୟ ପର୍ଯ୍ୟନ୍ତ ପହଞ୍ଚି ପାରିବେ। କେନ୍ଦ୍ର ସରକାର ଦେଶରେ ନିରୀକ୍ଷଣ ରାଜ ସୃଷ୍ଟି କରୁଥିବା ନେଇ କଂଗ୍ରେସ ନେତା ଆନନ୍ଦ ଶର୍ମା କରିଥିବା ଅଭିଯୋଗ ପରିପ୍ରେକ୍ଷୀରେ ଜେଟଲି କହିଛନ୍ତି କଂଗ୍ରେସ ଅଯଥାରେ ହୋହଲ୍ଲା କରୁଛି। ୟୁପିଏ ସରକାର ସମୟରେ ପ୍ରସ୍ତୁତ ନିୟମ ଅନୁସାରେ ଏନ୍‍ଡିଏ ସରକାର କାର୍ଯ୍ୟ କରିଥିବା ସେ ଦର୍ଶାଇଛନ୍ତି।

Hot this week

ଭୁବନେଶ୍ୱର ସମେତ, କଟକ, ସମ୍ବଲପୁର, ରାଉରକେଲା, ବ୍ରହ୍ମପୁର ପୁରୀରେ ହେବ ଟାଉନ୍‌ ପ୍ଲାନିଂ

ଭୁବନେଶ୍ୱର: ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ତଥା ଭୁବନେଶ୍ୱର ଉନ୍ନୟନ...

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

Related Articles

Popular Categories