www.samajalive.in
Sunday, December 14, 2025
23.1 C
Bhubaneswar

ପ୍ରଣବ ମୁଖାର୍ଜୀଙ୍କ ପୋଷା କୁକୁର ବାଜପେୟୀଙ୍କୁ କାମୁଡି ଦେଇଥିବା ଟ୍ୱିଟ କଲେ ପ୍ରଣବଙ୍କ  ଝିଅ ଶର୍ମିଷ୍ଠା

ନୂଆଦିଲ୍ଲୀ.- ଏକଦା ପୂର୍ବତନ ରାଷ୍ଟ୍ରପତି  ପ୍ରଣବ ମୁଖାର୍ଜୀଙ୍କର ପୋଷା କୁକୁର  ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କୁ କାମୁଡି ଦେଇଥିବା ପ୍ରଣବଙ୍କ ଝିଅ ଶର୍ମିଷ୍ଠା ଟ୍ୱିଟ କରିଛନ୍ତି । ଏହି ପୋଷା କୁକୁରର ନାମ ବି ବଡ ଅଜବ ଥିଲା । ପୋଷା କୁକୁରକୁ  ପ୍ରଣବ ମୁଖାର୍ଜୀଙ୍କ ଘର ଲୋକ ‘ ଡାକୁ’  ବୋଲି ଡାକୁଥୁଲେ ।

ସେହି ସମୟରେ ଅଟଳ ବିହାରୀ ବାଜପେୟୀ , ପ୍ରଣବ ମୁଖାର୍ଜୀଙ୍କର ପଡୋଶୀ ଥିଲେ । ପ୍ରଭାତ ଭ୍ରମଣ(ମର୍ଣ୍ଣିଂ ଓ୍ୱାକ୍‌)ରେ ଯାଉଥିବା ସମୟରେ କୁକୁରଟି ଅଟଳ ବିହାରୀ ବାଜପେୟୀଙ୍କୁ କାମୁଡି ଦେଇଥିଲା । ସେ ଚିତ୍କାର  କରିଥିଲେ । ଏହା ଶୁଣି ପ୍ରଣବଙ୍କ ପତ୍ନୀ ଶୁର୍ଭା ମୁଖାର୍ଜୀ ବାହାରକୁ ଦଉଡି ଯାଇଥିଲେ। ଏହା ପରେ ବାଜପେୟୀ ହସିବା ସହ ନିଜ ସରକାରୀ ବାସ ଭବନରେ ଲଗାଇ ଥିବା ପନି ପରିବାକୁ କିଛି ଦେଇଥିଲେ ।  ଅନେକ ସମୟରେ ବାଜପେୟୀଙ୍କ ଘରେ ହେଉଥିବା ରୋଷାଇ ପ୍ରଣବ ମୁଖାର୍ଜୀଙ୍କ ଘରକୁ ଆସୁଥିଲା । ପ୍ରଣବ ମୁଖାର୍ଜୀଙ୍କ ଘରେ ହେଉଥିବା ଭଲ ଖାଦ୍ୟ ଅଟଳ ବିହାରୀ ବାଜପେୟୀଙ୍କ ଘରକୁ ଯାଉଥିବା ବୋଲି ପ୍ରଣବ ମୁଖାର୍ଜୀଙ୍କ ଝିଅ ଶର୍ମିଷ୍ଠା ମୁଖାର୍ଜୀ ନିଜ ଟ୍ୱିଟର ଆକାଉଣ୍ଟରେ ଉଲ୍ଲେଖ କରିଛନ୍ତି ।

- Advertisement -

ଭାରତ ରତ୍ନ ଅଟଳ ବିହାରୀ ବାଜପେୟୀଙ୍କର ମୃତ୍ୟୁ ପରେ ଅନେକ ଲୋକ  ତାଙ୍କର ବିଷୟରେ ଟ୍ୱିଟ କରୁଛନ୍ତି  । ପ୍ରଣବ ମୁଖାର୍ଜୀଙ୍କର ଝିଅ ବି ଟ୍ୱିଟ କରିବା ସହ ବାଜପେୟୀ ଜଣେ ଅସାଧାରଣ ବ୍ୟକ୍ତିତ୍ୱ  ବୋଲି ଉଲ୍ଲେଖ କରିଛନ୍ତି ।

Hot this week

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

ଦିଲ୍ଲୀରେ ଗ୍ରାପ୍‌-୩ କଟକଣା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ଶନିବାର ଅତ୍ୟଧିକ ପ୍ରଦୂଷିତ ହୋଇପଡିଥିବାରୁ...

୧୫୫ଟି ବାର୍ ରେ ଅବକାରୀ ବିଭାଗର ଚଢାଉ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷ ପୂର୍ବରୁ ରାଜଧାନୀ ଭୁବନେଶ୍ୱରରେ ବିଭିନ୍ନ...

Related Articles

Popular Categories