ଜି.ଉଦୟଗିରି : ସ୍ବେଚ୍ଛାସେବୀ ସଂଗଠନ ଗିଭ୍ ଇଣ୍ଡିଆ ସହାୟତା ଓ ସ୍ବାତୀ ସହଯୋଗରେ ପାଞ୍ଚୋଟି ଅମ୍ଳଜାନ ସାନ୍ଧ୍ରକ ପ୍ରଦାନ କରାଯାଇଛି। ଜି.ଉଦୟଗିରି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ମୂଖ୍ୟ ଡ.ଶକ୍ତିକାନ୍ତ ମଲ୍ଲିକଙ୍କୁ ସ୍ଥାନୀୟ ତହସିଲଦାରଙ୍କ ଦ୍ବାରା ସ୍ବାତୀର ସମ୍ପାଦକ ଇ.ହରିଶଙ୍କର ରାଉତ, ସଂଯୋଜିକା ସୁସ୍ମୀତା ଜେନା, କର୍ମୀ ବିଶ୍ବରଞ୍ଜନ କରଙ୍କ ଉପସ୍ଥିତିରେ ଦୁଇଟି ଅମ୍ଳଜାନ ସାନ୍ଧ୍ରକ ଦିଆଯାଇଥିବା ବେଳେ ଟିକା ମା ଗୃହକୁ ଗୋଟିଏ, ବ୍ରାହ୍ମଣପାଦ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଗୋଟିଏ ଏବଂ ଖଜୁରୀପଡା ଗୋଷ୍ଟୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଗୋଟିଏ ଏପରି ମୋଟ ୫ ଗୋଟି ଅମ୍ଳଜାନ ସାନ୍ଧ୍ରକ ପ୍ରଦାନ କରିଥିବା ନେଇ ସ୍ବାତୀର ସମ୍ପାଦକ ଶ୍ରୀ ରାଉତ ସୂଚନା ଦେଇଛନ୍ତି।
Popular Categories



