www.samajalive.in
Thursday, December 11, 2025
26.1 C
Bhubaneswar

ଦୁର୍ଘଟଣାରେ ୩ ଗାଈ ମୃତ

ଗଡ଼ମଧୁପୁର: ଧର୍ମଶାଳା ବ୍ଲକ ଅନ୍ତର୍ଗତ ଏଣ୍ଡଳବା ପଂଚାୟତ ବାଘୁଆ ବାରଣା ଗ୍ରାମ ନିକଟସ୍ଥ କଳାପଥର ଖାଦାନ ରାସ୍ତାରେ ଆଜି ସକାଳୁ ଏକ ଟିପର ଧକାରେ ୩ଗାଈ ମରିବା ସହିତ ୭ଗାଈ ଆହାତ ହୋଇଛନ୍ତି। ଘଟଣାରୁ ପ୍ରକାଶ ସକାଳୁ ପାଟପୁର ଗ୍ରାମର ଗୋରୁପଲ ନିକଟସ୍ଥ ଜଙ୍ଗଲ ଅଭିମୂଖେ ଚରିବାକୁ ଧାଡିବାନ୍ଧି ଯାଉଥିବା ସମୟରେ ବିଛାଖଣ୍ଡି କଳାପଥର ଖାଦାନରୁ ଏକ ଟିପର ଦୃତ ଗତିରେ ଆସି ଚରିବାକୁ ଯାଉଥିବା ଗାଈ ମାନଙ୍କ ଉପରେ ମାଡି ଯିବାରୁ ୩ଟି ଗାଈଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ୭ଟି ଗାଈ ଏବେ ଆହାତ ହୋଇଛନ୍ତି। ଗାଈ ମାନଙ୍କ ଉପରେ ମାଡିଯାଇଥିଲେ ମଧ୍ୟ ଚାଳକ ସେଥିପ୍ରତି ଭୃକ୍ଷେପ ନକରି ଘଟଣାସ୍ଥଳରୁ ଗାଡି ନେଇ ଫେରାର ହୋଇଯିବାକୁ ଚେଷ୍ଠା କରୁଥିବା ବେଳେ ସ୍ଥାନୀୟ ଲୋକେ ଚାଳକ ସହିତ ଗାଡିକୁ ଜବତ କରିଥିଲେ। ତେବେ ଏ ସମ୍ବନ୍ଧୀୟ ଖବର ଥାନାକୁ ନ ଜଣାଇ ଆପୋଷ ସମାଧାନ କରିଦେବା ଶ୍ରେୟସ୍କର ବୋଲି ଭାବି ଭଦ୍ର ଲୋକମାନଙ୍କ ଉପସ୍ଥିତିରେ ଟିପର ଚାଳକ କିଛି ଟଙ୍କା କ୍ଷତିପୁରଣ ଦେଇ ରଫାଦଫା କରିଦେଇଥିବା ଜାଣିବାକୁ ମିଳିଛି। ମାମଲା ଥାନାକୁ ଗଲେ ବିଛାଖଣ୍ଡିରୁ କଳାପଥର ଚାଲାଣ ହେଉଥିବା ସ୍ପଷ୍ଟ ହୋଇଯିବାର ଭୟରେ ମିଳିମିଶି ଏପରି କରି ଦିଆଯାଇଥିବା ସ୍ଥାନୀୟ ଅଂଚଳରେ ଆଲୋଚନାର ବିଷୟ ହୋଇଛି।

Hot this week

ନୂଆ ମ୍ୟୁଜିକାଲ ୟୁଟ୍ୟୁବ୍ ଚ୍ୟାନେଲ ‘ଆନନ୍ଦ ନିର୍ଝର’ର ଶୁଭାରମ୍ଭ

ଭୁବନେଶ୍ୱର: ନୂଆ ମ୍ୟୁଜିକାଲ୍ ୟୁଟ୍ୟୁବ୍ ଚ୍ୟାନେଲ 'ଆନନ୍ଦ ନିର୍ଝର'ର ଶୁଭାରମ୍ଭ ଉତ୍ସବ...

ଆମେରିକା, କୋରିଆ, ଜାପାନ… ସମସ୍ତଙ୍କୁ ପଛରେ ପକାଇ, ରେଳବାଇରେ ଭାରତ କିପରି ସଫଳ ହେଲା ?

ନୂଆଦିଲ୍ଲୀ: ଗତ ୭୫ ବର୍ଷ ମଧ୍ୟରେ ଭାରତ ରେଳ ବିଦ୍ୟୁତୀକରଣରେ ଉଲ୍ଲେଖନୀୟ...

ଦିଲ୍ଲୀ ଦଙ୍ଗା ଷଡ଼ଯନ୍ତ୍ର ମାମଲା: ଷଡ଼ଯନ୍ତ୍ରକାରୀ ଉମର ଖଲିଦକୁ ଅନ୍ତରୀଣ ଜାମିନ

ସମାଜଲାଇଭ ଡେସ୍କ: ୨୦୨୦ ଉତ୍ତର-ପୂର୍ବ ଦିଲ୍ଲୀ ଦଙ୍ଗା ଷଡ଼ଯନ୍ତ୍ର ମାମଲାର ଅଭିଯୁକ୍ତ...

ପାଚିଲା କଦଳୀରୁ ପୁଷ୍ଟିକର ଖାଦ୍ୟ ପିଲାଙ୍କୁ ଦିଅନ୍ତୁ

କଦଳୀକୁ ବିଭିନ୍ନ ପ୍ରକାରର ଖାଦ୍ୟ ପ୍ରସ୍ତୁତ କରିବା ପାଇଁ ବ୍ୟବହାର କରାଯାଇପାରିବ।...

୨୦୨୬ରେ ଶନିଙ୍କ ପ୍ରଭାବ: ଏହି ରାଶିରେ ବଦଳିବ ଭାଗ୍ୟ

ସମାଜ ଡିଜିଟାଲ ଡେସ୍କ: ନଅଟି ଗ୍ରହ ମଧ୍ୟରୁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଗ୍ରହ...

Related Articles

Popular Categories