www.samajalive.in
Wednesday, December 10, 2025
16.1 C
Bhubaneswar

ଦିଲ୍ଲୀ ବିସ୍ଫୋରଣ: ଆଇ-୨୦ କାର ମାଲିକ ଗିରଫ

ସମାଜଲାଇଭ ଡେସ୍କ: ଦିଲ୍ଲୀ ଲାଲ୍‌ କିଲ୍ଲା ଅଞ୍ଚଳରେ ହୋଇଥିବା ବିସ୍ଫୋରଣ ମାମଲାରେ ଜାତୀୟ ତଦନ୍ତକାରୀ ସଂସ୍ଥା(ଏନଆଇଏ) ଆତଙ୍କବାଦୀଙ୍କ ଅନ୍ୟ ଜଣେ ସହଯୋଗୀଙ୍କୁ ଗିରଫ କରିଛି। ସେହି ବ୍ୟକ୍ତି ଜଣକ ହେଉଛି ଆକ୍ରମଣରେ ବ୍ୟବହୃତ ଆଇ-୨୦ କାର ମାଲିକ ଆମିର ରଶିଦ ଅଲ୍ଲୀ। ବିସ୍ଫୋରଣରେ ବ୍ୟବହୃତ କାରଟି ଆମିର ନାଁରେ ପଞ୍ଜୀକୃତ ହୋଇଥିଲା। ଏନଆଇଏ ତା’କୁ ଦିଲ୍ଲୀରୁ ଗିରଫ କରିଛି।

ବିସ୍ଫୋରଣର ତଦନ୍ତ ପୂର୍ବରୁ ଦିଲ୍ଲୀ ପୁଲିସ କରୁଥିଲା। କିନ୍ତୁ ପରେ ଏହି ମାମଲା ଏନଆଇଏକୁ ଦିଆଯାଇଥିଲା। ତଦନ୍ତରୁ ଜଣାପଡ଼ିଚି ଯେ, ଆମିର ଜାମ୍ମୁ-କାଶ୍ମୀରର ସାମ୍ବୁରା ନିବାସୀ। ସେ ପୁଲଓ୍ବାମାର ଉମର ଉନ ନବୀ ସହିତ ମିଶି ଏହି ଆକ୍ରମଣ ଯୋଜନା କରିଥିଲା। ଏନଆଇଏ ଫୋରେନସିକ ତଦନ୍ତରୁ ବିସ୍ଫୋରଣ ସମୟରେ କାର ଭିତରେ ଥିବା ଡ୍ରାଇଭରକୁ ଚିହ୍ନଟ କରିଥିଲା। ସେହି ଡ୍ରାଇଭର ହେଉଛି ଉମର ଉନ ନବୀ। ଉମର ପୁଲଓ୍ବାମାରେ ରହୁଥିଲା। ସେ ହରିୟାଣାର ଫରୀଦାବାଦସ୍ଥିତ ଅଲ-ଫଲାହ ବିଶ୍ଵବିଦ୍ୟାଳୟରେ ଜେନେରାଲ ମେଡିସିନ ବିଭାଗରେ ସହକାରୀ ପ୍ରଫେସର ଥିଲା।

Hot this week

ବନ୍ଦ ଘରେ ଝୁଲନ୍ତା ମୃତଦେହ

ବଲାଙ୍ଗୀର: ବଲାଙ୍ଗୀର ଲୋୟର ସୁକତେଲ ଡ୍ୟାମ୍‌ କଲୋନୀ ବନ୍ଦ ଘରୁ ଝୁଲନ୍ତା...

ଜାନୁଆରୀ ୧ରୁ ୩ଟି ରାଶିରେ ହେବ ଧନ ବର୍ଷା: ନୂଆବର୍ଷ ମଙ୍ଗଳାଦିତ୍ୟ ରାଜଯୋଗରୁ ଆରମ୍ଭ ହେବ

ସମାଜ ଡିଜିଟାଲ ଡେସ୍କ: ୨୦୨୬ ବର୍ଷ ଏକ ଅତ୍ୟନ୍ତ ଶୁଭ ରାଜଯୋଗ...

ମୋଷ୍ଟ ଷ୍ଟାଇଲିଶ୍‌ ପିପୁଲ ତାଲିକାରେ ଶାହରୁଖ୍‌

ନୂଆଦିଲ୍ଲୀ: ବଲିଉଡ୍ ର ବାଦଶାହା କହିଲେ ତାଙ୍କୁ ସମସ୍ତେ ଜାଣନ୍ତି। ତାଙ୍କ...

ଯୁକ୍ତଦୁଇ ନାମଲେଖାରୁ ବଞ୍ଚିତ ପିଲାଙ୍କୁ ସୁଯୋଗ ପ୍ରଦାନ : ଆଜିଠୁ ୧୪ ଯାଏ ଆବେଦନ

ଭୁବନେଶ୍ବର: ବିଦ୍ୟାଳୟ ବାହାରେ ଥିବା ପିଲାଙ୍କୁ ଶିକ୍ଷା ବ୍ୟବସ୍ଥାର ସାମିଲ ଉଦ୍ୟମ...

ମିଳିଲା ମହିଳାଙ୍କ କଟାମୁଣ୍ଡ

ମାଲକାନଗିରି : କନ୍ୟା ଆଶ୍ରମ ନିକଟ ପୋଟେରୁ ନଦୀକୂଳରୁ ମିଳିଲା କଟାମୁଣ୍ଡ।...

Related Articles

Popular Categories