www.samajalive.in
Thursday, December 11, 2025
16.1 C
Bhubaneswar

ଆମେ ଭାରତର ଗର୍ବିତ ମୁସଲମାନ – ୱବେସି

ହାଇଦ୍ରାବାଦ: ସର୍ବ ଭାରତୀୟ ମଜଲିସ ଏ ମୁସଲିମ ଦଳର ନେତା ଅସାଉଦ୍ଦିନ ୱବେସି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ସମାଲୋଚନା କରିଛନ୍ତି। ଭାରତରେ ରହୁଥିବା ମୁସଲମାନମାନଙ୍କୁ ଉସୁକାଇବା ପାଇଁ ଇମ୍ରାନ ୭ ବର୍ଷ ତଳେ ବାଂଲାଦେଶରେ ଘଟିଥିବା ଏକ ଘଟଣାର ଭିଡିଓ ପୋଷ୍ଟ କରିବା ପରେ ୱବେସି କହିଛନ୍ତି, ଇମ୍ରାନ ଭାରତୀୟ ମୁସଲିମଙ୍କ ବିଷୟରେ ଚିନ୍ତା ନ କରି ନିଜ ଦେଶ ବିଷୟରେ ଚିନ୍ତା କରନ୍ତୁ।

ଶନିବାର ଆୟୋଜିତ ଏକ କାର୍ଯ୍ୟକ୍ରମରେ ୱବେସି କହିଛନ୍ତି, ଆମେ ଜିନାହଙ୍କ ତ୍ରୁଟିପୂର୍ଣ୍ଣ ଚିନ୍ତାଧାରାକୁ ଗ୍ରହଣ କରୁ ନାହୁଁ, ଆମେ ଭାରତର ଗର୍ବିତ ମୁସଲିମ ଓ ଆମେ ତାହା ହିଁ ରହିବୁ। ସେ କହିଛନ୍ତି ଯେ ପାକିସ୍ତାନ ପ୍ରଧାନମନ୍ତ୍ରୀ ନିଜ ଦେଶ ବିଷୟରେ ଚିନ୍ତା କରନ୍ତୁ। ସେହି କାର୍ଯ୍ୟକ୍ରମରେ ୱବେସି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଟାର୍ଗେଟ କରି କହିଛନ୍ତି, ମୋଦୀ ଘୋଷଣା କରନ୍ତୁ ଯେ ତାଙ୍କ ଶାସନ କାଳରେ ଜାତୀୟ ନାଗରିକ ପଞ୍ଜିକା କାର୍ଯ୍ୟକାରୀ ହେବ ନାହିଁ।

Hot this week

ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି - ମାଲକାନଗିରି ଜିଲାରେ ଡିସେମ୍ବର ୪ ତାରିଖରେ ଏକ ମୁଣ୍ଡବିହୀନ...

ବନ୍ଧୁକ ବେପାର ବେଳେ ଦୁଇ ବେପାରୀଙ୍କୁ ମାଡି ବସିଲା ଏସ୍‌ଟିଏଫ୍‌

ଭୁବନେଶ୍ୱର - ନୂଆବର୍ଷ ପୂର୍ବରୁ ଦୁଇ ବନ୍ଧୁକ ବେପାରୀଙ୍କୁ ଗିରଫ କରିଛି...

ଦରମା ଓ ଭତ୍ତା ବୃଦ୍ଧିକୁ ବିରୋଧ କଲେ : ବିଧାୟକ ଲକ୍ଷ୍ମଣ ମୁଣ୍ତା

ଭୁବନେଶ୍ୱର - ଗତ ମଙ୍ଗଳବାର ବିଧାନସଭା ଗୃହରେ ପାରିତ ହୋଇଥିବା ବିଧାୟକ...

୨୧୪ ରନ କଲେ ଜିତିବ ଭାରତ

ସମାଜଲାଇଭ ଡେସ୍କ: ୨ୟ ଟି-୨୦​‌ରେ ଭାରତକୁ ୨୧୪ ରନର ବିଜୟ ଲକ୍ଷ୍ୟ...

Related Articles

Popular Categories