ନୂଆଦିଲ୍ଲୀ : ନାଗରିକତା ସଂଶୋଧନ ଆଇନକୁ ସମର୍ଥନ କରି ଦେଶ ତଥା ବିଦେଶର ବିଭିନ୍ନ ବିଶ୍ୱବିଦ୍ୟାଳୟର ୧୧୦୦ରୁ ଊର୍ଦ୍ଧ୍ବ ବୁଦ୍ଧିଜୀବୀ ଏକ ବିବୃତ୍ତି ଜାରି କରିଛନ୍ତି। ଏହି ବିବୃତ୍ତିରେ ସ୍ୱାକ୍ଷର କରିଥିବା ବିଶିଷ୍ଟ ବ୍ୟକ୍ତିମାନଙ୍କ ମଧ୍ୟରେ ଅଛନ୍ତି ରାଜ୍ୟସଭା ସାଂସଦ ସପନ ଦାସଗୁପ୍ତା, ଆଇଆଇଏମ୍ ସିଲଂର ଅଧ୍ୟକ୍ଷ ଶିଶିର ବାଜୋରିଆ, ନାଳନ୍ଦା ବିଶ୍ୱବିଦ୍ୟାଳୟର କୁଳପତି ସୁନଇନା ସିଂହ, ଜେଏନ୍ୟୁର
ପ୍ରଫେସର ଆଇନୁଲ୍ ହସନ୍, ବରିଷ୍ଠ ଗବେଷକ ଅଭିଜତ ଆୟାର ମିତ୍ର ଏବଂ ବିଶିଷ୍ଟ ସାମ୍ବାଦିକ କାଞ୍ଚନ ଗୁପ୍ତା। ଏହି ବିଶିଷ୍ଟ ବ୍ୟକ୍ତିମାନେ ନିଜର ସମ୍ମିଳିତ ବିବୃତ୍ତି ମାଧ୍ୟମରେ ନାଗରିକତା ସଂଶୋଧନ ଆଇନକୁ ନେଇ ଦେଶର କିଛି ଅଞ୍ଚଳରେ ଚାଲିଥିବା ସାଂପ୍ରଦାୟିକତା ଓ ଅରାଜକତାକୁ ପ୍ରୋତ୍ସାହିତ କରିବା ପ୍ରକ୍ରିୟାରେ ସାମିଲ ନ ହେବା ସହ ଏହିସବୁ କାର୍ଯ୍ୟରୁ ନିବୃତ୍ତ ରହିବାକୁ ସମାଜର ସବୁବର୍ଗର ଲୋକଙ୍କୁ ନିବେଦନ କରିଛନ୍ତି।
ଏଥିଲାଗି ଦେଶର କେତେକ ଅଞ୍ଚଳରେ ହିଂସାତ୍ମକ କାର୍ଯ୍ୟକଳାପ ଦେଖାଯାଇଥିବାରୁ ଏକ ଭୟର ବାତାବରଣ ସୃଷ୍ଟି ହୋଇଛି। ବାଂଲାଦେଶ,ପାକିସ୍ଥାନ ଓ ଆଫଗାନିସ୍ଥାନରୁ ଉତ୍ପୀଡ଼ିତ ହୋଇ ଆସିଥିବା ୬ଟି ବର୍ଗର ସଂଖ୍ୟାଲଘୁ ସଂପ୍ରଦାୟକୁ ନାଗରିକତା ପ୍ରଦାନ କରିବା ସଂପର୍କରେ ଥିବା ବହୁଦିନର ଦାବି ଏହି ନାଗରିକତା ସଂଶୋଧନ ଆଇନ ଦ୍ୱାରା ପୂର୍ଣ୍ଣ ହୋଇପାରିଛି। ଏଥିଲାଗି ଏହି ବୁଦ୍ଧିଜୀବୀମାନେ କେନ୍ଦ୍ର ସରକାର ଏବଂ ଭାରତୀୟ ସଂସଦକୁ ଅଭିନନ୍ଦନ ଜଣାଇଛନ୍ତି।
ସିଏଏକୁ ସମର୍ଥନ : ୧୧ଶହରୁ ଊର୍ଦ୍ଧ୍ବ ବୁଦ୍ଧିଜୀବୀ ଜାରି କଲେ ବିବୃତ୍ତି,ସରକାର ଏବଂ ସଂସଦକୁ ଅଭିନନ୍ଦନ
Popular Categories



