www.samajalive.in
Thursday, December 11, 2025
16.1 C
Bhubaneswar

‘ଆଧ୍ୟାତ୍ମିକ ଭାବର ବିକାଶ ପାଇଁ ଛାତ୍ରଛାତ୍ରୀ ତ୍ୟାଗ କରିବା ଉଚିତ’

ଭୁବନେଶ୍ବର : ଆଧ୍ୟାତ୍ମିକ ଭାବର ବିକାଶ ପାଇଁ ଛାତ୍ରଛାତ୍ରୀ ତ୍ୟାଗ ଓ ଅନ୍ୟର ଉପକାର କରିବା ଦ୍ୱାରା ଜୀବନ ସରସ ସୁନ୍ଦର ହୋଇପାରିବ ବୋଲି ରାଜ୍ୟପାଳ ତଥା ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ(ଓୟୁଏଟି)ର କୁଳାଧିପତି ପ୍ରଫେସର ଗଣେଶୀ ଲାଲ କହିଛନ୍ତି। ଓୟୁଏଟିର ୩୮ତମ ସମାବର୍ତ୍ତନ ଉତ୍ସବରେ ଉଦ୍‌ଘାଟକଭାବେ ଯୋଗ ଦେଇ ରାଜ୍ୟପାଳ ଏହି ମତ ରଖିଛନ୍ତି।
ମୁଖ୍ୟ ଅତିଥି ଭାବେ ଇମ୍ଫାଲ କେନ୍ଦ୍ରୀୟ କୃଷି ବିଶ୍ୱବିଦ୍ୟାଳୟର କୁଳାଧିପତି ପ୍ରଫେସର ଏସ୍‍. ଆୟାପ୍ପାନ କହିଛନ୍ତି; ଓୟୁଏଟି ଖାଦ୍ୟ ଶସ୍ୟ ଉତ୍ପାଦନରେ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରୁଛି। କୃଷି କ୍ଷେତ୍ର ପାଇଁ ଜଳ, ଶ୍ରମିକ ଓ ବଜାର ମୁଖ୍ୟ ସମସ୍ୟା ଭାବେ ଉଭା ହୋଇଛି। ଚାଷ ପାଇଁ ଗାଁରେ ଆଉ ଶ୍ରମିକ ମିଳୁନାହାନ୍ତି। କୃଷକ ଅର୍ଥ ଚାହେଁ ନାହିଁ, ସମ୍ମାନ ଚାହେଁ। ସମାଜ ମଧ୍ୟ କୃଷକକୁ ସମ୍ମାନ ଦେବା ଦରକାର। ଜଳବାୟୁ ପରିବର୍ତ୍ତନ ଯୋଗୁଁ ତାପମାତ୍ରା ବୃଦ୍ଧି ପାଉଛି। ଏହାଦ୍ବାରା ଖାଦ୍ୟଶସ୍ୟ ଉତ୍ପାଦନ କମି ଯାଉଛି। ୧୫ରୁ ୨୦ ପ୍ରତିଶତ ଖାଦ୍ୟ ନଷ୍ଟ ହେଉଛି। ଖାଦ୍ୟକୁ ନଷ୍ଟ ନକରି କିଭଳି ସଂରକ୍ଷଣ କରାଯାଇ ପାରିବ ସେ ବିଷୟରେ ଚିନ୍ତା କରିବା ଉଚିତ। ବିଶ୍ବବିଦ୍ୟାଳୟରୁ ଉତ୍ତୀର୍ଣ୍ଣ ଛାତ୍ରଛାତ୍ରୀ ଦକ୍ଷତା ବିକାଶ କରି ନୂଆ ଜ୍ଞାନକୌଶଳ ମାଧ୍ୟମରେ ଚାଷକୁ ଆଗେଇ ନେବା ଉଚିତ।
ବିଶ୍ୱବିଦ୍ୟାଳୟର କୁଳପତି ଡ. ପୱନ କୁମାର ଅଗ୍ରୱାଲ କହିଛନ୍ତି; ଆଗକୁ ଓୟୁଏଟି ୧୦ ପ୍ରକାର ଧାନ, ଡାଲି ଓ ତୈଳ ଜାତୀୟ କିସମ ବିହନ ଉତ୍ପାଦନ କରିବ। ଚାଷ କାର୍ଯ୍ୟରେ ଏହି ବିହନ ଲଗାଇଲେ ଅଧିକ ଅମଳ ହେବ। ୪ ମାସ ଭିତରେ ଏସବୁ ବିହନ ଓୟୁଏଟି ଚାଷୀଙ୍କ ପାଇଁ ଆଣିବ। ମାଂସ ଓ ଅଣ୍ଡା ପାଇଁ ଓୟୁଏଟି ପଲ୍ଲିଶ୍ରୀ ଯୋଜନା କରିଛି। ଗୁଣାତ୍ମକ ଶିକ୍ଷା ପାଇଁ ବିଶ୍ବବିଦ୍ୟାଳୟ ଛାତ୍ରଛାତ୍ରୀ ଓ ଶିକ୍ଷକଙ୍କୁ ଅନ୍ୟ ରାଷ୍ଟ୍ରର କୃଷି ବିଶ୍ବବିଦ୍ୟାଳୟକୁ ପଠାଉଛି। ଛାତ୍ରଛାତ୍ରୀ ଓ ଶିକ୍ଷକ ଜ୍ଞାନ ଅର୍ଜନ କରି ଫେରିବା ପରେ ଅନ୍ୟ ଛାତ୍ରଛାତ୍ରୀଙ୍କୁ ଶିକ୍ଷା ଦେବେ। ଆଗାମୀ ଦିନରେ ୫ କୃଷି ଛାତ୍ରଛାତ୍ରୀଙ୍କୁ ବିଶ୍ବବିଦ୍ୟାଳୟ ୟୁଏସ୍‌ଏର ଏକ କୃଷି ବିଶ୍ବବିଦ୍ୟାଳୟକୁ ପଠାଇବ। ବିଶ୍ୱବିଦ୍ୟାଳୟ କୃଷି ଓ ଆନୁଷଙ୍ଗିକ ଦିଗରେ ଶିକ୍ଷା, ଗବେଷଣା ଓ ସମ୍ପ୍ରସାରଣ ଶିକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ହାସଲ କରିଛି। ଏହି ବିଶ୍ବବିଦ୍ୟାଳୟରୁ ବିଭିନ୍ନ ଫସଲର ୧୫୩ ଉନ୍ନତ କିସମ ବିକଶିତ ହୋଇଛି। ବିଗତ ବର୍ଷ ବିଶ୍ୱବିଦ୍ୟାଳୟ ତରଫରୁ ସଙ୍କର କିସମ ମକା କଳିଙ୍ଗରାଜ ଏବଂ କପାର ଉନ୍ନତ କିସମ ବିଏସ୍‍ ୨୭୯ ବିକଶିତ ହେବା ସହିତ ଅନେକ ଜ୍ଞାନକୌଶଳ ଉଦ୍‍ଭାବନ କରାଯାଇଛି।
ଉତ୍ସବରେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ଶାସନ ସଚିବ ଡ. ପ୍ରମୋଦ କୁମାର ମିଶ୍ର ଏବଂ ନାଲକୋର ପୂର୍ବତନ ଅଧ୍ୟକ୍ଷ ଓ ପରିଚାଳନା ନିର୍ଦେଶକ ଇଂ ଅଂଶୁମାନ ଦାସଙ୍କୁ ସମ୍ମାନସୂଚକ ଡିଏସ୍‍ସି ଉପାଧି ପ୍ରଦାନ କରାଯାଇଛି।
କୁଳାଧିପତି ୭୪୦ ଜଣଙ୍କୁ ସ୍ନାତକ, ୪୮୨ ଜଣଙ୍କୁ ସ୍ନାତକୋତ୍ତର ଏବଂ ୩୦ଜଣଙ୍କୁ ପିଏଚ୍‍ଡି ଡିଗ୍ରୀ ପ୍ରଦାନ କରାଯାଇଛି। ଏହାଛଡ଼ା ୧୧୪ ଜଣଙ୍କୁ ସ୍ୱର୍ଣ୍ଣପଦକ ପ୍ରଦାନ ସହିତ ଅନ୍ୟାନ୍ୟ ପୁରସ୍କାର ପ୍ରଦାନ କରାଯାଇଛି। ଏଯାବତ ବିଶ୍ବବିଦ୍ୟାଳୟରୁ ୧୯,୭୭୭ ସ୍ନାତକ, ୭୭୪୫ ସ୍ନାତକୋତ୍ତର ଏବଂ ୪୨୪ ପିଏଚ୍‌.ଡି ହାସଲ କରିଛନ୍ତି। ଏହି ଉତ୍ସବରେ ବିଶ୍ୱବିଦ୍ୟାଳୟ ପରିଚାଳନା ସମିତିର ସଭ୍ୟବୃନ୍ଦ, ଏକାଡେମିକ କାଉନସିଲର ସଭ୍ୟବୃନ୍ଦ, ପୂର୍ବତନ କୁଳପତି, ଅଧ୍ୟକ୍ଷ, ନିର୍ଦେଶକ, ବୈଜ୍ଞାନିକ, ଅଧ୍ୟାପକ, ସଂପ୍ରସାରଣ ବିଶେଷଜ୍ଞ, ଛାତ୍ରଛାତ୍ରୀ ଓ ଅଭିଭାବକ ଉପସ୍ଥିତ ଥିଲେ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories