www.samajalive.in
Saturday, December 13, 2025
21.1 C
Bhubaneswar

କୋଭିଡ-୧୯ ଆରୋଗ୍ୟଙ୍କ ସଂଖ୍ୟା ୧୧ ଲକ୍ଷ ୮୬ହଜାର ୨୦୩କୁ ବୃଦ୍ଧି : ମୃତ୍ୟୁହାର ୨.୧୧%

ନୂଆଦିଲ୍ଲୀ : ଦେଶରେ କୋଭିଡ-୧୯ରୁ ଆରୋଗ୍ୟଲାଭ କରିଥିବା ଲୋକମାନଙ୍କ ସଂଖ୍ୟା ୧୧ ଲକ୍ଷ ୮୬ହଜାର ୨୦୩କୁ ବୃଦ୍ଧି ପାଇଛି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ କହିଛି ଗତ ୨୪ଘଣ୍ଟା ଭିତରେ ଆଉ ୪୦ହଜାର ୫୭୪ଜଣ ସଂକ୍ରମିତ ବ୍ୟକ୍ତି ଆରୋଗ୍ୟଲାଭ କରିବା ସହିତ କୋଭିଡ-୧୯ ଆରୋଗ୍ୟ ହାର ୬୫.୭୬%ରେ ପହଞ୍ଚିଛି। ଅନ୍ୟପକ୍ଷରେ କୋଭିଡ-୧୯ ମୃତ୍ୟୁହାର  ୨.୧୧%କୁ ହ୍ରାସ ପାଇଛି।

ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ କହିଛି ଗୋଟିଏ ଦିନ ଭିତରେ ଆଉ ୫୨ହଜାର ୯୭୨ଜଣ ନୂଆ ସଂକ୍ରମିତ ହେବା ସହ ଦେଶରେ କୋଭିଡ-୧୯ ସଂକ୍ରମିତଙ୍କ ସଂଖ୍ୟା ୧୮ଲକ୍ଷ ୩ହଜାର ୬୯୫ ରହିଛି। ଦେଶର ବିଭିନ୍ନ କୋଭିଡ ହସ୍ପିଟାଲରେ ଏବେ ୫ଲକ୍ଷ ୭୯ହଜାର ୩୫୭ଜଣ ସଂକ୍ରମିତ ବ୍ୟକ୍ତି ଚିକିତ୍ସିତ ହେଉଛନ୍ତି। ଗୋଟିଏ ଦିନରେ ଆଉ ୭୭୧ଜଣ ସଂକ୍ରମିତ ବ୍ୟକ୍ତିଙ୍କ ମୃତ୍ୟୁ ହେବାରୁ କୋଭିଡ ମୃତ୍ୟୁସଂଖ୍ୟା ୩୮ ହଜାର ୩୫ରେ ପହଞ୍ଚିଛି।

Hot this week

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

Related Articles

Popular Categories