www.samajalive.in
Wednesday, December 10, 2025
18.1 C
Bhubaneswar

ପୂର୍ବତନ ସେନାକର୍ମୀଙ୍କ ଯତ୍ନ ନେବା ଆମ ଦାୟିତ୍ୱ – ରାଜନାଥ

ପୂର୍ବତନ ସେନା କର୍ମଚାରୀମାନେ ଯେଭଳି ଦେଶର ସୁରକ୍ଷା ପ୍ରତି ଯତ୍ନବାନ ଥିଲେ, ସେହିଭଳି କେନ୍ଦ୍ରର ଲକ୍ଷ୍ୟ ହେଉଛି ସେମାନଙ୍କର ଯତ୍ନ ନେବା ବୋଲି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କହିଛନ୍ତି। ସେ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ‘ୱାନ୍ ରାଙ୍କ୍ ୱାନ୍ ପେନସନ’ ପ୍ରଦାନ କରି ସଶସ୍ତ୍ର ବାହିନୀର କର୍ମଚାରୀମାନଙ୍କୁ ଦିଆଯାଇଥିବା ପ୍ରତିଶ୍ରୁତି ପାଳନ କରିଛନ୍ତି। ରବିବାର ଲେହରେ ୩୦୦ ଅବସରପ୍ରାପ୍ତ ସେନାଙ୍କୁ ସମ୍ବୋଧିତ କରିବା ବେଳେ ପ୍ରତିରକ୍ଷା ମନ୍ତ୍ରୀ ଏହା କହିଛନ୍ତି। ମନ୍ତ୍ରୀ ଶ୍ରୀ ସିଂହ ରବିବାର ଦିନ ତିନି ଦିନିଆ ଗସ୍ତରେ ଯାଇ ହିଁଟରଲ୍ୟାଣ୍ଡ ତଥା କେନ୍ଦ୍ରଶାସିତ ଅଂଚଳ ସୀମାରେ ଥିବା ସୁରକ୍ଷା ପରିସ୍ଥିତି ସମୀକ୍ଷା କରିଛନ୍ତି।

ଶ୍ରୀ ସିଂ କହିଛନ୍ତି ଯେ ଭାରତୀୟ ରାଜନୀତିରେ ଏକ ସଙ୍କଟ ଦେଖାଦେଇଛି କାରଣ ନେତାଙ୍କ ଶବ୍ଦ ଓ କାର୍ଯ୍ୟରେ ବହୁତ ପାର୍ଥକ୍ୟ ଅଛି। ସେ କହିଛନ୍ତି, କିଛି ସମସ୍ୟା ଅଛି ଯେଉଁଥି ପାଇଁ ସରକାର ଯାହା କରିବାକୁ ଚାହୁଁଛନ୍ତି ତାହା କରିପାରୁ ନାହାନ୍ତି। କିନ୍ତୁ ଏହାର ଅର୍ଥ ନୁହେଁ ଯେ ସରକାର ଏହା କରିବାକୁ ଚାହୁଁନାହାନ୍ତି।

- Advertisement -

ଶ୍ରୀ ସିଂହ କହିଛନ୍ତି, ‘ଯେହେତୁ ମୁଁ ପ୍ରତିରକ୍ଷା ମନ୍ତ୍ରଣାଳୟର ଦାୟିତ୍ୱ ଗ୍ରହଣ କରିଛି, ତେଣୁ ମୁଁ ଆମର ଅବସରପ୍ରାପ୍ତ ସେନା କର୍ମଚାରୀମାନଙ୍କୁ ଅନେକ ଥର ଭେଟିଛି। ଏହି ବୈଠକଗୁଡିକ ଅନେକ ଘଣ୍ଟା ଧରି ଚାଲିଥାଏ। ଆମର ଉଦ୍ଦେଶ୍ୟ ହେଉଛି ତୁମେ ସମସ୍ତେ ସମାନ ଢଙ୍ଗରେ ଯତ୍ନ ପାଇବା ଉଚିତ୍ ଯେପରି ତୁମେ ସମସ୍ତେ ଆମ ଦେଶର ସୁରକ୍ଷା ପାଇଁ ଯତ୍ନବାନ ହୋଇଛ। ଏହା ସତ୍ତ୍ୱେ ଯଦି ଆପଣଙ୍କର କୌଣସି ଅସୁବିଧା ଅଛି, ସେଥିପାଇଁ ଏକ ହେଲ୍ପଲାଇନ ମଧ୍ୟ ବ୍ୟବସ୍ଥା କରାଯାଇଛି ଏବଂ ତୁମେ ତୁମର ସମସ୍ୟା ଜଣାଇ ପାରିବ ବୋଲି ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି।

ରାଜନାଥ କହିଛନ୍ତି ଯେ ଦେଶ ପ୍ରତି ଆମର ସୈନିକଙ୍କ ଉତ୍ସର୍ଗ ଏକ ଉଦାହରଣ ଅଟେ। ଜାତିର ସେବା ନିମନ୍ତେ ସେ ସମସ୍ତଙ୍କୁ ହୃଦୟରୁ କୃତଜ୍ଞତା ଜଣାଇଛନ୍ତି।

Hot this week

ଭାରସାମ୍ୟ ହରାଇ ଓଲଟିଲା ଟ୍ରକ

ଫୁଲବାଣୀ :କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଛକ ନିକଟ ବର ଗଛ...

ଭୁବନେଶ୍ୱର ସମେତ, କଟକ, ସମ୍ବଲପୁର, ରାଉରକେଲା, ବ୍ରହ୍ମପୁର ପୁରୀରେ ହେବ ଟାଉନ୍‌ ପ୍ଲାନିଂ

ଭୁବନେଶ୍ୱର: ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ତଥା ଭୁବନେଶ୍ୱର ଉନ୍ନୟନ...

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

Related Articles

Popular Categories