www.samajalive.in
Monday, December 8, 2025
14.1 C
Bhubaneswar

କର୍ଣ୍ଣାଟକରେ ନୂତନ ସରକାର ଗଠନ ସଙ୍କେତ!

ବେଙ୍ଗାଲୁରୁ : ଆଗାମୀ ଲୋକସଭା ନିର୍ବାଚନରେ ରାଜନୈତିକ ସଫଳତା ହାସଲ ନିମନ୍ତେ ବିଜେପି କର୍ଣ୍ଣାଟକ ରାଜ୍ୟ ରାଜନୀତିର ସ୍ଥିତି ପରିବର୍ତ୍ତନ କରିବାର ଉଦ୍ୟମ କରିଛି। ଏଥିକ୍ରମେ ମକର ସଂକ୍ରାନ୍ତି ପରେ ରାଜ୍ୟରେ ଜେଡି(ଏସ୍‌)-କଂଗ୍ରେସ ସରକାରକୁ କ୍ଷମତାଚ୍ୟୁତ କରି ଏହି ଦଳ ନିଜର ସରକାର ଗଠନ କରିବାର ସଙ୍କେତ ଦେଇଛି। ‘ଅପରେଶନ କମଳ’ କାର୍ଯ୍ୟକାରୀ କରି ବିଜେପି ଇତିମଧ୍ୟରେ କଂଗ୍ରେସର ୩ ଜଣ ବିଧାୟକଙ୍କ ସମର୍ଥନ ହାସଲ କରିଥିବା ଜଣାପଡିଛି। ବିଜେପିର ଜଣେ ବରିଷ୍ଠ ବିଧାୟକଙ୍କ ସୂଚନା ମୁତାବକ ଯଦି ଜେଡିଏସ୍‌-କଂଗ୍ରେସ ମିଳିତ ଭାବେ ଲୋକସଭା ନିର୍ବାଚନ ଲଢନ୍ତି ତା’ହେଲେ ବିଜେପି ପାଇଁ ସମସ୍ୟା ସୃଷ୍ଟି ହୋଇପାରେ ବୋଲି ଦଳୀୟ ହାଇକମାଣ୍ଡ ଆକଳନ କରିଛନ୍ତି। କେନ୍ଦ୍ରରେ ସରକାର ଗଠନ ଲାଗି କର୍ଣ୍ଣାଟକରେ ଅଧିକରୁ ଅଧିକ ସଂଖ୍ୟକ ଆସନରେ ବିଜୟୀ ହେବା ଆବଶ୍ୟକ। ରାଜ୍ୟରେ ବିଜେପି ସରକାର ଗଠନ ସ୍ଥିତିରେ ହିଁ ଦଳକୁ ବିପୁଳ ସଫଳତା ମିଳିପାରିବ। ଅନ୍ୟପଟେ କ୍ଷମତା ହରାଇବା ପରେ ଜେଡିଏସ୍‌ ଏକାକୀ ଲୋକସଭା ନିର୍ବାଚନୀ ମୈଦାନକୁ ଓହ୍ଲାଇବାର ସମ୍ଭାବନା ରହିଛି। ଏଭଳିସ୍ଥିତିରେ କଂଗ୍ରେସ ନୈତିକତା ହରାଇବ। ଯଦ୍ଦ୍ବାରା ବିଜେପିର ବିଜୟପଥ ସୁଗମ ହେବ। ଏଣୁ ଲୋକସଭା ନିର୍ବାଚନ ପୂର୍ବରୁ ଦଳୀୟ ପ୍ରମୁଖ ନେତାମାନେ ରାଜ୍ୟରେ ସରକାର ଗଠନ ଲାଗି ଅନ୍ତିମ ପ୍ରଚେଷ୍ଠା ଚଳାଇଛନ୍ତି ବୋଲି ସମ୍ପୃକ୍ତ ବିଧାୟକ କହିଛନ୍ତି।
କଂଗ୍ରେସ ନେତା ତଥା କର୍ଣ୍ଣାଟକର ମନ୍ତ୍ରୀ ଡି.କେ. ଶିବକୁମାରଙ୍କ ଅଭିଯୋଗ ବିଜେପିର ସରକାର ଗଠନ ସମ୍ଭାବନା ସମ୍ବନ୍ଧୀୟ ଖବରକୁ ଅଧିକ ଦୃଢୀଭୂତ କରୁଛି। ୩ ଜଣ କଂଗ୍ରେସ ବିଧାୟକଙ୍କୁ ବିଜେପି ଫୁସୁଲାଇ ମୁମ୍ବଇ ନେଇଯାଇଛି। ସମ୍ପୃକ୍ତ ବିଧାୟକମାନେ ଏବେ କେଉଁଠି ତାହା କଂଗ୍ରେସ ନେତାମାନଙ୍କୁ ଜଣାନାହିଁ ବୋଲି ରବିବାର ଶିବଶଙ୍କର କହିଛନ୍ତି। ରାଜ୍ୟରେ ଜେଡିଏସ୍‌-କଂଗ୍ରେସ ସରକାର ଗଠନ ହେବା ପରଠାରୁ ବିଜେପି କଂଗ୍ରେସ ନେତାଙ୍କ ସମର୍ଥନ ହାସଲ ଉଦ୍ୟମ ଜାରି ରଖିଥିବା ବେଳେ ଗତ ଏକ ବର୍ଷ ମଧ୍ୟରେ ଏଭଳି ୬ଟି ଉଦ୍ୟମ ପଣ୍ଡ କରାଯାଇଛି। ବିଶେଷକରି କ୍ୟାବିନେଟରୁ ବାଦ ପଡିଥିବା କଂଗ୍ରେସ ବିଧାୟକ ରମେଶ ଝାରଖିଲୋଇଙ୍କ ଜରିଆରେ ବିଜେପି ନିଜର ‘ଅପରେଶନ କମଳ’ ସଫଳ କରିବାର ଉଦ୍ୟମ ଜାରି ରଖିଥିବା କଂଗ୍ରେସ ନେତା କହିଛନ୍ତି।
ଝାରଖିହୋଲି ଅତିକମରେ ୧୦ ଜଣ କଂଗ୍ରେସ ବିଧାୟକଙ୍କ ସମର୍ଥନ ହାସଲ କରିବାକୁ ଉଦ୍ୟମ କରି କେବଳ ୨ ଜଣଙ୍କୁ ନିଜ ସପକ୍ଷରେ ନେବାରେ ସଫଳ ହୋଇଛନ୍ତି। ଗୁଲବର୍ଗ ବିଧାୟକ ଉମେଶ ଯାଦବ ମଧ୍ୟ ବିରୋଧୀ ଶିବିରରେ ସାମିଲ ହେବାର ମସୁଧା ଚଳାଇଥିବା କୁହାଯାଉଛି। କଂଗ୍ରେସ-ଜେଡିଏସ୍‌ ସରକାରକୁ କ୍ଷମତାଚ୍ୟୁତ କରିବାକୁ ବିଜେପି ଉଦ୍ୟମ କରୁଛି ବୋଲି ଶିବକୁମାର ମଧ୍ୟ କହିଛନ୍ତି। କିନ୍ତୁ ଦଳର ରାଜ୍ୟ ସଭାପତି ବି.ଏସ୍‌. ୟେଦୁରପ୍ପା ଏହି ଖବରକୁ ଅସ୍ବୀକାର କରିଛନ୍ତି। ଉଲ୍ଲେଖ ଯେ ୨୨୪ ଆସନ ବିଶିଷ୍ଟ କର୍ଣ୍ଣାଟକ ବିଧାନସଭାରେ କଂଗ୍ରେସର ୮୦, ଜେଡିଏସ୍‌ର ୩୭, ବିଏସ୍‌ପି ୧ ଏବଂ ୨ ଜଣ ସ୍ବାଧୀନ ବିଧାୟକଙ୍କୁ ନେଇ ରାଜ୍ୟରେ ମେଣ୍ଟ ସରକାର ରହିଛି। ବିଜେପିର ୧୦୪ ବିଧାୟକ ଥିବା ବେଳେ ଦଳ କ୍ଷମତାକୁ ଆସିବାକୁ ହେଲେ ଅତିକମ୍‌ରେ ୧୪ ଜଣ ବିଧାୟକଙ୍କୁ ଇସ୍ତଫା ଦେବାକୁ ହେବ। ଏ ନେଇ ବିଜେପି ଯେଉଁ ଉଦ୍ୟମ ଚଳାଇଛି ତାହା ନିଷ୍ଫଳ ହେବ ବୋଲି ଜେଡିଏସ୍‌ ସୁପ୍ରିମୋ ଏଚ୍‌ଡି ଦେବେଗୌଡା ଏବଂ ତାଙ୍କ ପୁତ୍ର ତଥା ମୁଖ୍ୟମନ୍ତ୍ରୀ ଏଚ୍‌ଡି କୁମାର ସ୍ବାମୀ କହିଛନ୍ତି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories