www.samajalive.in
Tuesday, December 9, 2025
16.1 C
Bhubaneswar

ପ୍ରଧାନମନ୍ତ୍ରୀଙ୍କ ବଲାଙ୍ଗୀର ଗସ୍ତ ; କରିବେ ବିଭିନ୍ନ ଉନ୍ନୟନ ପ୍ରକଳ୍ପର ଶୁଭାରମ୍ଭ

• ପ୍ରଧାନମନ୍ତ୍ରୀଙ୍କ ଆସନ୍ତାକାଲି ବଲାଙ୍ଗିର ଗସ୍ତ, ବିଭିନ୍ନ ଉନ୍ନୟନ ପ୍ରକଳ୍ପର କରିବେ ଶୁଭାରମ୍ଭ
• ଉପକୂଳ ଏବଂ ପଶ୍ଚିମ ଓଡ଼ିଶାରେ ଭିତିଭୂମି ବିକାଶ, ଯୋଗାଯୋଗ, ବ୍ୟବସାୟିକ ସୁଗମତାକୁ ମିଳିବ ପ୍ରୋତ୍ସାହନ
• ଝାରସୁଗୁଡ଼ା ବହୁମୂଖି ଲଜିଷ୍ଟିକ ପାର୍କ ରାଷ୍ଟ୍ରକୁ କରିବେ ସମର୍ପିତ
• ବଲାଙ୍ଗିର-ବିଛୁପାଲି ମଧ୍ୟରେ ନୂଆ ରେଳପଥର ହେବ ଉଦ୍‍ଘାଟନ

ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୧୫ ଜାନୁଆରୀ, ୨୦୧୯ରେ ବଲାଙ୍ଗୀର ଗସ୍ତ କରିବେ। ବଲାଙ୍ଗୀର ରେଲୱେ ଷ୍ଟେସନ ଫିଲ୍ଡରେ ଏହି ସଭା ଆୟୋଜନ କରାଯାଇଛି। ସଂକ୍ଷିପ୍ତ ଗସ୍ତ କାଳରେ ମୋଦୀ ଝାରସୁଗୁଡ଼ା ଠାରେ ବହୁମୂଖି ଲଜିଷ୍ଟିକ ପାର୍କ, ବିଛୁପାଲି ମଧ୍ୟରେ ନୂଆ ରେଳଲାଇନର ଉଦଘାଟନ, ସୋନପୁର କେନ୍ଦ୍ରୀୟ ବିଦ୍ୟାଳୟର ସ୍ଥାୟୀ କୋଠା ନିର୍ମାଣ ଓ ବିକାଶମୂଳକ ପ୍ରକଳ୍ପକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପିତ କରିବେ।
ସୂଚନା ଅନୁସାରେ ୧୦୦ କୋଟି ଟଙ୍କା ବିନିଯୋଗରେ ଝାରସୁଗୁଡ଼ା ଠାରେ ମଲ୍ଟି ମୋଡାଲ ଲଜିଷ୍ଟିକ ପାର୍କ ନିର୍ମାଣ କରାଯାଇଛି। ଘରୋଇ ମାଲ ପରିବହନ ସମତେ ଏଥିରେ ଏକ୍ସିମ ଏବଂ ଆଭ୍ୟନ୍ତରୀଣ ପଣ୍ୟ ପରିବହନ / ପ୍ରେରଣ ସୁବିଧା ରହିଛି। ଏମଏମଏଲପି ହାୱଡ଼ା-ମୁମ୍ବାଇ ଜାତୀୟ ରାଜପଥ ନିକଟରେ ରହିଛି ଯାହା ଝାରସୁଗୁଡ଼ା ରେଳ ଷ୍ଟେସନ ଠାରୁ ମାତ୍ର ୫ କିମି ଦୂର। ଏହି ସ୍ଥାନ ଚାରିପାଖରେ ଇସ୍ପାତ, ସିମେଣ୍ଟ, କାଗଜକଳ ଆଦି ବହୁ ଗୁରୁତ୍ୱପୂର୍ଣ୍ଣ ଶିଳ୍ପାନୁଷ୍ଠାନ ରହିଛି ଏବଂ ଏହାଦ୍ୱାରା ଏମାନେ ଲାଭାନ୍ୱିତ ହୋଇପାରିବେ। ମଲ୍ଟି ମୋଡାଲ ଲଜିଷ୍ଟିକ ପାର୍କ ଝାରସୁଗୁଡ଼ାକୁ ଓଡ଼ିଶାର ଏକ ପ୍ରମୁଖ ଲଜିଷ୍ଟିକ୍ସ କେନ୍ଦ୍ର ଭାବେ ପରିଣତ କରିବ ଏବଂ ରାଜ୍ୟରେ ବ୍ୟବସାୟିକ ସୁଗମତାକୁ ତ୍ୱରାନ୍ୱିତ କରିବ।

- Advertisement -

ସେହିପରି ୧୫ କିମି ଲମ୍ବ ବଲାଙ୍ଗିର-ବିଛୁପାଲି ରେଳଲାଇନ ଦ୍ୱାରା ପଶ୍ଚିମ ଓଡ଼ିଶାରୁ ଦକ୍ଷିଣ ଓଡ଼ିଶାକୁ ସଂଯୋଗ କରିବାରେ ସହାୟକ ହୋଇପାରିବ ଏବଂ ଏହା ରାଜ୍ୟବ୍ୟାପୀ ବିକାଶକୁ ସକ୍ରିୟ କରିବ। ଏହା ନୂଆଦିଲ୍ଲୀ ଏବଂ ମୁମ୍ବାଇ ଭଳି ବଡ଼ ସହରରୁ ଭୁବନେଶ୍ୱର ଓ ପୁରୀକୁ ଯାତ୍ରା ସମୟ ହ୍ରାସ କରିବ।

Hot this week

ସେନସେକ୍ସ ୬୧୦ ପଏଣ୍ଟ ଓ ନିଫ୍ଟି ୨୨୬ ପଏଣ୍ଟ ହ୍ରାସ

ନୂଆଦିଲ୍ଲୀ : ଘରୋଇ ଇକ୍ୱିଟି ସୂଚକାଙ୍କ ସୋମବାର ହ୍ରାସ ପାଇଛି। ସୂଚକାଙ୍କଗୁଡ଼ିକ...

ବୁଧବାର ଭାରତ-ଆମେରିକା ଆଲୋଚନା

ନୂଆଦିଲ୍ଲୀ : ବୁଧବାର ପରବର୍ତ୍ତୀ ପର୍ଯ୍ୟାୟ ଭାରତ-ଆମେରିକା ମୁକ୍ତ ବାଣିଜ୍ୟ ଚୁକ୍ତି...

ଦୁର୍ନୀତି ବ୍ୟାଧିର ଉପଚାର

ପୂର୍ବ ୟୁରୋପର ଦେଶ ଜର୍ଜିଆ, ଯାହା କି ପୂର୍ବରୁ ସୋଭିଏତ୍‌‌ ରୁଷ...

ଚିନ୍ତାକଳ୍ପ : ଗୃହୀ ସାଧକର ଆଭିମୁଖ୍ୟ

ମହର୍ଷି ଅଙ୍ଗିରାଙ୍କ ଆଶ୍ରମରେ ରହି ଶିଷ୍ୟମାନେ ଅଧ୍ୟୟନ କରୁଥାନ୍ତି। ତାଙ୍କ ମାର୍ଗଦର୍ଶନରେ...

ସମ୍ପାଦକୀୟ : ଜାତିସଂଘର ପାଣ୍ଠି ଚିନ୍ତା

ବିଶ୍ବବ୍ୟାପୀ ମାନବିକ ସହାୟତା ପ୍ରଭାବିତ ମିଳିତ ଜାତିସଂଘ ୨୦୨୬ ବର୍ଷ ପାଇଁ ୨୩...

Related Articles

Popular Categories