ନଦୀ ମଝିରେ ଅନ୍ଲାଇନ ଖେଳ
ନନ୍ଦନକାନନ: ଲଗାଣ ବର୍ଷାରେ ମହାନଦୀ ଫୁଲିଥିବାବେଳେ ମୁଣ୍ଡଳିଠାରେ ଅକାତକାତ ପାଣି। ରବିବାର ଅପରାହ୍ଣ ପ୍ରାୟ ୪ଟାରେ ମୁଣ୍ଡଳି ବ୍ୟାରେଜ୍ର ନିମ୍ନ ଭାଗର ଖୁମ୍ଭରେ ୪ ଯୁବକ ବିପଦପୂର୍ଣ୍ଣ ଭାବେ ବସି ଫ୍ରି ଫାୟାର ଗେମ୍ ଖେଳୁଥିବା ଥିବା ସହ ବିପଦପୂର୍ଣ୍ଣ ଭାବେ ଫଟୋ ଉଠାଉଥିବା ଦେଖିବାକୁ ମିଳିଥିଲା। ଅସାବଧାନତା ଯୋଗୁଁ କିଛି ଅଘଟଣ ଘଟିଲେ କିଏ ଦାୟୀ ରହିବ ବୋଲି ସ୍ଥାନୀୟ ଲୋକ ପ୍ରଶ୍ନ କରିଛନ୍ତି। ସ୍ଥାନୀୟ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାକୁ ଦାବି ହୋଇଛି।
Comments are closed.