www.samajalive.in
Friday, December 12, 2025
19.1 C
Bhubaneswar

କ୍ରେତାଙ୍କୁ ଝଟ୍‌କା: ଆହୁରି ବଢିବ ପିଆଜ ଦର !

ଭୁବନେଶ୍ବର : ଗତ କିଛି ଦିନ ହେବ ବଜାରରେ ପିଆଜ ଚଢା ଦରରେ ବିକ୍ରି ହେଉଥିବା ବେଳେ ପୁଣି କ୍ରେତାମାନଙ୍କୁ ଝଟ୍‌କା ଲାଗିଲା ଭଳି ଏକ ଖବର ମିଳିଛି। ପିଆଜ ଦାମ୍ ଆହୁରି ୬ରୁ ୧୦ ଟଙ୍କା ବଢିପାରେ ବୋଲି ମଙ୍ଗଳାବାର ଖାଦ୍ୟ ଯୋଗାଣ ଓ ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ସୂଚନା ଦେଇଛନ୍ତି।
ଆମଦାନୀ କମୁଥିବାରୁ ପିଆଜ ଦର ବଢୁଛି। ପିଆଜ ଆମଦାନୀ ହେଉଥିବା ମହାରାଷ୍ଟ୍ର, କର୍ଣ୍ଣାଟକ, ଆନ୍ଧ୍ରପ୍ରଦେଶରେ ବର୍ଷା ହେଉଥିବାରୁ ମଧ୍ୟ ପିଆଜ ଦର ପ୍ରଭାବିତ ହେଉଛି। ତେବେ ଲୋକଙ୍କୁ ପିଆଜ ଯୋଗାଇଦେବାକୁ ସରକାର ସବୁ ପ୍ରକାର ଚିନ୍ତା କରୁଛନ୍ତି ବୋଲି ମନ୍ତ୍ରୀ କହିଛନ୍ତି। ବର୍ତ୍ତମାନ ପିଆଜ ଦର ୬୫ରୁ ୭୦ଟଙ୍କା ଥିବା ବେଳେ ଆଗକୁ ଆଉ ୬ରୁ ୧୦ ଟଙ୍କା ବଢିବାର ସମ୍ଭାବନା ରହିଛି। ଅନ୍ୟପକ୍ଷରେ ବାତ୍ୟା ଆଶଙ୍କାରେ ପରିବା ଦର ମଧ୍ୟ ଆକାଶ ଛୁଆଁ ହୋଇଛି ଏବଂ କଳାବଜାରୀ ବଢିଛି । ମାତ୍ର କଳାବଜାରୀ ଉପରେ ନଜର ରଖାଯାଇଥିବା ମନ୍ତ୍ରୀ କହିଛନ୍ତି।
ବର୍ଦ୍ଧିତ ଦର ଅନୁସାରେ, ଆଳୁ କିଲୋ ପ୍ରତି ୨୪ ଟଙ୍କା ହୋଇଥିବା ବେଳେ ବାଇଗଣର କିଲୋ ପ୍ରତି ଦର ୫୦ ଟଙ୍କା ରହିଛି। ସେହିପରି ବିଲାତି ୫୦ ଟଙ୍କା, ପୋଟଳ ୬୦ ଟଙ୍କା, ବନ୍ଧା କୋବି ୩୫ ଟଙ୍କା ଓ ଫୁଲକୋବି ୬୦ ଟଙ୍କା ରହିଛି।

Hot this week

୫୦ ବର୍ଷ ପରେ ବଡ ପରଦାକୁ ଆସିଲା ‘ସୋଲେ’

ଭୁବନେଶ୍ୱର:୫୦ ବର୍ଷ ପରେ ବଡ ପରଦାକୁ ଆସିଲା 'ସୋଲେ' ।ସିଲଭର ସ୍କ୍ରିନରେ...

ଦାମୀ କାର୍‌ରେ ବିଦ୍ୟାଳୟର ମଧ୍ୟାହ୍ନ ଭୋଜନ ଚୋରା ଚାଲାଣ- ଧରି ପକାଇଲେ ଗାଁ ଲୋକ

ଗୁରୁଡ଼ିଝାଟିଆ - ମଧ୍ୟାହ୍ନ ଭୋଜନ ଚାଉଳ ଚୋରା ଚାଲାଣ ବେଳେ ଧରିଲେ...

ନନ୍ଦନକାନନ ଥାନାର ପୂର୍ବତନ ଏସ୍ଆଇ ଅମିନ ଖାନ ଲାଞ୍ଚ ମାମଲାରେ ଦୋଷୀ ସାବ୍ୟସ୍ତ

ଭୁବନେଶ୍ୱର - ଭୁବନେଶ୍ୱରରେ ଥିବା ନନ୍ଦନକାନନ ଥାନା (ଅବସରପ୍ରାପ୍ତ) ପୂର୍ବତନ ପୋଲିସ...

ସୁନା ଓ ରୂପା ଦର ରେକର୍ଡ ଭାଙ୍ଗିଲା

ନୂଆଦିଲ୍ଲୀ- ପୁଣି ଥରେ ସୁନା ଏବଂ ରୂପା ସମସ୍ତ ରେକର୍ଡ ଭାଙ୍ଗିଛି।...

୬ ଦେଶରେ ବ୍ୟାନ ଫିଲ୍ମ ଧୁରନ୍ଧର

ମୁମ୍ବାଇ :ସାଉଦି ଆରବ ,ୟୂଏଇ ଓ କତାରରେ ବ୍ୟାନ ହେଲା ହିନ୍ଦୀ...

Related Articles

Popular Categories