ବଲାଙ୍ଗିର : ବଲାଙ୍ଗିର ଗାନ୍ଧୀନଗର ପଡ଼ାରେ ୨ଜଣ ଦୁବୃର୍ତ୍ତ ଘର ଭିତରେ ପଶି ଜଣେ ଯୁବକଙ୍କୁ ହତ୍ୟା କରି ଫେରାର ହୋଇଯାଇଛନ୍ତି । ହତ୍ୟାର ଶିକାର ହୋଇଥିବା ଯୁବକ ଜଣଙ୍କ ଅରବିନ୍ଦ ସିଂ(୩୭) ବର୍ଷ ବୋଲି ଜଣାପଡିଛି । ସୂଚନା ଅନୁସାରେ, ଘରେ କେହି ନଥିବା ବେଳେ ୨ଜଣ ଦୁବୃର୍ତ୍ତ ଘରେ ପଶି ଅରବିନ୍ଦଙ୍କୁ ଧାରୁଆ ଅସ୍ତ୍ରରେ ଅତି ନିର୍ମମ ଭାବେ ହତ୍ୟା କରିଥିବା ଦେଖିବାକୁ ମିଳିଛି । ରକ୍ତ ଜୁଡୁବୁଡୁ ଅବସ୍ଥାରେ ଘର ଭିତରେ ମୃତ ଦେହ ପଡି ରହିଛି । ଖବର ପାଇ ସହରାଞ୍ଚଳ ଥାନା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ପୂର୍ବ ଶତ୍ରୁତାକୁ କେନ୍ଦ୍ର ହତ୍ୟା କରାଯାଇଥିବା ଆଶଙ୍କା କରାଯାଉଛି। ତେବେ କେଉଁ କାରଣରୁ ହତ୍ୟାକାଣ୍ଡ ତାହା ସ୍ପଷ୍ଟ ହୋଇ ପାରିନି।
Popular Categories



