www.samajalive.in
Saturday, December 13, 2025
15.1 C
Bhubaneswar

ଦିଲ୍ଲୀ ହିଂସା: ଆଉ ଜଣେ ଅଭିଯୁକ୍ତ ଇକବାଲ ସିଂହ ଗିରଫ

ଚଣ୍ଡୀଗଡ଼: ଦିଲ୍ଲୀ ହିଂସାର ଅନ୍ୟତମ ଅଭିଯୁକ୍ତ ଇକବାଲ ସିଂଙ୍କୁ ପଞ୍ଜାବର ହୋସିୟାରପୁରରୁ ଗିରଫ କରାଯାଇଛି। ସ୍ପେଶାଲ ସେଲ୍‌ ଟିମ୍‌ ମଙ୍ଗଳବାର ବିଳମ୍ବିତ ରାତିରେ ତାଙ୍କୁ ଗିରଫ କରିଛି। ଗତ ୨୬ ତାରିଖରେ ଟ୍ରାକ୍ଟର ରାଲି ସମୟରେ ଦିଲ୍ଲୀର ଲାଲକିଲାରେ ଘଟିଥିବା ହିଂସାକାଣ୍ଡରେ ଇକବାଲଙ୍କ ସମ୍ପୃକ୍ତି ଥିବା ଜଣାପଡ଼ିଥିଲା। ତାଙ୍କ ନାମରେ ଦିଲ୍ଲୀ ପୁଲିସ ୫୦ ହଜାର ଟଙ୍କାର ପୁରସ୍କାର ରାଶି ଘୋଷଣା କରିଥିଲା।

ଏହା ପୂର୍ବରୁ ଦିଲ୍ଲୀ ହିଂସାର ମୁଖ୍ୟ ଅଭିଯୁକ୍ତ ଦୀପ ସିଦ୍ଧୁଙ୍କୁ ପୁଲିସ ଗିରଫ କରିଥିଲା। ଦୀପ ସିଦ୍ଧୁ, ଜୁଗରାଜ ସିଂହ, ଗୁରଜୋତ ସିଂହ ଏବଂ ଗୁରଜନ୍ତ ସିଂହଙ୍କ ଉପରେ ୧ ଲକ୍ଷ ଟଙ୍କାର ନଗଦ ପୁରସ୍କାର ରାଶି ଘୋଷଣା କରାଯାଇଥିଲାବେଳେ ଜାଜବୀର ସିଂହ, ବୁଟା ସିଂହ, ସୁଖଦେବ ସିଂହ ଏବଂ ଇକବାଲ୍‌ ସିଂହଙ୍କ ନାମରେ ୫୦ ହଜାର ଟଙ୍କାର ପୁରସ୍କାର ରାଶି ଘୋଷିତ ହୋଇଥିଲା।

- Advertisement -

ଲାଲକିଲାରେ ଘଟିଥିବା ହିଂସା ମାମଲାର ତଦନ୍ତ ସମୟରେ କ୍ରାଇମବ୍ରାଞ୍ଚର ଏସଆଇଟି କହିଥିଲା ଯେ, ଇକବାଲ୍‌ ସିଂହ ଏହି ହିଂସାର ବଡ଼ ଷଡ଼ଯନ୍ତ୍ରକାରୀ ଥିଲେ। ସେ ଲାଲ୍‌କିଲାରୁ ଲଗାତାର ଫେସବୁକ ଲାଇଭ୍‌ କରି ଲୋକଙ୍କୁ ଉସୁକାଉଥିଲେ। ପୁଲିସକୁ ହସ୍ତଗତ ହୋଇଥିବା ଭିଡିଓରୁ ଏହାର ପର୍ଦ୍ଦାଫାଶ ହୋଇଛି।

ଏସଆଇଟିର  ଜଣେ ଅଧିକାରୀ କହିଛନ୍ତି ଯେ, ଇକବାଲ୍‌ ସିଂହ ଲାଲକିଲା ଭିତରେ ଭିଡ଼ ଜମାଇଥିବା ଚାଷୀଙ୍କୁ ଉସୁକାଇ ଲାହୋର ଗେଟ୍‌ ଭାଙ୍ଗିବାକୁ ମଧ୍ୟ ଉଦ୍ୟମ କରିଥିଲେ। ପୁଲିସ ତଦନ୍ତ କରିବା ପରେ ଇକ୍‌ବାଲ ସିଂହ ନାମରେ ୫୦ ହଜାର ଟଙ୍କାର ପୁରସ୍କାର ରାଶି ଘୋଷଣା କରିଥିଲା। ବର୍ତ୍ତମାନ ସୁଦ୍ଧା ୮ ଅଭିଯୁକ୍ତଙ୍କ ଗିରଫଦାରି ଉପରେ ପୁରସ୍କାର ରାଶି ଘୋଷଣା ହୋଇସାରିଛି।

Hot this week

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

Related Articles

Popular Categories