www.samajalive.in
Friday, December 12, 2025
17.1 C
Bhubaneswar

ମନ୍ଦିରର କାରୁକାର୍ଯ୍ୟ ଓ ସୁନ୍ଦରତା ଦେଖିବା ପାଇଁ ଏଠାରେ ଜମେ ପର୍ଯ୍ୟଟକଙ୍କ ଭିଡ଼

ଭାରତରେ ଅନେକ ଧାର୍ମିକ ସ୍ଥଳ ରହିଛି, ଯାହା ଯେକୌଣସି କାରଣରୁ ହେଉ ନା କାହିଁକି ପ୍ରସିଦ୍ଧତା ଲାଭ କରିଛି। ଭାରତ ବର୍ଷରେ ବିଭିନ୍ନ ଧର୍ମସମ୍ପ୍ରଦାୟର ଲୋକେ ମିଳିମିଶି ରହିଥାଆନ୍ତି। ତେଣୁ ଏଠାରେ ଆପଣ ବହୁ ଧାର୍ମିକ ଅନୁଷ୍ଠାନ ଦେଖିବାକୁ ପାଇବେ। ଏଠାରେ ବହୁ ଦେବାଦେବୀଙ୍କ ବିଭିନ୍ନ ମନ୍ଦିର ଅଛି, ଯେଉଁଠାରେ ସବୁ ସମୟରେ ଭକ୍ତ ଓ ପର୍ୟ୍ୟଟକଙ୍କ ସମାଗମ ହୋଇଥାଏ। ଏହାସହ ମନ୍ଦିର ମାନଙ୍କ ସହ ଜଡ଼ିତ ପୌରାଣିକ ଓ ରହସ୍ୟମୟ କଥା ଜାଣିବା ପାଇଁ ମଧ୍ୟ ସଭିଏଁ ବେଶ ଇଚ୍ଛୁକ ଥାଆନ୍ତି। ଏପରି ଏକ ପ୍ରଭୁ ବିଷ୍ଣୁଙ୍କ ରହିଛି ଯାହା ଶାଶୁ-ବୋହୁ ମନ୍ଦିର ନାମରେ ଜଣାଶୁଣା। ଜାଣନ୍ତୁ ସେହି ମନ୍ଦିର ବିଷୟରେ
ରାଜସ୍ଥାନର ଉଦୟପୁର ଠାରୁ ଦୂରରେ ଥିବା ନାଗଦହ ଗ୍ରାମରେ ଭଗବାନ ବିଷ୍ଣୁଙ୍କୁ ସମର୍ପିତ ଏକ ମନ୍ଦିର ରହିଛି। ଏହି ମନ୍ଦିର ସହ ଜଡ଼ିତ ମାନ୍ୟତା ଅନୁଯାୟୀ, ପ୍ରାଚୀନ କାଳରେ କଚ୍ଛବାହା ବଂଶର ରାଜା ମହିପାଳଙ୍କ ଶାସନ ଥିଲା। ତାଙ୍କ ପତ୍ନୀ ଭଗବାନ ବିଷ୍ଣୁଙ୍କ ଭକ୍ତ ଥିଲେ। ତାଙ୍କ ପୂଜାର୍ଚ୍ଚନା ପାଇଁ ରାଜା ଏକ ମନ୍ଦିରର ନିର୍ମାଣ କରାଇଥିଲେ। ସମୟର ଅଗ୍ରଗତି କ୍ରମେ ରାଣୀଙ୍କର ପୁତ୍ରର ବିବାହ ହେଲା। ଏହାପରେ ତାଙ୍କ ବୋହୂ ପ୍ରଭୁ ଶିବଙ୍କର ପୂଜାର୍ଚ୍ଚନା କରୁଥିବା କାରଣରୁ ତାଙ୍କ ପାଇଁ ମଧ୍ୟ ଏକ ମନ୍ଦିର ନିର୍ମାଣ କରାଗଲା। କାଳକ୍ରମେ ଏହି ଦୁଇଟି ମନ୍ଦିର ଶାଶୁ-ବୋହୂ ମନ୍ଦିର ନାମରେ ପରିଚିତ ହେଲା। ମନ୍ଦିରର ପରିସରରେ ଭଗବାନ ବିଷ୍ଣୁଙ୍କର ୩୨ ମିଟର ଉଚ୍ଚା ଓ ୨୨ ମିଟର ଚଉଡ଼ା ବିଶିଷ୍ଟ ପ୍ରତିମା ସ୍ଥାପିତ ହୋଇଛି। ମନ୍ଦିରର କାରୁକାର୍ଯ୍ୟ ଓ ସୁନ୍ଦରତା ଦେଖିବା ପାଇଁ ଏଠାରେ ପର୍ଯ୍ୟଟକଙ୍କ ଭିଡ଼ ଯାଇଥାଏ। ଏହାସହ ଏଠାକାର ପ୍ରାକୃତିକ ସୌନ୍ଦର୍ୟ୍ୟ ମଧ୍ୟ ମନକୁ ଏକ ସ୍ୱତନ୍ତ୍ର ଶାନ୍ତି ପ୍ରଦାନ କରିଥାଏ। ଲୋକେ ଏଠାକୁ ଆସି ଭ୍ରମଣର ଏକ ସ୍ୱତନ୍ତ୍ର ମଜା ନେଇଥାଆନ୍ତି।

Hot this week

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

ବାଇକ ସ୍କୁଟି ମୁହାଁମୁହିଁ ଧକ୍କା- ୩ ମୃତ ୨ ଗୁରୁତର

ପାଟଣା - ଶୁକ୍ରବାର ସନ୍ଧ୍ୟା ସାଢ଼େ ୬ଟା ସମୟରେ ଘଟଗାଁ ଥାନା...

Related Articles

Popular Categories