www.samajalive.in
Sunday, December 14, 2025
26.1 C
Bhubaneswar

ମାଛ ଧରିବାକୁ ଯାଇ ପାଣିରେ ବୁଡି ଜଣେ ମୃତ

ହରଭଙ୍ଗା : ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା  ଅନ୍ତର୍ଗତ କୃଷ୍ଣପାଲି ଗ୍ରାମରେ ଏକ ଅଘଟଣ ଘଟିଛି। ମାଛ ଧରିବାକୁ ଯାଇ ଜଣେ ମତ୍ସ୍ୟଜୀବୀ ଲକ୍ଷ୍ମୀ ନାଳରେ ବୁଡି ମୃତ୍ୟୁ ବରଣ କରିଥିବା ଭଳି ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ମିଳିଥିବା ସୂଚନା ଅନୁଯାୟୀ  କୃଷ୍ଣ ପାଲି ଗ୍ରାମର ସୁନିଲ ବେହେରା (୩୫)  ପ୍ରତିଦିନ ଭଳି ଆଜି ଲଷ୍ମୀ ନାଳକୁ ମାଛ ମାରିବାକୁ ଯାଇ ପାଣିରେ ବୁଡି ମୃତ୍ୟୁ ଘଟିଥିବା ଦେଖିବାକୁ ମିଳିଛି। ବିଶେଷ ସୂତ୍ରରୁ ଖବର ପାଇ ପରିବାର ଲୋକେ ସୁନିଲର ମୃତ ଦେହକୁ ନାଳରୁ ଉଦ୍ଧାର କରି ଘରକୁ ଆଣିବା ପରେ ପୁରୁଣାକଟକ ଥାନାକୁ ଖବର ଦେଇଥିଲେ। ଖବର ପାଇ ପୁରୁଣାକଟକ ପୁଲିସ ମୃତଦେହ ଜବତ କରିବା ସହ ଶଵ ବ୍ୟବଛେଦ ପାଇଁ  ବୌଦ୍ଧ ମେଡିକାଲ ପଠାଯାଇଥିବା ଜଣାପଡିଛି।ସୁନିଲଙ୍କ ମୃତ୍ୟୁ ପରେ ବିଧବା ମା ଓ ସ୍ତ୍ରୀ, ଛୋଟ ଛୋଟ ଦୁଇ ପୁଅ ଓ ଝିଅ ବେସହାରା ହୋଇ ପଡିଛନ୍ତି। ମୃତକଙ୍କ ପରିବାରକୁ ସରକାରୀ ସହାୟତା ପାଇଁ ଗ୍ରାମବାସୀ ଦାବି କରିଛନ୍ତି। ଏ ସମ୍ପର୍କରେ ପୁରୁଣାକଟକ ଆଇଆଇସି ରଞ୍ଜିତ ମୁନିଙ୍କୁ ପଚାରିବାରୁ ଏ ନେଇ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି, ସୋମବାର ଶଵ ବ୍ୟବଚ୍ଛେଦ କରାଯିବ ବୋଲି କହିଥିଲେ।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories