www.samajalive.in
Wednesday, December 10, 2025
14.1 C
Bhubaneswar

କୋଏଲ୍‌ ନଦୀରୁ ଫୁଟବଲ୍‌ ଆଣିବାକୁ ଯାଇ ବୁଡ଼ିଗଲେ ୨ ଯୁବକ, ଜଣେ ମୃତ

ବିଶ୍ରା: କୋଏଲ ନଦୀର ତେତେରକେଲା ଘାଟରେ ପିକ୍‌ନିକ୍‌ କରିବାକୁ ଆସି ଟିମ୍ବରକଲୋନୀର ୨ଜଣ ଯୁବକ ଗଭୀର ପାଣିରେ ବୁଡ଼ିଯାଇଥିବା ଖବର ମିଳିଛି। ସେମାନଙ୍କ ମଧ୍ୟରୁ ଜଣକର ମୃତ୍ୟୁ ହୋଇଯାଇଥିବା ବେଳେ ଅନ୍ୟ ଜଣେ ଚିକିତ୍ସାଧୀନ ରହିଛନ୍ତି। ସୂଚନାଯୋଗ୍ୟ ଯେ, ଆଜି କୋଏଲନଦୀର ତେତେରକେଲା ଘାଟକୁ ପିକ୍‌ନିକ୍‌ କରିବାକୁ କିଛି ପରିବାର ଆସିଥିଲେ। ସେମାନଙ୍କ ମଧ୍ୟରୁ କିଛି ଫୁଟବଲ ଖେଳୁଥିଲେ। ଫୁଟବଲଟି ପାଣିରେ ପଡ଼ିଯାଇଥିଲା। ବଲ୍‌କୁ ନଦୀ ଭିତରୁ ଆଣିବା ପ୍ରୟାସ ଚଳାଇଥିବା ବେଳେ ଟିମ୍ବରକଲୋନୀର ଦୁଇ ଯୁବକ ଭିକି ଶର୍ମା (୨୭) ଓ ଦୀପକ ଖଣ୍ଡୁଆଳ କାଳକ୍ରମେ ଗଭୀର ପାଣିରେ ବୁଡ଼ିଯାଇଥିଲେ। ପରିବାରବର୍ଗ ପୁଲିସ ଓ ଅଗ୍ନିଶମ ବାହିନୀକୁ ଖବର ଦେବାପରେ ଅଗ୍ନିଶମ ବାହିନୀ ସେଠାକୁ ପହଞ୍ଚି ଉଭୟଙ୍କୁ ଉଦ୍ଧାର କରି ବିଶ୍ରା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ସେଠାରେ ଭିକି ଶର୍ମାଙ୍କୁ ଡାକ୍ତର ମୃତ ଘୋଷଣା କରିଥିବାବେଳେ ଦୀପକ ଖଣ୍ଡୁଆଳଙ୍କୁ ଅଧିକ ଚିକିତ୍ସାପାଇଁ ରାଉରକେଲା ସରକାରୀ ହାସପାତାଳରେ ଭର୍ତ୍ତି କରାଯାଇଛି। ଏହି ଘଟଣାରେ ଟିମ୍ବରକଲୋନୀ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ପରିବାର ଲୋକଙ୍କ ଆବେଗଭରା କ୍ରନ୍ଦନରେ ହାସପାତାଳରେ ହୃଦୟ ବିଦାରକ ପରିବେଶ ସୃଷ୍ଟି ହୋଇଥିଲା।

 

- Advertisement -

ପ୍ରକାଶ ଥାଉକି ଉକ୍ତ ତେତେରକେଲା ଘାଟରେ ପ୍ରତିବର୍ଷ ଏଭଳି ଅଘଟଣ ଘଟୁଛି। ଗତ ଡିସେମ୍ବର ମାସରେ କୋଏଲ ନଦୀର ଜାମସେରା ଘାଟରେ ଏକ ବେସରକାରୀ ଇଂରାଜୀ ମାଧ୍ୟମ ସ୍କୁଲର ୩ଜଣ ଛାତ୍ର ବୁଡ଼ି ଯାଇଥିଲେ। ଏହା ପୂର୍ବରୁ ବ୍ରାହ୍ମଣୀନଦୀରେ ୨ଜଣ ଛାତ୍ର ଓ ଗୁରୁଣ୍ଡିଆ ବ୍ଳକ ଅଞ୍ଚଳରେ ଥିବା ବାଦଲଗିରୀ ଜଳପ୍ରପାତରେ ବୁଡ଼ି ୨ ଇଂଜିନିୟର ଛାତ୍ରଙ୍କ ମୃୃତ୍ୟୁ ହୋଇସାରିଛି। ସେହିପରି ରାଜଗାଙ୍ଗପୁରରୁ ଯାଇଥିବା ଏକ ବଣଭୋଜି ଦଳର ଜଣେ ଯୁବତୀ ବାଲିଶଙ୍କରାର ଘୋଘର ନିକଟସ୍ଥ ଇବ୍‌ ନଦୀ ଗର୍ଭରେ ସେଲ୍‌ଫି ନେବାବେଳେ ପାଣିରେ ବୁଡ଼ିଯାଇ କିଛିଦିନ ତଳେ ମୃତ୍ୟୁବରଣ କରିଥିଲେ।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories