www.samajalive.in
Thursday, December 11, 2025
23.1 C
Bhubaneswar

ଖେଳାଳିଙ୍କ ୭୨ ଘଣ୍ଟାରେ ଥରେ କରୋନା ପରୀକ୍ଷା

ଭୁବନେଶ୍ବର : କଳିଙ୍ଗ ଷ୍ଟାଡ଼ିୟମରେ ବୁଧବାରଠାରୁ ଖେଳାଯିବାକୁ ଥିବା କନିଷ୍ଠ ପୁରୁଷ ହକି ବିଶ୍ବକପ ଲାଗି ଭୁବନେଶ୍ବରରେ ଏବେ ସୁଦ୍ଧା ୧୨ଟି ଦଳ ପହଞ୍ଚି ସାରିଲେଣି। ଶନିବାର ୩ଟି ଦଳ ଦକ୍ଷିଣ କୋରିଆ, ଦକ୍ଷିଣ ଆଫ୍ରିକା ଓ ପାକିସ୍ତାନ ଦଳ ଭୁବନେଶ୍ବରରେ ପହଞ୍ଚିଛନ୍ତି। ଦକ୍ଷିଣ ଆଫ୍ରିକା ପୁଲ-ଏ ରେ ବେଲଜିୟମ, ଚିଲି ଓ ମାଲେସିଆ ସହିତ ରହିଛି। ଦଳକୁ ନକ୍‌ଆଉଟ୍‌ ଯୋଗ୍ୟତା ହାସଲ କରିବା ନେଇ ଭଲ ପ୍ରଦର୍ଶନ କରିବାକୁ ପଡିବ। ଗ୍ରୁପରେ ବେଲଜିୟମ, ଚିଲି ଓ ମାଲେସିଆ ଭଳି ଦଳ ରହିଛନ୍ତି। କୋଭିଡ଼ ମହାମାରୀ ପାଇଁ ପ୍ରତିଯୋଗିତା କମ୍‌ ଖେଳିବାକୁ ପଡିଛି। ଅଭ୍ୟାସ ଶିବିର ଉପରେ ଗୁରୁତ୍ବ ଦିଆଯାଇଛି। ଦଳ ଭଲ ପ୍ରଦର୍ଶନ ନେଇ ଆଶାବାଦୀ ବୋଲି ଦକ୍ଷିଣ ଆଫ୍ରିକାର ମୁଖ୍ୟ ପ୍ରଶିକ୍ଷକ ସିହେଲ ନିତୁଲି କହିଛନ୍ତି। ସେହିପରି ଦକ୍ଷିଣ କୋରିଆ ପୁଲ-ସିରେ ନେଦରଲାଣ୍ଡ୍‌ସ, ସ୍ପେନ ଓ ଆମେରିକା ସହ ସ୍ଥାନ ପାଇଛି। ପାକିସ୍ତାନ ପୁଲ-ଡି ରେ ଆର୍ଜେଣ୍ଟିନା, ଜର୍ମାନୀ ଓ ଇଜିପ୍‌ଟ ସହ ସ୍ଥାନପାଇଛି। ଦଳ ପ୍ରଥମ ବିଶ୍ବକପ ଟ୍ରଫି ଜିତିବା ଲକ୍ଷ୍ୟରେ ଭୁବନେଶ୍ବରରେ ପହଞ୍ଚିଥିବା ବେଳେ ୨୪ରେ ଜର୍ମାନୀ ବିପକ୍ଷରେ ମ୍ୟାଚ ଖେଳି ଅଭିଯାନ ଆରମ୍ଭ କରିବ। ପାକିସ୍ତାନ ଦଳର ଖେଳାଳିମାନେ ଭୁବନେଶ୍ବରର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ପହଞ୍ଚିବା ପରେ ରାଜ୍ୟ କ୍ରୀଡ଼ା ଓ ଯୁବ ସେବା ବିଭାଗ ପକ୍ଷରୁ ସ୍ବାଗତ କରା ଯାଇଥିଲା। ପରେ କଡା ସୁରକ୍ଷା ବଳୟ ମଧ୍ୟରେ ସ୍ବତନ୍ତ୍ର ବସ୍‌ରେ ହୋଟେଲକୁ ନିଆ ଯାଇଥିଲା। ପାକିସ୍ତାନ ଖେଳାଳିମାନଙ୍କ ଲାଗି ଅନ୍ୟ ଦଳ ଅପେକ୍ଷା ଅଧିକ ନିରାପତ୍ତା ବ୍ୟବସ୍ଥା କରାଯାଇଛି।

ନିୟମ ଅନୁଯାୟୀ ଖେଳାଳିଙ୍କ ହୋଟେଲରେ କରୋନା ପରୀକ୍ଷା କରା ଯାଇଥିଲା। ଅନ୍ୟପକ୍ଷରେ ପ୍ରତିଯୋଗିତାକୁ ଶୃଙ୍ଖଳିତ ଓ କରୋନାମୁକ୍ତ କରିବା ନେଇ ରାଜ୍ୟ କ୍ରୀଡ଼ା ଓ ଯୁବସେବା ବିଭାଗ ପକ୍ଷରୁ ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରାଯାଇଛି। ଖେଳାଳିଙ୍କ ସୁରକ୍ଷା ପାଇଁ କରୋନା ପରୀକ୍ଷା ଉପରେ ଗୁରୁତ୍ବ ଦିଆଯାଇଛି। ଖେଳାଳି, ହୋଟେଲ କର୍ମଚାରୀ, ବିଶ୍ବକପ ପରିଚାଳନା ଦାୟିତ୍ବରେ ଥିବା ଅଧିକାରୀ ଓ ନିୟୋଜିତ କର୍ମଚାରୀଙ୍କ କରୋନା ପରୀକ୍ଷା ପ୍ରତି ୭୨ ଘଣ୍ଟାରେ କରିବାକୁ ନିଷ୍ପତ୍ତି ନିଆଯାଇଛି। ଏକକାଳୀନ ୫୦୦ କରୋନା ପରୀକ୍ଷା କରାଯିବା ସହିତ ଉକ୍ତ ଦିନ ରିପୋର୍ଟ ନେଇ ବ୍ୟବସ୍ଥା କରାଯାଇଛି ବୋଲି ରାଜ୍ୟ କ୍ରୀଡ଼ା ଓ ଯୁବସେବା ବିଭାଗ ସଚିବ ଆର. ଭିନିଲ କ୍ରିଷ୍ଣା କହିଛନ୍ତି।

Hot this week

୪ ଦଶନ୍ଧି ପରେ ବଡ଼ ଗୋପାଳଜୀଉ ମନ୍ଦିର ଫେରିବ ବିଗ୍ରହ

ଭୁବନେଶ୍ବର : ୧୯୮୩ରେ ଘଟିଥିବା ଏକ ଅଷ୍ଟଧାତୁ ମୂର୍ତ୍ତି ଚୋରି ମାମଲାରେ...

ନୂତନ କର୍ମକର୍ତ୍ତାଙ୍କ ସହ ବିଜେପିର ବୈଠକ

ଭୁବନେଶ୍ବର : କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଜନକଲ୍ୟାଣକାରୀ ଯୋଜନାର ସୁଫଳ...

କ୍ଷମା ମାଗିଲେ ଇଣ୍ଡିଗୋର ଅଧ୍ୟକ୍ଷ ବିକ୍ରମ ମେହେଟ୍ଟା, କହିଲେ..

ନୂଆଦିଲ୍ଲୀ : ଇଣ୍ଡିଗୋ ଏୟାରଲାଇନ୍ସ ଏକ ବଡ଼ ସଙ୍କଟର ସମ୍ମୁଖୀନ ହୋଇଥିଲା...

ବିଶ୍ବାସ ଜିନ୍‌

ବିଶ୍ବାସ ହେଉଛି ସମ୍ପର୍କର ସେତୁବନ୍ଧ। ଏହା ହିଁ ଆଦିମ ମଣିଷକୁ ପରସ୍ପର...

‘ଜୀବେ ଦୟା’ ଜୈବ ବିବିଧତାର ଆଦର୍ଶ

ଆମ ପରିବେଶରେ ଥିବା ବିଭିନ୍ନ ପ୍ରକାରର ଉଦ୍ଭିଦ, ପ୍ରାଣୀ ଓ ଅନ୍ୟାନ୍ୟ...

Related Articles

Popular Categories