ନୂଆଦିଲ୍ଲୀ : ଦିଲ୍ଲୀ ଏନସିଆର ଅନେକ ସ୍ଥାନରେ ଗତକାଲି ବିଳମ୍ବିତ ରାତିରୁ ବର୍ଷା ହେବା କାରଣରୁ ବିଭିନ୍ନ ସ୍ଥାନ ଜଳମଗ୍ନ ହେବା ସମସ୍ୟା ସୃଷ୍ଟି ହୋଇଛି। ଏହାସହ ଯମୁନା ନଦୀରେ ପୂର୍ବରୁ ଜଳସ୍ତର ବିପଦ ସଙ୍କେତ ଥିବା ଜଣାପଡିଛି। ବର୍ଷା ପରେ ଜଳସ୍ତର ଆହୁରି ବୃଦ୍ଧି ପାଉଛି। କିଛି ସ୍ଥାନରେ ବର୍ଷା ଲୋକଙ୍କ ପାଇଁ ସମସ୍ୟା ପାଲଟିଛି। ତଳିଆ ଅଞ୍ଚଳରେ ଲୋକଙ୍କ ଘରେ ପାଣି ପଶିଛି। ପବନ ବହିବା କାରଣରୁ ପରିବେଶ ଥଣ୍ଡା ରହିଛି। ଆସନ୍ତା କିଛି ଘଣ୍ଟା ଯାଏଁ ଦିଲ୍ଲୀ ଏନସିଆର ବ୍ୟତୀତ ଆଖପାଖ ଅଞ୍ଚଳରେ ବର୍ଷା ହେବା ନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି। ଶନିବାର ବିଳମ୍ବିତ ରାତିରୁ ଦିଲ୍ଲୀର ଅନେକ ଅଞ୍ଚଳରେ ବର୍ଷା ହୋଇଛି।
Popular Categories



