www.samajalive.in
Thursday, December 11, 2025
14.1 C
Bhubaneswar

ବଢୁଛି ସଂକ୍ରମଣ- ଜାନୁଆରୀ ୧୫ ସୁଦ୍ଧା ଏହା ହୋଇପାରେ ବୋଲି ଆଶଙ୍କା କଲେ ସ୍ୱାସ୍ଥ୍ୟ ନିର୍ଦଶକ

ଭୁବନେଶ୍ୱର – ଦେଶ ସହ ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ପାଇଛି । ତୃତୀୟ ଲହର ଆରମ୍ଭ ହୋଇସାରିଲାଣି । ଏହେ ଘରେ ଘରେ ଥଣ୍ଡା କାଶ ଆକ୍ରାନ୍ତ । ମାତ୍ର କେତକ ସଚେତନ ଲୋକହିଁ କେବଳ କୋଭିଡ୍‌ ପରୀକ୍ଷଣ ପାଇଁ ଆସୁଛନ୍ତି । ଅନେକ ଲୋକ ଔଷଧ ଦୋକାନରୁ ଔଷଧ ନେଇ ଖାଉଥିବା ଦେଖିବା ପାଇଁ ମିଳୁଛି । ତଥାପି କୋଭିଡ୍‌ ସଂକ୍ରମଣ ବୃଦ୍ଧି ପାଇଛି ।

ସରକାର କୋଭିଡ୍‌ କଟକଣା ଲଗାଇଛନ୍ତି । ଏବେ ସମସ୍ତେ ସତର୍କ ହେଲେହିଁ ସଂକ୍ରମଣକୁ ହ୍ରାସ କରାଯାଇପାରିବ ବୋଲି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ସୂଚନା ଦେଇଛନ୍ତି । ଜାନୁଆରୀ ୧୫ ତାରିଖ ସୁଦ୍ଧା ରାଜ୍ୟରେ କରୋନା ସଂକ୍ରମଣ ଶୀର୍ଷରେ ପହଞ୍ଚି ପାରେ ବୋଲି ସେ ଅନୁମାନ କରିଛନ୍ତି । ସମସ୍ତେ ଏହି ସମୟରେ ସତର୍କ ରୁହନ୍ତୁ ବୋଲି ସେ ପ୍ରକାଶ କରିଛନ୍ତି ।

- Advertisement -

ଦେଶ ସହ ରାଜ୍ୟରେ ୧୫ରୁ ୧୮ ବର୍ଷ ବୟସ୍କ ବ୍ୟକ୍ତିଙ୍କ ଟିକାକରଣ ଆରମ୍ଭ ହୋଇଛି । ଏହା ସହ ବୟସ୍କ ବ୍ୟକ୍ତି ଏବଂ ସମ୍ମୁଖ ଯୋଦ୍ଧାମାନଙ୍କୁ କୋଭିଡ୍‌ ଟିକା ଦିଆଯାଉଛି । ଯେଉଁମାନେ ଟିକା ନେବା ୯ ମାସ ହୋଇ ସାରିଲାଣି ସେମାନେ ବୁଷ୍ଟର ଡୋଜ୍‌ ନେଇପାରିବେ ବୋଲି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ । ରାଜ୍ୟରେ ଏହି ମାସ ଶେଷ ସୁଦ୍ଧା ୫ ଲକ୍ଷ ୨୫ ହଜାରରୁ ଅଧିକଙ୍କୁ ବୁଷ୍ଟର ଡୋଜ୍‌ ଦିଆଯିବ ବୋଲି ସେ ସୂଚନା ଦେଇଛନ୍ତି ।

Hot this week

ବହୁତ ଶସ୍ତାରେ ବୁଲନ୍ତୁ ୪ଟି ସୁନ୍ଦର ସ୍ଥାନ; ମାତ୍ର ୨୦ହଜାରରେ ୪ଦିନ ବୁଲି ଆସନ୍ତୁ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷରେ କୁଆଡେ ବୁଲିବାକୁ ଯୋଜନା କରୁଛନ୍ତି...

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

Related Articles

Popular Categories