www.samajalive.in
Friday, December 5, 2025
26.1 C
Bhubaneswar

ବୟୋଜ୍ୟେଷ୍ଠ ମହିଳାଙ୍କ ମୃତ୍ୟୁ ପରେ ବିବାଦ

ମେସ୍କୋ: ଏକଦା ବିଶ୍ୱର ବୟୋଜ୍ୟେଷ୍ଠ ମହିଳା ଭାବରେ ଗିନିଜ୍‍ ବୁକ୍‍ ଅଫ୍‍ ରେକର୍ଡରେ ସ୍ଥାନ ପାଇଥିବା ଜିନେ କାଲମେଣ୍ଟଙ୍କ ମୃତ୍ୟୁର ୨୨ ବର୍ଷ ପରେ ତାଙ୍କର ବୟସକୁ ନେଇ ବିବାଦ ଉଠିଛି।
ଫ୍ରାନ୍ସରେ ଜନ୍ମିତ ଜେନେଙ୍କର ୧୨୨ ବର୍ଷରେ ୧୯୯୭ ମସିହାରେ ମୃତ୍ୟୁ ଘଟିଥିଲା। କିନ୍ତ ଏବେ ରୁଷିଆର ଜଣେ ଗଣିତଜ୍ଞ ଜେନେଙ୍କ ବୟସକୁ ନେଇ ସନ୍ଦେହ ପ୍ରକାଶ କରିଛନ୍ତି। ମୋସ୍କୋ ସେଣ୍ଟର ଫର କଣ୍ଟିନ୍ୟୁସ୍‍ ମ୍ୟାଥମେଟିକାଲ୍‍ ଏଜୁକେସନ୍‍ରେ କାର୍ଯ୍ୟରତ ନିକୋଲାଇ ଜାକ୍‍ ନାମକ ଏହି ଗଣିତଜ୍ଞ କହିଛନ୍ତି ଯେ ୧୯୯୭ରେ ଯେଉଁ ମହିଳାଙ୍କୁ ଜେନେ ଭାବି ଅନ୍ତିମ ସଂସ୍କାର କରାଯାଇଥିଲା ସେ ପ୍ରକୃତରେ ଜେନେ ନଥିଲେ। ସେ ଥିଲେ ଜେନେଙ୍କ ଝିଅ ୟୋଭ୍‍ନେ କାଲମେଣ୍ଟ। ୧୯୩୦ରେ କାର୍ଯ୍ୟକାରୀ ହୋଇଥିବା କଠୋର ଟିକସ ବୋଝରୁ ମୁକ୍ତି ପାଇବା ପାଇଁ ୟୋଭେନ୍‍ ନିଜକୁ ତାଙ୍କ ମା’ଙ୍କ ପରିଚୟ ଦେଇ ବଞ୍ଚି ରହିଥିଲେ। ମୃତ୍ୟୁ ବେଳକୁ ୟୋଭେନ୍‍ଙ୍କୁ ୯୯ ବର୍ଷ ହୋଇଥିଲା। ତା’ର ଅନେକ ବର୍ଷ ପୂର୍ବରୁ ଜେନେଙ୍କର ମୃତ୍ୟୁ ଘଟିସାରିଥିଲା। ଏ ସମ୍ପର୍କିତ ପ୍ରମାଣ ରିସର୍ଚ୍ଚଗେଟ୍‍ ନାମକ ଏକ ୱେବ୍‍ପୋର୍ଟାଲ୍‍ରେ ସ୍ଥାନ ପାଇଛି।
ଜାକ୍‍ ଉପସ୍ଥାପନ କରିଥିବା ଯୁକ୍ତି ଅନୁଯାୟୀ, ଜେନେଙ୍କଠାରୁ ତାଙ୍କ ଝିଅ ୟୋଭେନ୍‍ଙ୍କ ଉଚ୍ଚତା ଅଧିକ ଥିଲା। ପାସ୍‍ପୋର୍ଟରେ ଜେନେଙ୍କ ଆଖିର ରଙ୍ଗ ୟୋଭେନ୍‍ଙ୍କ ସହିତ ମିଶୁନାହିଁ। ତା’ ଛଡ଼ା ଜେନେଙ୍କ ଫଟୋରେ କପାଳ ଓ ଗାଲରେ କିଛି ଚିହ୍ନ ଥିବା ଦେଖାଯାଉଛି, ଯାହା ୟୋଭେନ୍‍ଙ୍କ ମୁହଁରେ ଦେଖାଯାଉନାହିଁ। ବସ୍ତୁତଃ ପ୍ରମାଣ ନଷ୍ଟ କରିବା ପାଇଁ ୟୋଭେନ୍‍ ତାଙ୍କ ପରିବାରର ସମସ୍ତ ପୁରୁଣା ଫଟୋକୁ ନଷ୍ଟ କରିଦେଇଛନ୍ତି।
ଅପରପକ୍ଷରେ ଜାକ୍‍ଙ୍କ ରିପୋର୍ଟକୁ ଅନ୍ୟ କେତେଜଣ ଗବେଷକ ମିଛ ଓ ବିଭ୍ରାନ୍ତିକର ବୋଲି କହିଥିବାବେଳେ ଜେନେ ଓ ୟୋଭେନ୍‍ଙ୍କ ଡିଏନ୍‍ଏ ଟେଷ୍ଟ ପରେ ହିଁ ଏହାର ପ୍ରକୃତ ଉଦାହରଣ ମିଳିପାରିବ ବୋଲି ମତ ପ୍ରକାଶ ପାଇଛି।
ମୃତ୍ୟୁ ପରେ ବୟସକୁ ନେଇ ବିବାଦ ନୂଆ କଥା ନୁହେଁ। ଏହାପୂର୍ବରୁ ମଧ୍ୟ ବିଶ୍ୱର ବୟୋଜ୍ୟେଷ୍ଠ ପୁରୁଷ ମାନ୍ୟତା ପାଇଥିବା ଜାପାନ୍‍ର ଶିଗେଛିୟୋ ଇଜୁମିଙ୍କ ୧୯୮୬ରେ ୧୨୦ ବର୍ଷ ବୟସରେ ମୃତ୍ୟୁ ଘଟିଥିଲା। କିନ୍ତୁ ମୃତ୍ୟୁ ବେଳକୁ ତାଙ୍କୁ ୧୦୫ ବର୍ଷ ହୋଇଥିବା ବେଳେ ଅଭିଯୋଗ ଆସିଥିବା ବେଳେ ୧୨୫ ବର୍ଷ ବୟସରେ ତାଙ୍କ ଦେହାନ୍ତ ହୋଇଥିବା ଅନ୍ୟ କେତେଜଣ ମତ ଦେଇଥିଲେ।

Hot this week

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

ଭାରତ-ରୁଷ ଶିଖର ସମ୍ମିଳନୀ: ମିଳିତ ବିବୃତିରେ କ’ଣ କହିଲେ ମୋଦୀ-ପୁଟିନ ?

ସମାଜଲାଇଭ ଡେସ୍କ: ଭାରତ ଏବଂ ରୁଷ ମଧ୍ୟରେ ୨୩ତମ ଶିଖର ସମ୍ମିଳନୀ...

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

Related Articles

Popular Categories