ବୟସ୍କ ପିଢ଼ିଙ୍କ ବ୍ୟସ୍ତତା

ନିକଟରେ ଆମେରିକାର ଏକ ସଂସ୍ଥା ଅନ୍-ଲାଇନ୍ ସର୍ବେକ୍ଷଣ କରିଥିଲା। ସମସ୍ତ ବର୍ଗର ଲୋକଙ୍କ ମତାମତ ଏଥିରେ ନିଆଯାଇଥିବାବେଳେ ଅଧିକ ସଂଖ୍ୟାରେ ବୟସ୍କ ଲୋକ ଥିଲେ। ୭୨ ବର୍ଷୀୟା ଜେନି ନ୍ୟୁୟର୍କ ବାସିନ୍ଦା। ଅବସର ପରେ ଏକ ରୁଟିନ୍‌ବନ୍ଧା ଜୀବନଶୈଳୀ ସେ ଅତିବାହିତ କରୁଥିଲେ। ବର୍ତ୍ତମାନ କିନ୍ତୁ ସେ ଏହି ଲକ୍-ଡାଉନ୍ କାରଣରୁ କାହା ସହ ଯୋଗାଯୋଗ ରଖିପାରୁନାହାନ୍ତି। ବଞ୍ଚିବା ପାଇଁ ସମସ୍ତେ ଯେପରି ସଂଗ୍ରାମ କରୁଛନ୍ତି ବୋଲି ସେ କହିଛନ୍ତି।
• ଲଣ୍ଡନର ଜନୈକ ବୃଦ୍ଧ ଦମ୍ପତି ନିଜ ନାମ ଗୋପନ ରଖି କହିଛନ୍ତି, ସରକାରଙ୍କ ପ୍ରତ୍ୟେକ ପଦକ୍ଷେପକୁ ସେମାନେ ପ୍ରଶଂସା କରୁଛନ୍ତି। ଏହି ପରିସ୍ଥିତିରେ ସେମାନେ ନିଜ ପିଲାଙ୍କ ପାଖରେ ରହିବାକୁ ଚାହୁଁଥିଲାବେଳେ ତାହାର ସୁଯୋଗ ନାହିଁ।

Comments are closed.