ଭୁବନେଶ୍ୱର : ରାଜ୍ୟରେ ଥିବା ସରକାରୀ ଓ ବେସରକାରୀ ମେଡିକାଲ କଲେଜ ପାଇଁ ୨ୟ ପର୍ଯ୍ୟାୟ କାଉନସେଲିଂ ଆରମ୍ଭ ହୋଇଥିଲା ବେଳେ ଆଜି ସଂଶୋଧିତ ମେଧା ତାଲିକା ପ୍ରକାଶ ପାଇଛି। ସେହିପରି ସର୍ବଭାରତୀୟ ସ୍ତର କୋଟାରୁ ୩୭ସିଟ୍ ଫେରିଛି, ରାଜ୍ୟର ବଳକା ସିଟ୍ ୨୩୫ ରହିଛି। ମୋଟ ୨୭୨ ସିଟ୍ ଲାଗି ୧୦ରୁ ୧୧ ତାରିଖ ରାତି ୧୨ଟା ପର୍ଯ୍ୟନ୍ତ ଚଏସ୍ ଫିଲିଂ ଓ ଲକିଂ ବ୍ୟବସ୍ଥା ରହିଛି। ୧୨ରେ ୨ୟ ପର୍ଯ୍ୟାୟ ପ୍ରାଥମିକ ନାମଲେଖା ଚିଠି ଇଣ୍ଟରନେଟରୁ ଡାଉନଲୋଡ୍ କରିହେବ। ଦ୍ୱିତୀୟ ପର୍ଯ୍ୟାୟରେ ସ୍ଥାନ ପାଇଥିବା ଛାତ୍ରଛାତ୍ରୀଙ୍କ ପ୍ରାଥମିକ ନାମଲେଖା ୧୩ରୁ ୧୮ ମଧ୍ୟରେ ହେବ। ୨୦ ସୁଦ୍ଧା ନାମ ଲେଖାଇଥିବା ଛାତ୍ରଛାତ୍ରୀ ପ୍ରତ୍ୟାହାର କରିପାରିବେ। ଦ୍ୱିତୀୟ ପର୍ଯ୍ୟାୟ ପରେ ଯଦି ସିଟ୍ ବଳକା ରହିବ, ତେବେ ୨୧ ଓ ୨୨ ତାରିଖରେ ଓଜେଇଇ ସେଲ୍ରେ ସ୍ପଟ୍ ନାମଲେଖା ହେବ। ୨୬ ତାରିଖ ସୁଦ୍ଧା ଛାତ୍ରଛାତ୍ରୀ କଲେଜରେ ଯୋଗ ଦେବେ। ୨୭ତାରିଖରେ ଖାଲି ଥିବା ସିଟ ମେଡିକାଲ କଲେଜଗୁଡିକୁ ଫେରାଇ ଦିଆଯିବ। ୩୧ସୁଦ୍ଧା ଘରୋଇ କଲେଜକୁ ଫେରାଇ ଦିଆଯାଇଥିବା ସିଟ୍ରେ ଛାତ୍ରଛାତ୍ରୀ ନାମ ଲେଖାଇ ପାରିବେ ବୋଲି ଓଜେଇଇ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।
Popular Categories



