www.samajalive.in
Sunday, December 14, 2025
26.1 C
Bhubaneswar

ଆସନ୍ତାକାଲିଠୁ ଅଫଲାଇନ୍‍ ମାଟ୍ରିକ୍‍ ପରୀକ୍ଷା

କଟକ : ଓଡ଼ିଶା ମାଧ୍ୟମିକ ଶିକ୍ଷା ବୋର୍ଡ଼ ପକ୍ଷରୁ ଆସନ୍ତାକାଲିଠାରୁ ଅଫଲାଇନ୍‍ ମାଧ୍ୟମରେ ଚଳିତ ବର୍ଷର ମାଟ୍ରିକ୍‍ ପରୀକ୍ଷା ଆରମ୍ଭ ହେବ। କୋଭିଡ୍‍ ନିୟମ ପାଳନ ସହ ଏହି ପରୀକ୍ଷା ଅନୁଷ୍ଠିତ ହେବ। ଆସନ୍ତାକାଲିଠାରୁ ଅଗଷ୍ଟ ୫ ତାରିଖ ପର୍ଯ୍ୟନ୍ତ ଏହି ପରୀକ୍ଷା ହେବ। ଫରୀକ୍ଷା ଫଳ ନେଇ ଅସନ୍ତୁଷ୍ଟ ଥିବା ଛାତ୍ରଛାତ୍ରୀ ଅଫଲାଇନ୍‍ ମାଧ୍ୟମରେ ପରୀକ୍ଷା ଦେବା ପାଇଁ ଫର୍ମ ପୂରଣ କରିଛନ୍ତି। ଇତି ମଧ୍ୟରେ ପରୀକ୍ଷା ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ପରୀକ୍ଷା କେନ୍ଦ୍ରକୁ ମୋବାଇଲ ଫୋନ ନେବା ଉପରେ କଟକଣା ଜାରି କରାଯାଇଛି ବୋଲି ବୋର୍ଡ ପକ୍ଷରୁ କୁହାଯାଇଛି।

ଏହି ଅଫଲାଇନ ମାଟ୍ରିକ ପରୀକ୍ଷା-୨୦୨୧ ବା ମାଟ୍ରିକ ଇଚ୍ଛାଧୀନ ବିକଳ୍ପ ଉନ୍ନତି ପରୀକ୍ଷା ପାଇଁ ମୋଟ ୧୫,୧୫୧ ଛାତ୍ରଛାତ୍ରୀ ୫୦୪ଟି କେନ୍ଦ୍ରରେ ପରୀକ୍ଷା ଦେବେ। ୬ ହଜାର ୫୯୭ ନିୟମିତ ପରୀକ୍ଷାର୍ଥୀଙ୍କ ପାଇଁ ୨୭୮ଟି କେନ୍ଦ୍ର ଓ ରାଜ୍ୟ ମୁକ୍ତ ବିଦ୍ୟାଳୟର ୮,୪୯୩ ପରୀକ୍ଷାର୍ଥୀଙ୍କ ପାଇଁ ୨୨୨ଟି କେନ୍ଦ୍ର ସ୍ଥିର କରାଯାଇଛି। ୬୧ ଜଣ ମଧ୍ୟମା ଛାତ୍ରଛାତ୍ରୀଙ୍କ ପାଇଁ ୪ ଟି କେନ୍ଦ୍ର କରାଯାଇଛି।

- Advertisement -

ପରୀକ୍ଷା ପରେ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ପରୀକ୍ଷା ଫଳ ପ୍ରକାଶ କରିବାପାଇଁ ଚେଷ୍ଟା କରାଯାଉଛି ବୋଲି ବିଦ୍ୟାଳୟ ଓ ଗଣ ଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି।

Hot this week

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

Related Articles

Popular Categories